ବିଜେଡି ହାତରୁ ଗଲା ଅଧ୍ୟକ୍ଷ ପଦ: ମୀରାରାଣି ମହାନ୍ତି ହେଲେ ନୂଆ ବ୍ଲକ ଅଧ୍ୟକ୍ଷା

ମହାକାଳପଡ଼ା,୨୪।୬: ବିଜେଡି ହାତରୁ ଗଲା ମହାକାଳ ପଡ଼ା ବ୍ଲକ ଅଧ୍ୟକ୍ଷ ପଦ। ଭାଜପା ସମର୍ଥିତ ମୀରାରାଣି ମହାନ୍ତି ହେଲେ ନୂଆ ବ୍ଲକ ଅଧ୍ୟକ୍ଷା। ନିର୍ଦ୍ବନ୍ଦ୍ବରେ ବ୍ଲକ ଅଧ୍ୟକ୍ଷାନ ନିର୍ବାଚିତ ହେଲେ ମୀରାରାଣି।
ମହାକାଳପଡ଼ା ସଭା ଗୃହଠାରେ ବ୍ଲକ ଅଧ୍ୟକ୍ଷା ନିର୍ବାଚନରେ ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ୩୧ ପଞ୍ଚାୟତର ୨୫ ସଭାସଭ୍ୟ ତାଙ୍କୁ ସମର୍ଥନ କରି ଥିଲେ। ପରେ ପ୍ରଶାସନ ପକ୍ଷରୁ ମୀରାରାଣି ମହାନ୍ତିଙ୍କୁ ଅଧ୍ୟକ୍ଷା ଘୋଷଣା କରାଯାଇଥିଲା ।  ବିଜୟୀ ହୋଇଥିବା ବ୍ଲକ ନବନିର୍ବାଚିତ ଅଧ୍ୟକ୍ଷା ମୀରାରଣି କହିଛନ୍ତି ମହାକାଳପଡ଼ା ବିକାଶରେ ନୂଆ ସୂର୍ଯ୍ୟ ଉଦୟ ହେବ ।