ସୀମା ପୁନଃ ନିର୍ଦ୍ଧାରଣ ନେଇ ଷ୍ଟାଲିନ୍‌ଙ୍କ ବୈଠକରେ ଯୋଗଦେବ ବିଜେଡି

ଭୁବନେଶ୍ୱର,୧୨ା୩(ସୁନିତ୍‌ ମିଶ୍ର):ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଡାକିଥିବା ବୈଠକରେ ବିଜେଡି ଯୋଗଦେବ। ମଙ୍ଗଳବାର ଡିଏମ୍‌କେ ସାଂସଦ ଦୟାନିଧି ମାରାନ୍‌ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ। ନବୀନ ଏବଂ ମାରାନ୍‌ଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହେବାପରେ ମାରାନ୍‌ ଏହି ସୂଚନା ଦେଇଛନ୍ତି। ମାରାନ୍‌ ଏବଂ ତାଙ୍କ ସହ ତାମିଲନାଡୁ ଶିଳ୍ପ ମନ୍ତ୍ରୀ ଟି.ବି.କେ. ରାଜା ନବୀନ ନିବାସ ଯାଇ ଏନେଇ ନବୀନଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ସୀମା ପୁନଃ ନିର୍ଦ୍ଧାରଣ ନେଇ ଆସନ୍ତା ୨୨ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ବୈଠକ ଡକାଇଛନ୍ତି। ଉକ୍ତ ବୈଠକରେ ଯୋଗଦେବା ଲାଗି ନବୀନ ସହମତି ଜଣାଇଥିବା ଜଣାପଡ଼ିଛି। ସୀମା ପୁନଃ ନିର୍ଦ୍ଧାରଣ ନେଇ ଓଡ଼ିଶାର କ’ଣ ସବୁ କ୍ଷତି ହେବ ସେନେଇ ଶୀଘ୍ର ବୈଠକ ଅନୁଷ୍ଠିତ ହେବା ସହ ଆଲୋଚନା ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ନବୀନଙ୍କ ସହ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଦୟାନିଧି କହିଛନ୍ତି, ତାମିଲନାଡୁ, କର୍ନାଟକ, କେରଳ, ତେଲଙ୍ଗାନା, ଓଡ଼ିଶା ଏବଂ ପଞ୍ଜାବ ଭଳି ରାଜ୍ୟ ସୀମା ପୁନଃ ନିର୍ଦ୍ଧାରଣରେ ସିଧାସଳଖ କ୍ଷତି ସହିବେ। ଏହାଦ୍ୱାରା ନଦର୍ନ ରାଜ୍ୟଗୁଡିକ ବଢ଼ିବ, କାରଣ ସେଗୁଡିକ ବିକଶିତ ରାଜ୍ୟ, ଯେଉଁମାନେ ଦେଶକୁ କଣ୍ଟ୍ରୋଲ କରିଥାଆନ୍ତି। ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ସୀମା ପୁନଃ ନିର୍ଦ୍ଧାରଣ ଯୋଗୁ ରାଜ୍ୟର କ୍ଷତି ହେବାର ଯୋଉଁ ଆଶାଙ୍କା ରହିଛି ତାକୁ ନେଇ ଆଲୋଚନା ହେବ। ତେଣୁ କେଉଁ ରାଜ୍ୟର କ’ଣ କ୍ଷତି ହେବ ତା’ଉପରେ ଆଲୋଚନାରେ ଭାଗନେବା ଲାଗି ନବୀନ ପଟ୍ଟନାୟକ ସହମତି ଜଣାଇଥିବା ଦେବୀ ସୂଚନା ଦେଇଛନ୍ତି।
ଅନ୍ୟପଟେ ତାମିଲନାଡୁର ଏହି ପ୍ରତନିଧି ପରବର୍ତ୍ତୀ ସମୟରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କୁ ମଧ୍ୟ ଭେଟିଛନ୍ତି। ଏହି ଅବସରରେ ସୀମା ପୁନଃ ନିର୍ଦ୍ଧାରଣ ନେଇ ହେବାକୁ ଥିବା ବୈଠକରେ ଯୋଗଦେବା ଲାଗି ପିସିସି ସଭାପତିଙ୍କୁ ସେମାନେ ନିମନ୍ତ୍ରଣ କରିଥିଲେ। କଂଗ୍ରେସ ମଧ୍ୟ ବୈଠକରେ ସାମିଲହେବ ବୋଲି ସୂଚନା ଦେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ ଏହି ପ୍ରସଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏ ନେଇ ଚିଠି ଲେଖିଥିଲେ। କେନ୍ଦ୍ର ସୀମା ପୁନଃ ନିର୍ଦ୍ଧାରଣ କରାଇବାକୁ ଯେଉଁ ଚେଷ୍ଟା କରୁଛି ଏହାଦ୍ୱାରା ଓଡ଼ିଶା ସମେତ ୫ଟି ରାଜ୍ୟର ବ୍ୟାପକ କ୍ଷତି ହେବ ବୋଲି ଉଲ୍ଲେଖ କରିବା ସହ ଆଗାମୀ ଦିନରେ ଏନେଇ ହେବାକୁ ଥିବା ବୈଠକରେ ଯୋଗଦେବାକୁ ଅନୁରୋଧ କରିଥିଲେ। ହେଲେ ଏନେଇ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ତିନି ମହଲା ବିଶିଷ୍ଟ ଧନୀ ଲୋକଙ୍କ ଘରେ ଲାଗିନି ୱାଟର ମିଟର: ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର…

ଗଞ୍ଜାମ,୨୪।୩(ବିଦ୍ୟାଧର ସାହୁ): ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ ହୋଇଛି। ଗଞ୍ଜାମ ସହରର ବିଭିନ୍ନ ସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟର ମିଟର ଲଗା ଯାଇଛି…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri