ନୂଆପଡ଼ା ରାଜନୀତିରେ ନୂଆମୋଡ଼: ଭାଜପାରେ ସାମିଲ ହେଲେ ବିଜେଡି ନେତା ଲମ୍ବୋଦର ନିଆଲ

ନୂଆପଡ଼ା,୧୬ା୧୦(ମକାରୁ ବେମାଲ): ନୂଆପଡ଼ା ରାଜନୀତିରେ ନୂଆମୋଡ଼ ଆସିଛି। କଳାହାଣ୍ଡି ଲୋକ ସଭା ଆସନରୁ ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ିଥିବା ଲମ୍ବୋଦର ନିଆଲ ଶେଷରେ ଭାଜପାରେ ସାମିଲ ହୋଇଛନ୍ତି। ଫଳରେ ବିଜେଡିକୁ ପୁଣି ଏକ ଶକ୍ତ ଝଟ୍‌କା ଲାଗିଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ନୂଆପଡ଼ା ଉପନିର୍ବାଚନ ପାଇଁ ବୁଧବାର ଉଭୟ ଶାସକ ଭାଜପା ଏବଂ ବିରୋଧୀ ବିଜେଡିର ପ୍ରାର୍ଥୀ ଘୋଷଣା କରାଯାଇଛି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ଭାଜପା ଟିକେଟ ଦେଇଛି। ଏନେଇ ଭାଜପା ସଂସଦୀୟ ବୋର୍ଡ ପକ୍ଷରୁ ବୁଧବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବିଜେଡିର ପ୍ରାର୍ଥୀ ଘୋଷଣା। ବିଜେଡି ଏହି ଉପନିର୍ବାଚନରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ବିଜୁ ମହିଳା ଜନତା ଦଳର ସଭାପତି ଥିବା ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି। ନୂଆପଡ଼ା ନିର୍ବାଚନମଣ୍ଡଳୀ ବାହାରୁ ସ୍ନେହାଙ୍ଗିନୀଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଏହା ନବୀନଙ୍କ ଆଉ ଏକ ମାଷ୍ଟର ଷ୍ଟ୍ରୋକ୍‌ ବୋଲି ଚର୍ଚ୍ଚା ହେଉଛି।

ବିଜେଡି ଢୋଲକିଆଙ୍କ ପରିବାରରୁ ପ୍ରାର୍ଥୀ ଦେବ ବୋଲି ପ୍ରଥମେ ଭାବିଥିଲା। ହେଲେ ପରବର୍ତ୍ତୀ ସମୟରେ ଜୟ ଭାଜପାରେ ଯୋଗଦେଇଥିଲେ। ଏହାପରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ନାନା ଆଲୋଚନା ଲାଗି ରହିଥିଲା। କେତେଜଣ ସ୍ଥାନୀୟ ନେତାଙ୍କ ନାଁକୁ ନେଇ ଦଳ ପ୍ରାର୍ଥୀ କରିବା କଥା ଚିନ୍ତା କରୁଥିବା ଶୁଣାଯାଉଥିଲା। ହେଲେ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ନବୀନ ଦଳର ରାଜ୍ୟ ମହିଳା ସଭାପତିଙ୍କ ଉପରେ ଭରସା କରିଛନ୍ତି। ବରଗଡ଼ ଜିଲାର ଅତାବିରା ବିଧାନସଭା ଆସନରୁ ୨୦୨୪ରେ ନିର୍ବାଚନ ଲଢ଼ି ସ୍ନେହାଙ୍ଗିନୀ ପରାଜିତ ହୋଇଥିଲେ। ସ୍ନେହାଙ୍ଗିନୀଙ୍କ ପ୍ରାର୍ଥତ୍ତ୍ୱ ଘୋଷଣା ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ସ୍ନେହାଙ୍ଗିନୀ ଛୁରିଆ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତ୍ରୀ, ଯିଏ ବିଗତ ଦିନରେ ବିଜେଡି ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଦଳର ବହୁ ପଦପଦବୀରେ ରହି ଅନେକ ଗୁରୁତ୍ୱ ପ୍ରସଙ୍ଗ ଉଠାଇଛନ୍ତି। ସେ ଦଳର ସମ୍ପତ୍ତି। ଜଣେ ମହିଳା ନେତ୍ରୀ। ସେ ରାଜ୍ୟର ଲୋକମାନଙ୍କ ପାଇଁ ବହୁ କାମ କରିଛନ୍ତି। ବିଶେଷକରି ଗରିବ ଏବଂ ମହିଳାମାନଙ୍କ ପାଇଁ ସେ ବହୁ ଭଲ କାର୍ଯ୍ୟ କରିଛନ୍ତି। ଉପନିର୍ବାଚନ ସମୟରେ ନୂଆପଡ଼ାକୁ ପ୍ରଚାରରେ ଯିବେ ବୋଲି ନବୀନ କହିଛନ୍ତି। ସୂଚନାଯୋଗ୍ୟ, ଜୟ ଭାଜପାରେ ଯୋଗଦେବା ପରେ ବିଜେଡିର ବହୁ ବରିଷ୍ଠ ନେତା ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଗସ୍ତ କରିଥିଲେ। ସେଠାରେ ଦଳର ନେତା ଓ କର୍ମୀମାନଙ୍କ ସହ ଏକାଧିକ ବୈଠକ କରିବା ପରେ ସମସ୍ତେ ମଙ୍ଗଳବାର ରାତି ସୁଦ୍ଧା ଫେରି ଆସିଥିଲେ। ଏହାପରେ ବୁଧବାର ନବୀନ ନିବାସରେ ୨ଥରରୁ ଅଧିକ ବୈଠକ ବସିଥିଲା। ଶେଷରେ ସ୍ନେହାଙ୍ଗିନୀଙ୍କ ନାଁ ଘୋଷଣା କରାଯାଇଥିଲା। ମହିଳା ଏବଂ ଆଦିବାସୀ କାର୍ଡ ବିଜେଡି ଖେଳିଥିବା କୁହାଯାଉଛି। ଆସନ୍ତା ୧୯ରେ ବିଜେଡି ପ୍ରାର୍ଥୀ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?