‘ବିଜେଡି ଗାଡ଼ିର ଡ୍ରାଇଭର ସାଜିଛି କଂଗ୍ରେସ’

ଭୁବନେଶ୍ୱର,୨୮।୮(ଅନିଲ ଦାସ):ବିଧାନସଭାରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନା ନ ହେଉ, ସେ ନେଇ ବିଜେଡି ଓ କଂଗ୍ରେସ ଅପଚେଷ୍ଟା କରୁଛନ୍ତି। ଏବେ ‘ବିଜେଡି ଗାଡ଼ିର ଡ୍ରାଇଭର ସାଜିଛି କଂଗ୍ରେସ’ ବୋଲି ଭାଜପା ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି। ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଯେତେବେଳେ ଜନଗଣନା ହେବ ସେତେବେଳେ ଜାତି ଜନଗଣନା ପ୍ରସଙ୍ଗ ଉଠାଇବା ଯଥାର୍ଥ ହୋଇପାରେ। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍‌ ଦେଇଥିବା ତତ୍‌କାଳୀନ ବିଜେଡି ସରକାର ସର୍ଭେ ନଁାରେ ଯେଉଁ ପ୍ରହସନ ଚଳାଇଲେ, ତାହା ଓଡ଼ିଶାବାସୀଙ୍କ ସାମ୍ନାରେ ସାର୍ବଜନୀନ ହେଲା ନାହିଁ କାହିଁକି। ଏବେ ଅଯଥାରେ ଜାତି ଜନଗଣନା ପ୍ରସଙ୍ଗରେ ବିଧାନସଭାକୁ କଂଗ୍ରେସ ଅଚଳ କରୁଛି। କଂଗ୍ରେସ ଓ ବିଜେଡି ଉଭୟ ଶାସନ କ୍ଷମତାରେ ଥିଲାବେଳେ ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କୁ ନ୍ୟାୟ ଦେଇନାହାନ୍ତି। ଏବେ ଭାଜପା ସରକାରରେ ଓଡ଼ିଶାରେ ସାମାଜିକ ନ୍ୟାୟ ସ୍ଥାପନା ହୋଇଛି। ଜଣେ ଆଦିବାସୀ ଆଜି ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିଜେଡି ଓ କଂଗ୍ରେସ ଏହାକୁ ସହ୍ୟ କରିପାରୁନାହାନ୍ତି। ଓଡ଼ିଶାରେ ଆଦିବାସୀ, ଦଳିତ ଯଥାକ୍ରମେ ୩୮% ଓ ଓବିସି ୫୨% ଅଛନ୍ତି। ୨୫ବର୍ଷ ବଜେଡି ଶାସନରେ ଓବିସି, ଏସ୍‌ସି, ଏସ୍‌ଟିଙ୍କୁ ନ୍ୟାୟ ଦେବାକୁ ସ୍ବର ଉଠାଇ ନ ଥିଲେ। ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରରେ ୨୭ ଜଣ ଓବିସି ବର୍ଗ ମନ୍ତ୍ରୀ ଅଛନ୍ତି। ଓଡ଼ିଶାରେ ଭାଜପା ଆଦିବାସୀ ବର୍ଗଙ୍କୁ ପ୍ରତିନିଧିତ୍ୱ କରୁଥିବା ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ରାଜ୍ୟର ୧୬ଜଣିଆ ମନ୍ତ୍ରୀ ପରିଷଦରେ ୪ଜଣ ଆଦିବାସୀ, ୨ଜଣ ଦଳିତ, ୭ଜଣ ଓବିସି ବର୍ଗର ମନ୍ତ୍ରୀ ଅଛନ୍ତି। ସେହିପରି ମୁଖ୍ୟସଚେତକ ଓବିସି ବର୍ଗର ହୋଇଥିବାବେଳେ ଉପମୁଖ୍ୟ ସଚେତକ ଜଣେ ଦଳିତ ବର୍ଗର ଅଟନ୍ତି। ଭାଜପା ସରକାର ଗଠନରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥିବାବେଳେ ଅତୀତରେ କଂଗ୍ରେସ ଓ ବିଜେଡି ଓବିସି, ଏସସି, ଏସ୍‌ଟିଙ୍କୁ ଆଦୌ ପ୍ରାଧାନ୍ୟ ଦେଇ ନ ଥିବା ନଜିର ରହିଛି। ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ବିଭାଗ ପାଇଁ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀଟିଏ ମଧ୍ୟ ଦେଇ ନ ଥିଲେ। ସଂରକ୍ଷଣ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଦଳର ସଭାପତି ଓ ବିରୋଧୀ ଦଳ ନେତା ୨ଟି ପଦକୁ ମାଡ଼ି ବସିଛନ୍ତି। ବିଜେଡି ଓ ନବୀନ ବାବୁ ଯଦି ସାମାଜିକ ନ୍ୟାୟରେ ବିଶ୍ୱାସ ରଖୁଥାନ୍ତି, ତେବେ ଏ ଦୁଇଟି ପଦରୁ ଗୋଟିଏ ପଦବୀ ଅନୁସୂଚିତ ଜାତି, ଜନଜାତି କିମ୍ବା ପଛୁଆ ବର୍ଗଙ୍କୁ ଦେଇଦିଅନ୍ତୁ ବୋଲି ମହାପାତ୍ର କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!

ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦…

୨୨ ଭାରତୀୟ ଥିବା ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ, ୧୩।୧୦: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ୨୨ ଜଣ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ୨ଟି ବାଣଜି୍ୟକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାକୁ ଭାରତ…

ଠକି ପାରିବନି ହସ୍ପିଟାଲ! ଲାଗିବ ରେଟ୍‌ ଚାର୍ଟ

ନୂଆଦିଲ୍ଲୀ,୧୩।୧୦: ସ୍ବଚ୍ଛ, ଉତ୍ତରଦାୟୀ ଏବଂ ରୋଗୀ କୈନ୍ଦ୍ରିକ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ହସ୍ପିଟାଲଗୁଡ଼ିକରେ ସ୍ବାସ୍ଥ୍ୟସେବା ଦର ସ୍ପଷ୍ଟ ଭାବେ…

ସ୍ବଚ୍ଛତାକୁ ଜଳସମ୍ପଦ ବିଭାଗର ଗୁରୁତ୍ୱ, ପ୍ରକଳ୍ପର ବାସ୍ତବତା ନିରୀକ୍ଷଣ କରିବ ‘ଡ୍ରୋନ୍‌’

ଭୁବନେଶ୍ୱର,୧୩।୧୦(ରବିନାରାୟଣ ଜେନା): ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍‌…

ପାନାମାରେ ଶକ୍ତିଶାଳୀ ଭୂକମ୍ପ, ଭାଙ୍ଗିଲା ୯୦୦ରୁ ଅଧିକ ଘର

ପାନାମା ସିଟି,୧୩।୧୦: ଶୁକ୍ରବାର ପାନାମାର ଦକ୍ଷିଣ ଉପକୂଳ ନିକଟରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ, ସୋମବାର ୬ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?