ସାରର ଅଭାବୀ ବିକ୍ରି, କଳା ବଜାରକୁ ନେଇ ତାତିଲା ବିଜେଡି, କୃଷି କାର୍ଯ୍ୟଳୟ ଘେରାଉ କରି ଦେଲା କଡ଼ା ଚେତାବନୀ

ବଲାଙ୍ଗୀର,୧୮।୯( ସୁନିଲ ମହାନ୍ତି): ବଲାଙ୍ଗୀର ବିଜୁ ଜନତା ଦଳ ପକ୍ଷରୁ ଜିଲାରେ ସାର ଅଭାବୀ ସାର କଳା ବଜାରକୁ ନେଇ ପ୍ରତିବାଦ କରାଯାଇ ଜିଲା କୃଷି କାର୍ଯ୍ୟାଳୟକୁ ବୁଧବାର ଘେରାଉ କରାଯାଇଥିଲା। ମାନ୍ୟବର ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ସାରର ଅଭାବୀ ବିକ୍ରି ପାଇଁ ଆଜି ଦିନ ୧୧ ଘଣ୍ଟା ୩୦ ମିନିଟ୍‌ ସମୟରେ ବଲାଙ୍ଗୀର ଜିଲାର କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ବିଜେଡ଼ି ପକ୍ଷରୁ କରାଯାଇଥିବା ଏହି ଆନ୍ଦୋଳନ କାର୍ଯକ୍ରମରେ ବଲାଙ୍ଗୀର ନିର୍ବାଚନମଣ୍ଡଳୀର ବହୁ ବିଜୁ ଜନତା ଦଳର କର୍ମୀ ଓ ଚାଷୀମାନେ ଯୋଗ ଦେଇଥିଲେ । ସାର କଳା ବଜାରୀ ଓ ସାର ଅଭାବି ବିକ୍ରିକୁ ନେଇ ଡବଲ ଇଞ୍ଜିନ ସରକାରଙ୍କୁ ଜବାବ ମାଗିଥିଲେ । ସାରର ସମସ୍ୟା ତୁରନ୍ତ ସମାଧାନ ନ କଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସରକାରଙ୍କୁ ବିଜେଡ଼ିର ନେତାମାନେ କଡ଼ା ଚେତାବନୀ ଦେଇଥିଲେ। କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ଦଳ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇ କାର୍ଯ୍ୟାଳୟକୁ ଘେରାଓ କରାଯାଇଥିଲା। ପ୍ରତିବାଦ ସଭାରେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯାଇଥିଲା। ସଭା ଶେଷରେ ବିଜେଡି ଦଳ ପକ୍ଷରୁ କୃଷି ଅଧିକାରୀଙ୍କୁ ସାର ଅଭାବୀ ଓ ସାର କଳାବଜାରକୁ ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଆନ୍ଦୋଳନରେ ବିଜେଡି ଜିଲା ପରିଷଦ ସଭାପତି ଦେବକୀ ସାହୁ, ସଦର ବ୍ଲକ ଚେୟାରମେନ ସରିତା ବାଗ, ଦେଓଗାଁ ବ୍ଲକ ଚେୟାରମେନ ମଣ୍ଟୁ ଖମାରୀ,ପୂର୍ବତନ ପୌରଧ୍ୟକ୍ଷା ଦମୟନ୍ତି ବାଗ, ଗୋଲାପ ବାଗ, ବିଜେଡି ନେତା ମହେନ୍ଦ୍ର ବାଗ,ରାଜେନ୍ଦ୍ର ହୋତା, ବିଦୁଭୂଷଣ ତ୍ରୀପାଠୀ, କୈଳାଶ ମହାନ୍ତି , ସୁମନ ନନ୍ଦ, ଶମ୍ଭୁ ନାଗ ଓ ଅନେକ ବିଜେଡ଼ି ନେତା ଓ ଚାଷୀମାନେ ଯୋଗଦେଇଥିଲେ।

Share
Tags: odisha