ପାଣ୍ଡିଆନଙ୍କୁ ନେଇ ପୁଣି ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା

ଭୁବନେଶ୍ୱର,୧୧।୪: ୱାକ୍‌ଫ ବିଲ ଭୋଟିଂ ବିବାଦ ଥମିବାର ନାଁ ନେଉନାହିଁ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ଆସିବା ପରେ ଦଳ ଭିତରେ ଆଭ୍ୟନ୍ତରୀଣ ଅଶାନ୍ତି ପୁଣି ବଢି ଚାଲିଛି। ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ପରେ ଏବେ ନୃସିଂହ ସାହୁ ଏକ ବଡ଼ ବୟାନ ଦେଇଛନ୍ତି। ପାଣ୍ଡିଆନଙ୍କ ପାଇଁ ଦଳ ୨୦୨୪ ନିର୍ବାଚନ ହାରିଥିବା ନୃସିଂହ କହିଛନ୍ତି।

ପାଣ୍ଡିଆନଙ୍କ ଯୋଗଦେବା ପରେ ଦଳ କ୍ଷତିଗ୍ରସ୍ତ ହେଲା। ନବୀନ ୨ଟି ସ୍ଥାନରେ ଛିଡ଼ା ହେଲେ, ଯାହାକୁ ନେଇ ଭାଜପା ଅପପ୍ରଚାର କଲା। କିଛି ଲୋକ ଆମ ବୈଠକକୁ ଭୁଲ ଚିତ୍ରଣ କରି ନବୀନଙ୍କୁ କହିଛନ୍ତି, ଆମେ ଯେତେବେଳେ ଏକାଠି ବସୁ, ଦଳର ହିତ କଥା ଚିନ୍ତା କରୁ। ଅତନୁ ଏବଂ ସଞ୍ଜୟଙ୍କ ଭଳି ନେତା ଆଗରୁ ହୋଟେଲରେ ବୈଠକ କରିଛନ୍ତି। ନବୀନଙ୍କୁ ଭେଟି କହିଛୁ, ସସ୍ମିତ ଯାହା କଲେ ଠିକ କଲେ ନାହିଁ। କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କୁ କହିଛୁ। ସେ ବିଚାର କରିବେ ବୋଲି ନୃସିଂହ କହିଛନ୍ତି।

ଅନ୍ୟପକ୍ଷେ, ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ କହିଛନ୍ତି, ଆମେ କେହି ଚାକିରି କରୁ ନାହୁଁ, କିମ୍ବା କେହି ଆମକୁ ଭୟଭୀତ କରିବାକୁ ସାହସ କରିବେ ନାହିଁ।