ସୁଭଦ୍ରା ଯୋଜନାକୁ ନେଇ ମୋଦିଙ୍କୁ ଟାର୍ଗେଟ, ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ…

ଭୁବନେଶ୍ୱର,୧୭।୯: ଓଡ଼ିଶାବାସୀଙ୍କ ପାଇଁ ବହୁ ପ୍ରତିକ୍ଷୀତ ଯୋଜନା ସୁଭଦ୍ରାର ଲୋକାର୍ପଣ ହୋଇଛି । ଆଉ ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି ଟଙ୍କା । ତେବେ ଏହାକୁ ନେଇ ଭାଜପା ଉପରେ ବର୍ଷିଛି ବିଜେଡି ।

ବିଜେଡି କହିଛି, ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିଥିଲେ। ହେଲେ ଓଡ଼ିଶାର ମହିଳାମାନେ ଆଜି ନିରାଶ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ୧ କୋଟି ମହିଳା ଏହାର ଲାଭ ପାଇବେ। ହେଲେ ରାଜ୍ୟରେ ୨ କୋଟି ୫୦ ଲକ୍ଷ ମହିଳା ଅଛନ୍ତି। ପ୍ରଧାନମନ୍ତ୍ରୀ ମହିଳାଙ୍କୁ ଭ୍ରମିତ କରିଛନ୍ତି।

ସବୁଠାରୁ ବଡ଼ କଥା ହେଲା ସଭାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଉଥିବା ଭାଉଚରରେ ୫୦ ହଜାର ଟଙ୍କା ଲେଖା ଯାଇଛି। ହେଲେ ଆଜି ମହିଳାଙ୍କ ଆକାଉଣ୍ଟକୁ ମାତ୍ର ୫ ହଜାର ଯାଇଛି। ଆପଣ ମାତ୍ର ୫ ହଜାର ଦେଇ ଭାଉଚରରେ ୫୦ ହଜାର କାହିଁକି ଲେଖିଲେ। ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କଲେ ନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି।

ପ୍ରତେକ ମହିଳାଙ୍କୁ ନଦେଇ କିଛି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ସୁଭଦ୍ରା ଯୋଜନାର ଗାଇଡ଼ ଲାଇନ ମଧ୍ୟ ଠିକ ନୁହେଁ । ଗାଇଡ଼ ଲାଇନକୁ ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମନ୍ତ୍ରୀମାନେ ଜାଣି ନାହାନ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ଥିଲେ ତାଙ୍କୁ ମଧ୍ୟ ସାମିଲ କରି ଥାନ୍ତେ। ହେଲେ ଗାଇଡ଼ଲାଇନରେ ଅଛି ଜନ ପ୍ରତିନିଧିଙ୍କ ସ୍ତ୍ରୀଙ୍କୁ ଏ ଯୋଜନାରେ ସାମିଲ କରାଯିବ ନାହିଁ ବୋଲି କୁହାଯାଇଛି।

ଆଜି ସାରା ରାଜ୍ୟର କାର୍ଯ୍ୟକ୍ରମରେ ଅଙ୍ଗନବାଡି ଓ ଏମବିକେ, ସିଆରପିମାନେ ସାମିଲ ଥିଲେ। ହେଲେ ସେମାନେ ଏ ଯୋଜନାରେ ଅଛନ୍ତି ନାହଁ କେହି ଜାଣି ନାହାଁନ୍ତି। ସଭା ସମିତିର ଭିଡ଼ କରିବା ପାଇଁ ସେମାନଙ୍କୁ ଡକାଯାଇଛି। ସେମାନେ ୟୁନିଫର୍ମ ପିନ୍ଧିଥିଲେ। ସଭା ଭଣ୍ଡୁର ଭୟରେ ତାଙ୍କୁ ଲୋଭ ଦେଖାଇ ଡ଼କାଯାଇଥିଲା। ପ୍ରଧାନମନ୍ତ୍ରୀ କହିଲେ ମହିଳା ବିକାଶର ମୂଳ ଆଧାର। ହେଲେ ସେମାନଙ୍କୁ ଦିନକୁ ୨୭ ଟଙ୍କା ଦେଉଛନ୍ତି। ଏତିକି ଟଙ୍କାରେ କଣ ଜଣେ ଆର୍ଥିକ କ୍ଷେତ୍ରରେ ସୁଦୃଢ ହୋଇ ପାରିବେ। ମୋଦି ଗ୍ୟାରେଣ୍ଟିର କୌଣସି ୱାରେଣ୍ଟି ନାହିଁ। ଏ ଯୋଜନା କୌଣସି କାମକୁ ନୁଁହେଁ । ଭାଜପା ସରକାର ମହିଳାଙ୍କ ପିଠିରେ ଓ ପେଟରେ ଲାତ ମାରିଛି ବୋଲି ବିଜେଡି ଅଭିଯୋଗ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri