ଆନନ୍ଦପୁର,୭ା୮(ସୁଶାନ୍ତ କୁମାର ସାହୁ): ନାରୀ ନିର୍ଯାତନା ବିରୋଧରେ ଛାତ୍ର ବିଜେଡି ରଣହୁଙ୍କାର ଦେଇଛି। ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆନନ୍ଦପୁର ମହାବିଦ୍ୟାଳୟର ଛାତ୍ରୀଛାତ୍ର ଏକତ୍ରିତ ହୋଇ ଗୁରୁବାର ଆନନ୍ଦପୁର ଦଧିବାମନଜୀଉଙ୍କ ମନ୍ଦିର ନିକଟରୁ ଏକ ରାଲିରେ ଆନନ୍ଦପୁର ଥାନା ପର୍ଯ୍ୟନ୍ତ ଯାଇ ନାରୀ ନିର୍ଯାତନା ବିରୋଧରେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହିତ ଡିଜିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଘଟଣାରେ ଛାତ୍ରୀଙ୍କ ଆତ୍ମହତ୍ୟା ଓ ଆତ୍ମାହୁତି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବାବେଳେ ରାଜ୍ୟ ସରକାର ଏଥିପ୍ରତି ଦୃଢ଼ ନିୟମ ଆଣିବାର ଆବଶ୍ୟକତା ରହିଛି ବୋଲି ଛାତ୍ରୀମାନେ ମତ ପ୍ରକାଶ କରିଛନ୍ତି।


