Bhubaneswar: Odisha Chief minister Naveen Patnaik greets NDA's presidential candidate Ram Nath Kovind at a meeting at Odisha assembly in Bhubaneswar on Friday. Kovind visited Odisha to meet BJD and BJP legislators as part of his campaign ahead of the Presidential election. Union Minister J P nadda also seen in the photo. PTI Photo(PTI7_14_2017_000109B)
ଭୁବନେଶ୍ୱର, ୧୪।୧୦(ସୁନିତ୍ ମିଶ୍ର): ନୂଆପଡ଼ା ଉପନିର୍ବାଚନ ନେଇ ବିଜେଡି ପକ୍ଷରୁ ପ୍ରାର୍ଥୀ ଖୋଜା ଚାଲିଛି। ଦଳର କେତେଜଣ ବରିଷ୍ଠ ନେତା ୨ ଦିନ କାଳ ନୂଆପଡ଼ା ଯାଇ ସେଠାରେ ଡେରା ପକାଇ ରହିଥିଲେ। ଦଳର କର୍ମୀମାନଙ୍କ ସହ ଆଲୋଚନାକରିବା ପରେ ମଙ୍ଗଳବାର ସୁଦ୍ଧା କେତେଜଣ ଫେରିଛନ୍ତି ଆଉ କେତେକେ ବୁଧବାର ସକାଳ ସୁଦ୍ଧା ଆସି ଭୁବନେଶ୍ୱରଠାରେ ପହଞ୍ଚିବେ। ଏହାସହ ପଶ୍ଚିମ ଓଡ଼ିଶାର ଅନେକ ନେତା ନୂଆପଡ଼ା ଉପନିର୍ବାଚନ ଦାୟିତ୍ୱରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଜଣ ଆସି ମଧ୍ୟ ବୁଧବାର ଭୁନବନେଶ୍ୱରଠାରେ ପହଞ୍ଚିବେ। ପ୍ରଥମେ ଶଙ୍ଖ ଭବନଠାରେ ସେମାନଙ୍କ ମଧ୍ୟରେ ଆଲୋଚନା ହେବା ପରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ୩ଟି ନାମ ପଠାଯିବ। ସେଥିରୁ ଜଣଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନୂଆପଡ଼ା ଜିଲା ସଭାପତି ଥିବା ମନୋଜ ମିଶ୍ର, ଆଦିବାସୀ ଚେହେରା ଭାବେ ଭାନୁ ପ୍ରତାପ ସିଂ ମାଝୀ, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷ ଥିବା ତାରେଶ୍ୱରୀ ସାହୁ ଏବଂ ରମାକାନ୍ତ ଠାକୁରଙ୍କ ଭଳି କେତେଜଣଙ୍କ ନାଁକୁ ନେଇ ଦଳର ବରିଷ୍ଠ ନେତାମାନେ ଚର୍ଚ୍ଚା କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କୁ ଦଳ ପ୍ରାର୍ଥୀ କରିବାକୁ ଯୋଜନା କରିଥିବା ବେଳେ ମନୋଜ ମିଶ୍ରଙ୍କ ନାଁକୁ ନେଇ ବିଶେଷ ଚର୍ଚ୍ଚା ଚାଲିଛି।