ନବୀନ ନିବାସରେ ସନ୍ଧ୍ୟାରେ ବଡ଼ ବୈଠକ, ନବୀନ ପଟ୍ଟନାୟକ…

ଭୁବନେଶ୍ୱର,୨୨।୧:  ଆଜି ସନ୍ଧ୍ୟାରେ ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକ ବସିବ । ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ନବୀନ ନିବାସରେ ବୈଠକ ବସିବାକୁ ଥିବା ବେଳେ ସନ୍ଧ୍ୟା ୫ଟାରେ କମିଟି ସଦସ୍ୟଙ୍କ ସହ ଆଲୋଚନା କରିବେ । ତେବେ ବୈଠକରେ କଣ ଆଲୋଚନା ହେବ ସେନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ଙ୍କ ନିଲମ୍ବନ ପରେ ରାଜନୈତିକ ବ୍ୟାପାର କମିଟି ବୈଠକ ବସିବାକୁ ଯାଉଛି । ତେବେ ତାଙ୍କ ଉପରେ ଆଲୋଚନା ହେବ ନା ଅନ୍ୟ କୌଣସି ବିଷୟରେ ଆଲୋଚନା ହେବ ସେନେଇ ସମସ୍ତଙ୍କର ନଜର ରହିଛି ।

 

Share