ନବୀନଙ୍କୁ ଦେଖା କରିବାକୁ ଯାଇଥିଲେ ବିଜେଡି ନେତା, ହେଲେ ପାଣ୍ଡିଆନ ଦେଖାଇଲେ…

ଭୁବନେଶ୍ୱର,୨୬ା୬(ସୁନିତ୍‌ ମିଶ୍ର): ମୁମ୍ବାଇର କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବେ ଚିକିତ୍ସାଧୀନ ରହିଛନ୍ତି। ନବୀନ ପୂର୍ବରୁ କେବେ ନିଜର ଚିକିତ୍ସା ସମ୍ପର୍କରେ ସାଧାରଣରେ ସବିଶେଷ ତଥ୍ୟ ଦେଇଯାଇ ନ ଥିଲେ। ହେଲେ ପ୍ରଥମ ଥର ଲାଗି ସେ ନିଜ ଚିକିତ୍ସା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସାଧାରଣ ଲୋକଙ୍କୁ ଜଣାଇଥିଲେ। ଏହାପରେ ଦଳୀୟ ନେତା ଓ କର୍ମୀମାନେ ନବୀନଙ୍କ ଆଶୁ ଆରୋଗ୍ୟ କାମନାକରି ପୂଜାର୍ଚ୍ଚନାରେ ଲାଗି ପଡ଼ିଥିଲେ। ଏହାପରେ କେତେଜଣ ଆଗ ଧାଡ଼ିର ନେତା ନିଜ ନେତାଙ୍କୁ ଦେଖାକରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ଲାଗି ମୁମ୍ବାଇ ଅଭିମୁଖେ ବାହାରିପଡ଼ିଥିଲେ। ହେଲେ ଏହି ନେତାମାନଙ୍କ ସବୁ ସରାଗ ଭାଙ୍ଗିଯାଇଛି। ନିଜ ନେତାଙ୍କୁ ପାଖରୁ ଦେଖିବାକୁ ନ ପାଇ କେବଳ ଭିଡିଓ କଲ୍‌ରେ ଦେଖି ନିଜ ମନ ଖୁସି କରିବାକୁ ଚେଷ୍ଟା କରିଛନ୍ତି। ନିଜ ନେତାଙ୍କ ଦେଖା ନ ପାଇ ଦଳର ବରିଷ୍ଠ ନେତାମାନେ ଖାଲିରେ ଫେରିଥିବା ଖବର ଜାଣିବା ପରେ ଯେଉଁ ଆଉ କେତେଜଣ ନେତା ମୁମ୍ବାଇ ଯିବେ ବୋଲି ବାହାରିଥିଲେ, ସେମାନେ ଏବେ ନିଜ ମନ ବଦଳାଇ ଦେଇଛନ୍ତି। ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ମୋବାଇଲ୍‌ ଫୋନ୍‌ରୁ ଭି.କେ. ପାଣ୍ଡିଆନ୍‌ଙ୍କୁ ଭିଡିଓ କଲ୍‌ ଯାଇଥିଲା। ଏହିପରି ବମ୍ବେ ଯାଇଥିବା ନେତାମାନେ ନବୀନଙ୍କୁ ଦେଖିଥିଲେ, ଯାହା ଦଳ ଭିତରେ ଆହୁରି ଅସନ୍ତୋଷକୁ ବଢ଼ାଇ ଦେଇଛି।
ଗତ ସାଧାରଣ ନିର୍ବାଚନରେ ବିଜେଡି ସରକାରରୁ ଯିବା ପାଇଁ ପାଣ୍ଡିଆନ୍‌ ଏବଂ ବବିଙ୍କୁ ଦଳର ଏକାଧିକ ନେତା ଓ କର୍ମୀ ଦାୟୀ କରିଥିଲେ। ନିର୍ବାଚନ ପୂର୍ବରୁ ଦଳରେ ବବି ସବୁଠାରୁ କ୍ଷମତାଶାଳୀ ନେତା ହୋଇଯାଇଥିବା ବେଳେ ପାଣ୍ଡିଆନ୍‌ ପୂରା ଦଳକୁ ପରିଚାଳନା କରୁଥିଲେ। ଅନ୍ୟ ନେତାମାନଙ୍କୁ ସେତେବେଳେ ସମ୍ପୂର୍ଣ୍ଣ ଅଣଦେଖା କରିଦିଆଯାଇଥିଲା। ଯେଉଁ ନେତା ନବୀନଙ୍କୁ ଦେଖା କରିବାକୁ ଚାହୁଁଥିଲେ, ତାହା ସମ୍ଭବ ହେଉ ନ ଥିଲା। ଯିଏ ସବୁ ଆସୁଥିଲେ, ପାଣ୍ଡିଆନଙ୍କୁ ଦେଖା କରୁଥିଲେ। ପାଣ୍ଡିଆନ୍‌ଙ୍କୁ ଦେଖାକରିବା ପାଇଁ ବବି ହିଁ ମାଧ୍ୟମ ସାଜିଥିଲେ, ଯେଉଁଥିଲାଗି ଦଳର ପରାଜୟ ପରେ ଏଭଳି ବିରୋଧ ହୋଇଥିଲା ଯେ ପାଣ୍ଡିଆନ୍‌ ରାଜନୀତିରୁ ସନ୍ନ୍ୟାସ ନେଉଥିବା କଥା କହିଥିଲେ। ହେଲେ ଏବେ ଯେତେବେଳେ ନିର୍ବାଚନ ଫଳ ବାହାରିବାର ଗୋଟିଏ ବର୍ଷ ବିତିଯାଇଛି ଏବଂ ସେହି ଢାଞ୍ଚା ଏବେ ବି ଦଳ ଭିତରେ ଚାଲିଛି। ତାକୁ ଦେଖି ଦଳ ଭିତରେ ପୁଣି ଥରେ କମ୍ପନ ଆରମ୍ଭ ହୋଇଛି। ଜଣେ ବରିଷ୍ଠ ନେତା କହିଛନ୍ତି, ଦଳକୁ ଏତେ କ୍ଷତି ସହିବାକୁ ପଡିଲା ପରେ ବି ଯଦି ପାଣ୍ଡିଆନ୍‌ ଏବଂ ବବି ସବୁ ନିୟନ୍ତ୍ରଣରେ ରଖିଛନ୍ତି ତେବେ ବିଜେଡିର ଭବିଷ୍ୟତ ଭଲ ନୁହେଁ। ନବୀନଙ୍କୁ ଦେଖାକରିବା ପାଇଁ ସେଇ ବବିଙ୍କ ଫୋନ୍‌ରୁ ପାଣ୍ଡିଆନ୍‌ଙ୍କୁ ଭିଡିଓ କଲ୍‌ କରାଯିବ, ଏହିଭଳି ନବୀନଙ୍କୁ ଦେଖିବାକୁ ପଡ଼ିବ। ଏହାର ଅର୍ଥ ବବି ଆଉ ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ଏବେ ବି ଦଳ ଚାଲିଛି, ଯାହାକି ଭବିଷ୍ୟତ ଲାଗି ଭଲ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟପଟେ କିନ୍ତୁ ଦଳ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଦଳର ଏକାଧିକ ନେତା ନବୀନଙ୍କୁ ଦେଖି ସ୍ବାସ୍ଥ୍ୟାବସ୍ଥା କଥା ବୁଝିଲେ ବୋଲି ଉଲ୍ଲେଖ କରାଯାଇଛି।
ମଙ୍ଗଳବାରଠାରୁ ମୁମ୍ବାଇ ଯାଇଥିବା ନେତାମାନେ ନବୀନଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକ ଏବଂ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ଭେଟିଥିବା ଜଣାପଡିଛି। ପ୍ରେମ୍‌ଙ୍କ ସହ ଦଳୀୟ ନେତାମାନେ କିଛି ସମୟ ଆଲୋଚନା କରିଥିଲେ। ଏହି ନେତାମାନେ ମୁମ୍ବାଇରେ ଏକ ଘରୋଇ ହୋଟେଲରେ ଗୋଟିଏ ଦିନ ରହିଥିଲେ। ଏମାନଙ୍କ ମଧ୍ୟରେ ବରିଷ୍ଠ ନେତା ଅଶୋକ ପଣ୍ଡା, ଅତନୁ ସବ୍ୟସଚୀ ନାୟକ, ସୁଶାନ୍ତ ରାଉତ, ସଞ୍ଜୟ ଦାସବର୍ମା, ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ, ମାନସ ମଙ୍ଗରାଜ, ପ୍ରଣବ ବଳବନ୍ତରାୟ, ସଞ୍ଜୀବ ମଲିକ, ବିଶ୍ୱରଞ୍ଜନ ମଲିକ, ବିକ୍ରମ ପଣ୍ଡା, ଚନ୍ଦ୍ରଶେଖର ସାହୁ ପ୍ରମୁଖ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

ରାଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଶସ୍ୟ ବଦଳରେ ମିଳିବ…

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କର ରାଶନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାସିକ ମାଗଣା ରାଶନ ଯୋଜନାର ହିତାଧିକାରୀ, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।…

୧ ବଲ୍‌ ୯ ରନ୍‌: ବିନା ଓ୍ବାଇଡ୍‌-ନୋ ବଲ୍‌ରେ କେମିତି ହେଲା ସମ୍ଭବ, ଜାଣନ୍ତୁ କ୍ରିକେଟ୍‌ ପଡ଼ିଆରେ ରୋଚକ ଘଟଣା

ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ…

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଜୋରଦାର୍‌ ଝଟ୍‌କା: ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇ…

ନୂଆଦିଲ୍ଲୀ,୫।୨: ICC ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିଙ୍କ ଆଘାତର ଧାରା ଜାରି ରହିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ତାଲିକାରେ…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା, ଏମାନେ ହେବେ ଉପକୃତ….

ଭୁବନେଶ୍ୱର,୫।୧: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା। ଏନେଇ ଗୁରୁବାର ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାମୁଦ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri