ବିଜେଡି: ବୈଠକ ପରେ ବୈଠକ

ଭୁବନେଶ୍ୱର,୧୦ା୪(ରବିନାରାୟଣ ଜେନା): ସଂସଦର ଉଭୟ ସଦନରେ ଓ୍ବକ୍‌ଫ ବିଲ୍‌ ପାରିତ ହୋଇ ବିଜ୍ଞପ୍ତି ହୋଇସାରିଲାଣି। ହେଲେ ରାଜ୍ୟ ସଭାରେ ବିଜେଡିର ବିବେକାନୁମୋଦିତ ମତଦାନ ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ଝଡ଼ ଥମିବାର ନାଁ ଧରୁନାହିଁ। ଗତ ୪ ଦିନ ଧରି ବିଜେଡିର ରାଜ୍ୟ ସଭା ସଦସ୍ୟ, କେତେଜଣ ବରିଷ୍ଠ ଓ କନିଷ୍ଠ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଛି। ଆଉ ଏହାକୁ ନେଇ କେତେବେଳେ ହୋଟେଲରେ ବରିଷ୍ଠ ନେତାଙ୍କ ବୈଠକ ବସୁଛି ତ ଆଉ କେତେବେଳେ ବିଧାୟକଙ୍କ ଘରେ ମେଳି ହେଉଛି। ବିଜେଡିରେ ଏଭଳି ସ୍ଥିତିକୁ ନେଇ ତୃଣମୂଳସ୍ତରରୁ ଆରମ୍ଭକରି ଶୀର୍ଷସ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପଟିଆସ୍ଥିତ ଏକ ଘରୋଇ ହୋଟେଲରେ ବିଜେଡି ନେତାଙ୍କ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ନେତା ଶଶିଭୂଷଣ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ଚନ୍ଦ୍ରସାରଥି ବେହେରା, ନୃସିଂହ ସାହୁ, ଭୂପିନ୍ଦର ସିଂ, ପ୍ରଭାତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ଶଶିଭୂଷଣ କହିଛନ୍ତି, ବିଜେଡି ଏକ ଶୃଙ୍ଖଳିତ ଦଳ। ଆମର ନେତା ନବୀନ ପଟ୍ଟନାୟକ। ଯଦି ବାହ୍ୟଶକ୍ତି ଦଳକୁ ଦୁର୍ବଳ କରିବାକୁ ଚେଷ୍ଟାକରନ୍ତି, ସୁପ୍ରିମୋ ଏହାକୁ ବରଦାସ୍ତ କରିବେ ନାହିଁ। ସେ ଆହୁରି କହିଛନ୍ତି, ବିଜେଡି ଏକ ବୃହତ୍‌ ଆଞ୍ଚଳିକ ଦଳ। ରାଜ୍ୟରେ ଦୀର୍ଘବର୍ଷ ଧରି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଜିଣିଆସିଛି। କୌଣସି ପରିସ୍ଥିତିରେ ବିଜେଡି ପ୍ରତି ଆଞ୍ଚ ଆଣିବାକୁ ଦିଆଯିବନାହିଁ। ନବୀନଙ୍କ ଉପରକୁ ଯିଏ ଆକ୍ଷେପ କରିବ ତାକୁ ଛଡ଼ାଯିବ ନାହିଁ। ଯେଉଁମାନେ ସମସ୍ୟା ସୃଷ୍ଟି କରୁଛନ୍ତି ସେମାନଙ୍କୁ ବାହାର ରାସ୍ତା ଦେଖାଇ ଦିଆଯିବ ବୋଲି ଶଶୀ କହିଛନ୍ତି।

ସେହିପରି ବିଧାୟକ ପ୍ରତାପ ଦେବଙ୍କ ସରକାରୀ ବାସଭବନରେ ବୁଧବାର ମଧ୍ୟାହ୍ନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ବରିଷ୍ଠ ନେତା ଅରୁଣ ସାହୁ କହିଛନ୍ତି, ବିଜେଡି କିଭଳି ଅଧିକ ଶକ୍ତିଶାଳୀ ହେବ ସେନେଇ ଆଲୋଚନା ଚାଲିଛି। ଯେଉଁମାନେ ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେମାନଙ୍କ ସମ୍ପର୍କରେ ଦଳର ସୁପ୍ରିମୋଙ୍କୁ ଅବଗତ କରାଯିବ। ଆଗକୁ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ଅରୁଣ କହିଛନ୍ତି।

ପରିପ୍ରେକ୍ଷୀରେ ବୁଧବାର ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା, ଦେବୀରଞ୍ଜନ ତ୍ରିପାଠୀ, ପ୍ରଣବ ବଳବନ୍ତରାୟ, ଅଂଶୁମାନ ମହାନ୍ତି, ସମ୍ବିତ୍‌ ରାଉତରାୟ, ରୁଦ୍ରପ୍ରତାପ ମହାରଥୀ ଓ ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଦେଇଛନ୍ତି। ସେଥିରେ ଦଳର ନୀତି ଆଦର୍ଶକୁ କେଉଁମାନେ, କାହିଁକି ଏବଂ କେଉଁ କାରଣରୁ ବିଚ୍ୟୁତ୍‌ କଲେ ତାହାର ସମୀକ୍ଷାପୂର୍ବକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ବିଜେଡି ନେତାଙ୍କ ବୈଠକ ପରେ ବୈଠକକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ପ୍ରସଙ୍ଗରେ ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ବିଜେଡିରେ ଯେଉଁ ବିଶୃଙ୍ଖଳା ଦେଖାଦେଇଛିି ତାହା କେବଳ କ୍ଷମତା ପାଇଁ। କ୍ଷମତା ଥିବା ପର୍ଯ୍ୟନ୍ତ ଦଳ ଶୃଙ୍ଖଳିତ ଥିଲା, ଏବେ କ୍ଷମତା ନାହିଁ ତେଣୁ ବାଡ଼ାପିଟା ଚାଲିଛି।
ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ବିଜେଡି ଏବେ ବିଜୁଙ୍କ ଚିନ୍ତାଧାରାରୁ ବିଚ୍ୟୁତ ହୋଇସାରିଲାଣି। ଦଳରେ ନୀତି ଆଦର୍ଶ ବୋଲି କିଛି ନାହିଁ। ତେଣୁ ବିଶୃଙ୍ଖଳା ବଢ଼ିଚାଲିଛି। ଯେଉଁମାନେ ଦଳକୁ ପାଣ୍ଡିଆନଙ୍କ କବଳରୁ ରକ୍ଷା କରିବାକୁ ଚାହୁଁଛନ୍ତି ସେମାନେ ସ୍ବର ଉଠାଉଛନ୍ତି।

ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ଆକ୍ଷେପ କରିବା ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ମହଙ୍ଗା ପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଲାଖୋଲିି ଭାବେ ଗଣମାଧ୍ୟମ ସମ୍ମୁଖରେ ପ୍ରଭାତ ଦଳର କେହି ନୁହନ୍ତି ବୋଲି କହିବା ସହ ଚିଟ୍‌ଫଣ୍ଡ ମାମଲାରେ ସେ ଜେଲ୍‌ ଯିବା କଥା କହିଛନ୍ତି। ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ପ୍ରଭାତଙ୍କ ଉପରୁ ୨୦୧୭ରେ ବିଜେଡି ପକ୍ଷରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବା ଏକ ଚିଠି ଘୂରି ବୁଲୁଛି। ୨୦୧୭ ନଭେମ୍ବର ୧୦ରେ ବିଜେଡି ପକ୍ଷରୁ ରାଜ୍ୟ ସମ୍ପାଦକ ବିଜୟ ନାୟକ ଉକ୍ତ ଚିଠିରେ ଦର୍ଶାଇଛନ୍ତି ଯେ, ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବାଙ୍କୀ ବିଧାୟକ ପ୍ରଭାତ ତ୍ରିିପାଠୀଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଯଦି ପ୍ରଭାତ ବିଜେଡିରେ ଏବେଯାଏ ଥିଲେ ତେବେ ସେ ଦଳରେ ନ ଥିଲେ ବୋଲି ନବୀନ କିଭଳି ଗଣମାଧ୍ୟମ ଆଗରେ କହିଲେ। ବାସ୍ତବରେ ପ୍ରଭାତଙ୍କ ନିଲମ୍ବନ କଥା ବିଜେଡି ସୁପ୍ରିମୋ ଜାଣିଛନ୍ତି କି ନା ତାହାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବିଜେଡିର ରାଜ୍ୟ ସଭା ସଦସ୍ୟ ଓ ଅନ୍ୟ ବରିଷ୍ଠ ନେତାମାନେ ପାଣ୍ଡିଆନଙ୍କୁ ନେଇ ଯେଉଁ ଆକ୍ଷେପ କରିଛନ୍ତି ସେନେଇ ତାଙ୍କ ଉପରେ ଦଳ ପକ୍ଷରୁ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି ତାହାକୁ ନେଇ ଚର୍ଚ୍ଚା ବଢ଼ିଲାଣି।

ୱକଫ୍‌ ବିଲ୍‌ରେ ବିଜେଡିର ଭୋଟିଂ ପରେ ଶଙ୍ଖ ଦଳରେ ଏବେ ପୂରା ଗୋଳମାଳିଆ ସ୍ଥିତି ଦେଖାଦେଇଛି। ବୁଧବାର ବିଜେଡିର ଯୁବ ଓ ବରିଷ୍ଠ ନେତାମାନେ ଭିନ୍ନ ଭିନ୍ନ ସ୍ଥାନରେ ବୈଠକ କରିଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହି ସମୟରେ ମୁହଁ ଖୋଲିଛନ୍ତି ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ। ସୋସିଆଲ ମିଡିଆ ଏକ୍ସ ପୋଷ୍ଟରେ ଦେବାଶିଷ ଉଲ୍ଲେଖ କରିଛନ୍ତି, ବିଜେଡିରେ ଯୋଗ ଦେଇଥିବା ନୂଆ ନେତାଙ୍କୁ ଦଳର ଇତିହାସ ବିଷୟରେ ଜଣାନାହିଁ। ଦଳ ପ୍ରତିଷ୍ଠା ହେବା ଦିନଠାରୁ ଲକ୍ଷାଧିକ କର୍ମୀ, ବରିଷ୍ଠ ନେତା ବହୁ ସଂଗ୍ରାମ କରି ଏକ ଆଞ୍ଚଳିକ ଦଳକୁ ଜାତୀୟ ସ୍ତରରେ ପହଞ୍ଚାଇପାରିଥିଲେ। ମାତ୍ର ଏବେର କେତେଜଣ ନେତା ନବୀନ ବାବୁଙ୍କ ଆଦର୍ଶ, ଧର୍ମନିରପେକ୍ଷତା ଏବଂ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ସହ ଅପରିଚିତ। ସେମାନେ ଆଉ କାହା ଇସାରାରେ ପରିଚାଳିତ। ସ୍ବାଭିମାନ ନ ଥିବା ସ୍ବାର୍ଥବାଦୀଙ୍କ ସମ୍ପର୍କରେ ମାତ୍ର ଏତିକି କୁହାଯାଇପାରେ, ସେମାନେ ଦଳ, ଓଡ଼ିଶା କିମ୍ବା ନବୀନ ପଟ୍ଟନାୟକଙ୍କର ନୁହନ୍ତି। ଗତ ନିର୍ବାଚନରେ ବିଜେଡିର ପରାଜୟ ଓଡ଼ିଆ ଅସ୍ମିତା ପାଇଁ ହୋଇଥିଲା। ଆମେ ଜଗନ୍ନାଥ ଦେଶର ଲୋକ। ଆମ ଅସ୍ମିତା ରକ୍ଷା କରିବା ଆମର ମୂଳଲକ୍ଷ୍ୟ ବୋଲି ଦେବାଶିଷ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri