କଳିକେଶଙ୍କ ହାତରେ ଦିଆଯାଉ ବିଜେଡି ନେତୃତ୍ୱ: ଜୋର୍‌ ଧରିଲା ଦାବି

ଭୁବନେଶ୍ୱର,୨୯।୧: ବିଜୁ ଜନତା ଦଳ(ବିଜେଡି) ୨୦୦୦ ମସିହାରୁ ଲଗାତାର ୨୦୨୪ ମସିହା ପର୍ଯ୍ୟନ୍ତ ସରକାରରେ ରହି ଆସିଥିଲା। ହେଲେ ୨୪ ବର୍ଷର ସରକାର ଗତ ସାଧାରଣ ନିର୍ବାଚନରେ ଲୋକଙ୍କ ଦ୍ୱାରା ପ୍ରତ୍ୟାଖିତ ହୋଇ କ୍ଷମତାରୁ ହଟିଛି। କ୍ଷମତା ହରାଇବା ପରେ ବିଜେଡିରେ ଗୋଷ୍ଠୀକନ୍ଦଳ ଦେଖାଯାଇଛି। ଅନେକ ନେତା ବିଜେଡି ଛାଡିଲେଣି ଏବଂ ଆଉ କେତେକ ନେତାଙ୍କୁ ଦଳବିରୋଧି କାର୍ଯ୍ୟ ପାଇଁ ତଡ଼ି ଦିଆଯାଉଛି। ଏବେ ଦଳରେ ନେତୃତ୍ୱକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ଆଜିକାଲି ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ବିଜେଡି ନେତୃତ୍ୱ ଦେବାକୁ କଲେ ଦାବି କରିଛନ୍ତି ଅନେକ ନେତା। ବିଜେଡି ନେତା ଦେବେଶ ଆଚାର୍ଯ୍ୟ କଳିକେଶଙ୍କୁ ବିଜେଡି ନେତୃତ୍ୱ ଦେବାକୁ ଦାବି କରିଛନ୍ତି। ଏକ ସାଧାରଣ ସଭାରେ ସେ କହିଛନ୍ତି, କ୍ରୀଡ଼ାଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ରରେ କଳିକେଶଙ୍କର ଦକ୍ଷତା ରହିଛି। ତାଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ଅଛି।
ସୂଚନାଯୋଗ୍ୟ, ଗତକାଲି କଳିକେଶଙ୍କୁ ବିଜେଡି ରାଜ୍ୟ ନେତୃତ୍ୱ ମିଳୁ କହିଥିଲେ ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର।

 

Dharitri – Odisha’s No.1 Odia Daily