ନବୀନଙ୍କୁ ଦେଖା କରିବାକୁ ଯାଇଥିଲେ ବିଜେଡି ନେତା, ହେଲେ ପାଣ୍ଡିଆନ ଦେଖାଇଲେ…

ଭୁବନେଶ୍ୱର,୨୬ା୬(ସୁନିତ୍‌ ମିଶ୍ର): ମୁମ୍ବାଇର କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବେ ଚିକିତ୍ସାଧୀନ ରହିଛନ୍ତି। ନବୀନ ପୂର୍ବରୁ କେବେ ନିଜର ଚିକିତ୍ସା ସମ୍ପର୍କରେ ସାଧାରଣରେ ସବିଶେଷ ତଥ୍ୟ ଦେଇଯାଇ ନ ଥିଲେ। ହେଲେ ପ୍ରଥମ ଥର ଲାଗି ସେ ନିଜ ଚିକିତ୍ସା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସାଧାରଣ ଲୋକଙ୍କୁ ଜଣାଇଥିଲେ। ଏହାପରେ ଦଳୀୟ ନେତା ଓ କର୍ମୀମାନେ ନବୀନଙ୍କ ଆଶୁ ଆରୋଗ୍ୟ କାମନାକରି ପୂଜାର୍ଚ୍ଚନାରେ ଲାଗି ପଡ଼ିଥିଲେ। ଏହାପରେ କେତେଜଣ ଆଗ ଧାଡ଼ିର ନେତା ନିଜ ନେତାଙ୍କୁ ଦେଖାକରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ଲାଗି ମୁମ୍ବାଇ ଅଭିମୁଖେ ବାହାରିପଡ଼ିଥିଲେ। ହେଲେ ଏହି ନେତାମାନଙ୍କ ସବୁ ସରାଗ ଭାଙ୍ଗିଯାଇଛି। ନିଜ ନେତାଙ୍କୁ ପାଖରୁ ଦେଖିବାକୁ ନ ପାଇ କେବଳ ଭିଡିଓ କଲ୍‌ରେ ଦେଖି ନିଜ ମନ ଖୁସି କରିବାକୁ ଚେଷ୍ଟା କରିଛନ୍ତି। ନିଜ ନେତାଙ୍କ ଦେଖା ନ ପାଇ ଦଳର ବରିଷ୍ଠ ନେତାମାନେ ଖାଲିରେ ଫେରିଥିବା ଖବର ଜାଣିବା ପରେ ଯେଉଁ ଆଉ କେତେଜଣ ନେତା ମୁମ୍ବାଇ ଯିବେ ବୋଲି ବାହାରିଥିଲେ, ସେମାନେ ଏବେ ନିଜ ମନ ବଦଳାଇ ଦେଇଛନ୍ତି। ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ମୋବାଇଲ୍‌ ଫୋନ୍‌ରୁ ଭି.କେ. ପାଣ୍ଡିଆନ୍‌ଙ୍କୁ ଭିଡିଓ କଲ୍‌ ଯାଇଥିଲା। ଏହିପରି ବମ୍ବେ ଯାଇଥିବା ନେତାମାନେ ନବୀନଙ୍କୁ ଦେଖିଥିଲେ, ଯାହା ଦଳ ଭିତରେ ଆହୁରି ଅସନ୍ତୋଷକୁ ବଢ଼ାଇ ଦେଇଛି।
ଗତ ସାଧାରଣ ନିର୍ବାଚନରେ ବିଜେଡି ସରକାରରୁ ଯିବା ପାଇଁ ପାଣ୍ଡିଆନ୍‌ ଏବଂ ବବିଙ୍କୁ ଦଳର ଏକାଧିକ ନେତା ଓ କର୍ମୀ ଦାୟୀ କରିଥିଲେ। ନିର୍ବାଚନ ପୂର୍ବରୁ ଦଳରେ ବବି ସବୁଠାରୁ କ୍ଷମତାଶାଳୀ ନେତା ହୋଇଯାଇଥିବା ବେଳେ ପାଣ୍ଡିଆନ୍‌ ପୂରା ଦଳକୁ ପରିଚାଳନା କରୁଥିଲେ। ଅନ୍ୟ ନେତାମାନଙ୍କୁ ସେତେବେଳେ ସମ୍ପୂର୍ଣ୍ଣ ଅଣଦେଖା କରିଦିଆଯାଇଥିଲା। ଯେଉଁ ନେତା ନବୀନଙ୍କୁ ଦେଖା କରିବାକୁ ଚାହୁଁଥିଲେ, ତାହା ସମ୍ଭବ ହେଉ ନ ଥିଲା। ଯିଏ ସବୁ ଆସୁଥିଲେ, ପାଣ୍ଡିଆନଙ୍କୁ ଦେଖା କରୁଥିଲେ। ପାଣ୍ଡିଆନ୍‌ଙ୍କୁ ଦେଖାକରିବା ପାଇଁ ବବି ହିଁ ମାଧ୍ୟମ ସାଜିଥିଲେ, ଯେଉଁଥିଲାଗି ଦଳର ପରାଜୟ ପରେ ଏଭଳି ବିରୋଧ ହୋଇଥିଲା ଯେ ପାଣ୍ଡିଆନ୍‌ ରାଜନୀତିରୁ ସନ୍ନ୍ୟାସ ନେଉଥିବା କଥା କହିଥିଲେ। ହେଲେ ଏବେ ଯେତେବେଳେ ନିର୍ବାଚନ ଫଳ ବାହାରିବାର ଗୋଟିଏ ବର୍ଷ ବିତିଯାଇଛି ଏବଂ ସେହି ଢାଞ୍ଚା ଏବେ ବି ଦଳ ଭିତରେ ଚାଲିଛି। ତାକୁ ଦେଖି ଦଳ ଭିତରେ ପୁଣି ଥରେ କମ୍ପନ ଆରମ୍ଭ ହୋଇଛି। ଜଣେ ବରିଷ୍ଠ ନେତା କହିଛନ୍ତି, ଦଳକୁ ଏତେ କ୍ଷତି ସହିବାକୁ ପଡିଲା ପରେ ବି ଯଦି ପାଣ୍ଡିଆନ୍‌ ଏବଂ ବବି ସବୁ ନିୟନ୍ତ୍ରଣରେ ରଖିଛନ୍ତି ତେବେ ବିଜେଡିର ଭବିଷ୍ୟତ ଭଲ ନୁହେଁ। ନବୀନଙ୍କୁ ଦେଖାକରିବା ପାଇଁ ସେଇ ବବିଙ୍କ ଫୋନ୍‌ରୁ ପାଣ୍ଡିଆନ୍‌ଙ୍କୁ ଭିଡିଓ କଲ୍‌ କରାଯିବ, ଏହିଭଳି ନବୀନଙ୍କୁ ଦେଖିବାକୁ ପଡ଼ିବ। ଏହାର ଅର୍ଥ ବବି ଆଉ ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ଏବେ ବି ଦଳ ଚାଲିଛି, ଯାହାକି ଭବିଷ୍ୟତ ଲାଗି ଭଲ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟପଟେ କିନ୍ତୁ ଦଳ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଦଳର ଏକାଧିକ ନେତା ନବୀନଙ୍କୁ ଦେଖି ସ୍ବାସ୍ଥ୍ୟାବସ୍ଥା କଥା ବୁଝିଲେ ବୋଲି ଉଲ୍ଲେଖ କରାଯାଇଛି।
ମଙ୍ଗଳବାରଠାରୁ ମୁମ୍ବାଇ ଯାଇଥିବା ନେତାମାନେ ନବୀନଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକ ଏବଂ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ଭେଟିଥିବା ଜଣାପଡିଛି। ପ୍ରେମ୍‌ଙ୍କ ସହ ଦଳୀୟ ନେତାମାନେ କିଛି ସମୟ ଆଲୋଚନା କରିଥିଲେ। ଏହି ନେତାମାନେ ମୁମ୍ବାଇରେ ଏକ ଘରୋଇ ହୋଟେଲରେ ଗୋଟିଏ ଦିନ ରହିଥିଲେ। ଏମାନଙ୍କ ମଧ୍ୟରେ ବରିଷ୍ଠ ନେତା ଅଶୋକ ପଣ୍ଡା, ଅତନୁ ସବ୍ୟସଚୀ ନାୟକ, ସୁଶାନ୍ତ ରାଉତ, ସଞ୍ଜୟ ଦାସବର୍ମା, ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ, ମାନସ ମଙ୍ଗରାଜ, ପ୍ରଣବ ବଳବନ୍ତରାୟ, ସଞ୍ଜୀବ ମଲିକ, ବିଶ୍ୱରଞ୍ଜନ ମଲିକ, ବିକ୍ରମ ପଣ୍ଡା, ଚନ୍ଦ୍ରଶେଖର ସାହୁ ପ୍ରମୁଖ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri