କଲେଜ ନିର୍ବାଚନ ପାଇଁ ରାଜନୀତି କରୁଛି ଛାତ୍ର ବିଜେଡି: ଅରିନ୍ଦମ

କଟକ,୫ା୯(ଶିଳ୍ପା ପ୍ରିୟଦର୍ଶିନୀ): କଟକରେ ଆୟୋଜିତ ସ୍ବାୟତ୍ତଶାସନ ଦିବସ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦର ସ୍ବର ଉଠିବା ସହ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି। ତେବେ ଏ ସମ୍ପର୍କରେ କଟକ ମେରିଆ ବଜାରସ୍ଥିତ କାର୍ଯ୍ୟାଳୟରେ ଭାଜପା ନେତା ଅରିନ୍ଦମ ରାଏ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ମତରେ କୌଣସି ଆପତ୍ତି ଉଠାଯିବା ଉଚିତ ନୁହେଁ। କିନ୍ତୁ ବିଜୁ ଛାତ୍ର ଜନତା ଦଳ ଏହାକୁ ରାଜନୈତିକ ପ୍ରସଙ୍ଗ କରି ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ଦଳର ସଦସ୍ୟମାନେ ଏବେ ବିକ୍ଷୋଭ କରୁଛନ୍ତି। ବିକ୍ଷୋଭକାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ଅଣଛାତ୍ର। କେନ୍ଦ୍ରମନ୍ତ୍ରୀ ଗତବର୍ଷ କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମାନ ମନ୍ତବ୍ୟ ଦେଇଥିଲେ। ହେଲେ ସେତେବେଳେ କେଉଁଠି ଥିଲେ ଏହି ଦଳର ବିକ୍ଷୋଭକାରୀ। କେବଳ ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ନଜରରେ ରଖି ଏଭଳି ରାଜନୀତି କରାଯାଉଛି ବୋଲି ଅରିନ୍ଦମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ପରେ ଅସ୍ତ ହେବେ ଶନି, ହୋଲି ପରେ ଖୋଲିବ ଏହି ୩ ରାଶିର ଭାଗ୍ୟ

ନଅଟି ଗ୍ରହ ମଧ୍ୟରୁ ଗୋଟିଏ ଶନି ମହାରାଜଙ୍କୁ ନ୍ୟାୟ, ଶୃଙ୍ଖଳା ଏବଂ ଦାୟିତ୍ୱର କାରକ ବୋଲି ବିବେଚନା କରାଯାଏ। ଏହା ବ୍ୟକ୍ତିର ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ…

“ରାଜନୀତିରେ ମୂଲ୍ୟ ଦେବାକୁ ପଡ଼େ”: ଅଜିତଙ୍କ ମୃତ୍ୟୁ ପରେ ଏପରି କାହିଁକି କହିଲେ ରାଜ ଠାକରେ

ପୁଣେ,୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ନିଧନରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଏପରି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ…

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri