ବଡ଼ ଗେମ୍‌ ଖେଳିଦେଲା ବିଜେଡି, ଏହି ହେବେ ନୂଆପଡାରୁ ପ୍ରାର୍ଥୀ, ହୋଇଗଲା ନିଷ୍ପତ୍ତି!

ନୂଆପଡା,୧୪।୧୦(ମକାରୁ ବେମାଳ): ନୂଆପଡା ଉପନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଗୋଟେ ପଟେ କହିବାକୁ ଗଲେ ବିଜେଡି ପାଇଁ ଅଡୁଆ ବଢ଼ିଛି। ଆସନ୍ତା ନଭେମ୍ବର ୧୧ରେ ଉପନିର୍ବାଚନ ହେବାକୁ ଥିବାବେଳେ ଏଯାଏ ବିଜେଡିର ଅଙ୍କ ଛିଣ୍ଡୁନି। ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଆଶା ବାନ୍ଧିଥିବା ବେଳେ ଶନିବାର ଜୟ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାମିଲ ହୋଇ ଭାଜପାରେ ଯୋଗ ଦେଇଥିଲେ । ଏହି ଖବର ପ୍ରକାଶ ପାଇଲା ପରେ ବିଜେଡି ଦଳରେ ବର୍ତ୍ତମାନ ହଇଚଇ ସୃଷ୍ଟି ହୋଇଛି। ଦଳୀୟ ପ୍ରାର୍ଥୀ କିଏ ହେବ ସେ ନେଇ କର୍ମୀ ଓ ଜନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଭାଜପାର ପ୍ରାର୍ଥୀ ଜୟ ହେବା ନେଇ ଏକପ୍ରକାର ନିଶ୍ଚତ ହେବା ପରେ ବର୍ତ୍ତମାନ ବିଜେଡିରେ ଆଶାୟୀଙ୍କ ଲମ୍ବା ଲାଇନ ଲାଗିଛି । ଏହି ସମୟରେ ଖବର ସାମ୍ନାକୁ ଆସିଛି କି ବିଜେଡିର ପୂର୍ବତନ ନୂଆପଡା ଜିଲା ସଭାପତି ମନୋଜ ମିଶ୍ର ବିଜେଡିର ନୂଆପଡ଼ା ପ୍ରାର୍ଥୀ ହୋଇପାରନ୍ତି । ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିବାବେଳେ କେବଳ ଘୋଷଣା ବାକିଥିବା ସୂଚନା ମିଳିଛି । ମନୋଜ ମିଶ୍ର ଏବେ ବିଜେଡିର ସାଧାରଣ ସମ୍ପାଦକ ଅଛନ୍ତି। ପୂର୍ବରୁ କୋମନା ବ୍ଲକର ୨ ଥର ଅଧ୍ୟକ୍ଷ ହୋଇଥିଲେ ମନୋଜ।

Dharitri – The Largest & Most Trusted Odia Daily