ରାଜ୍ୟ ସଭାରେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିଲେ ବିଜେଡି ଏମ୍‌ପି

ଭୁବନେଶ୍ୱର,୨ା୭(ଅନିଲ ଦାସ) ବିଜେଡି ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ ରାଜ୍ୟ ସଭାରେ ଓଡ଼ିଶା ପ୍ରତି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଛନ୍ତି। ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସେ କହିଛନ୍ତି, ସ୍ବାଧୀନତା ପରଠାରୁ ଓଡ଼ିଶା କେନ୍ଦ୍ର ଉଦାସୀନତାର ଫଳ ଭୋଗୁଛି। ଓଡ଼ିଶା ମାଟି ତଳେ ଯେତିକି ସମ୍ପଦ ଅଛି ମାଟି ଉପରେ ସେତିକି ରହିଛି। ତଥାପି ଓଡ଼ିଶା ଯେଉଁ ଗତିରେ ଆଗେଇ ପାରିବା କଥା ଆଗେଇ ପାରିନାହିଁ। ଓଡ଼ିଶାକୁ ବିଭିନ୍ନ ସମୟରେ ବାତ୍ୟା, ବନ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି। କେନ୍ଦ୍ର ସରକାର ସହଯୋଗର ହାତ ବଢ଼ାଇବା କଥା। କିନ୍ତୁ ସହଯୋଗର ହାତ ଆସୁ ନାହିଁ। ରାଜ୍ୟ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହେବ।
ମୁହଁରେ କେନ୍ଦ୍ର ସରକାର ଯେଉଁ କଥା କୁହାଇଲେ ସେଥିରେ କିଛି ସ୍ପଷ୍ଟତା ନାହିଁ। ମୋତେ ଲାଗୁଛି କେନ୍ଦ୍ର ସରକାର ଅନେକ କଥା ଲୁଚାଇବାକୁ ଚାହୁଁଛନ୍ତି। ଜଣେ ରୋଗୀ ଯଦି ରୋଗ ଲୁଚାଇବ ତେବେ ରୋଗର ଚିକିତ୍ସା ହେବ କେମିତି। ସରକାର ବିଫଳତା ଓ ଦୁର୍ବଳତା ସବୁକିଛି ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବିଧାନରେ ଅହିଂସାକୁ ସାମିଲ କରିବା ନେଇ ପ୍ରସ୍ତାବ ଦେଇଥିଲେ। ଏ ପର୍ଯ୍ୟନ୍ତ ସେଥି ପ୍ରତି ଦୃଷ୍ଟି ନ ଦେବା ଦୁଃଖ ଓ ପରିତାପର ବିଷୟ ବୋଲି ଶୁଭାଶିଷ କହିଛନ୍ତି। ଓଡ଼ିଶା କେନ୍ଦ୍ରର ଚିର ଅବହେଳାର ଶିକାର ହୋଇଛି। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ସେ ଦାବି କରିଛନ୍ତି।
ସେ ନିଜର ଅଭିଭାଷଣ ଜୟ ଜଗନ୍ନାଥରୁ ଆରମ୍ଭ କରିଥିଲେ। ସେ ଗଣତନ୍ତ୍ରର ପବିତ୍ର ମନ୍ଦିରକୁ ପ୍ରଣାମ କରିବା ସହ ପ୍ରଥମ ବକ୍ତବ୍ୟ ଦେବାକୁ ସୁଯୋଗ ଦେଇଥିବାରୁ ସେ ଉପାଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥି ସହିତ ଏମ୍‌ପି ଭାବେ ରାଜ୍ୟ ସଭାକୁ ପଠାଇଥିବାରୁ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ, ପୁରୀ ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ରରୁ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ କୌଣସି ସଙ୍କୀର୍ଣ୍ଣ ବନ୍ଧନରେ ବାନ୍ଧି ହେବନାହିଁ। ସେ ଭାବର ଠାକୁର ଜଗତର ନାଥ। ଏଭଳି ଭାବାବେଗର ଶ୍ରୀକ୍ଷେତ୍ରର ଉନ୍ନତି ଏକାନ୍ତ କାମ୍ୟ। ବିଜେଡି ସରକାର ଅମଳରେ ଶ୍ରୀକ୍ଷେତ୍ରରେ ଅନେକ ଆଖିଦୃଶିଆ କାମ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ। ଗଜପତି ମହାରାଜାଙ୍କ ଭାଷାରେ ଯାହା ୭୦୦ ବର୍ଷରେ ହୋଇ ପାରି ନ ଥିଲା ତାହା ହୋଇ ପାରିଛି। ଏହାକୁ ଆଗେଇ ନେବାକୁ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ସେ କହିଛନ୍ତି, ଅନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ଆରମ୍ଭ କରି କୋଷ୍ଟାଲ ହାଇଓ୍ବେ ଓ ପୁରୀ -କୋଣାର୍କ ରେଲ୍‌ଓ୍ବେ ଏବଂ ସିଦ୍ଧ ମହାବୀର ରେଲ୍‌ଓ୍ବେ ଓଭର ବ୍ରିଜ୍‌ କାର୍ଯ୍ୟ ଆହୁରି ତ୍ୱରାନ୍ବିତ ହେବାର ଆବଶ୍ୟକତା ରହିଛି। ଆସନ୍ତା ୭ ତାରିଖରେ ପୁରୀରେ ରଥଯାତ୍ରା। ରଥଯାତ୍ରାରେ ଯୋଗଦେବାକୁ ସେ ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?