ଛତ୍ରପୁର,୨୩।୧୨(ସନ୍ତୋଷ ପାଢ଼ୀ ): ଅଦିନିଆ ବର୍ଷାର ପ୍ରକୋପରେ ଗଞ୍ଜାମ ଜିଲାର ୨୨ବ୍ଲକର ପାଖାପାଖି ୩,୩୧,୫୦୦ରୁ ଅଧିକ ଧାନ ଚାଷୀ ପରିବାର ସହ ସମସ୍ତ ବର୍ଗର କୃଷକ ପ୍ରଭାବିତ ହୋଇଛନ୍ତି। ଗଞ୍ଜାମ ଜିଲାର ବିଜୁ ଜନତା ଦଳ ପକ୍ଷରୁ କ୍ଷତିପୂରଣ ଓ ବିଭିନ୍ନ ଦାଦି ନେଇ ଗଞ୍ଜାମ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦାବି ଗୁଡିକ ମଧ୍ୟରେ ଆଧୁନିକ ବୈଷୟିକ ଜ୍ଞାନ କୌଶଳରେ ସମସ୍ତ ପ୍ରକାର କୃଷିକ୍ଷେତ୍ରର କ୍ଷତିର ଯୁଦ୍ଧକାଳୀନ ଆକଳନ ଏବଂ ଆର୍ଥିକ ସହାୟତା ପ୍ରଦାନ, କୃଷି ଋଣ ସହ କୃଷକର ମୁଣ୍ଡଉପରେ ଥିବା ଅନ୍ୟାନ୍ୟ ଋଣ ଛାତ, ସମସ୍ତ ବର୍ଗର ତାଷୀଙ୍କୁ ଜଳକର ଛାଡ, ଗଞ୍ଜାମର ଧାନ ତାଷୀଙ୍କ ଉତ୍ପାଦିତ ଧାନର ଗୁଣାତ୍ମକ ମାନରେ କୋହଳ,ପାଣି ମାଡି ଧୂସରିଆ, ବେରଙ୍ଗ ହୋଇଥିବା, ଗମି ଯାଇଥିବା ଧାନକୁ କ୍ରୟକରିବା, ହେକ୍ଟର ପ୍ରତି କ୍ଷତିର ସହାୟ ମୂଲ୍ୟକୁ ବୃଦ୍ଧି କରିବା, ପନିପରିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ଆଦି ରହିଛି ସ୍ମାରକପତ୍ର ପ୍ରଦାନ ବେଳେ ପୂର୍ବତନ ବିଧାୟକ ତଥା ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,
ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ସୁବାଷ ବେହେରା,
ଜିଲା ପରିଷଦ ଅଧ୍ୟକ୍ଷ ଅଞ୍ଜଳି ସ୍ବାଇଁ, ପୂର୍ବତନ ଏମପି ଚନ୍ଦ୍ରଶେଖର ସାହୁ, ଭୃଗୁବକ୍ସି ପାତ୍ର,ସୁବାଷ ମହାରଣା, ମେୟର ସଂଘମିତ୍ରା ଦଳେଇ,ସଙ୍କର ଦାଶ,ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି ପାପା ରାଓ, ସୁଶ୍ରୀ ସୁଲକ୍ଷଣା ଦେବୀ, ବିପ୍ଳବ ପାତ୍ର, କାଉନସିଲର ପ୍ରୀତିଛନ୍ଦା ସାମଲ ଓ ସନ୍ତୋଷୀ ସେଠି ପ୍ରମୁଖ ଉପସ୍ଥିତ ଥିଲେ।


