ପଦ୍ମପୁର ଆସନକୁ ଝୁଲାଇ ରଖିଛି ବିଜେଡି, ବଢୁଛି କଳ୍ପନାଜଳ୍ପନା

ବରଗଡ଼,୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ୫ଟି ବିଧାନସଭା ଆସନରୁ ଅତାବିରା, ବରଗଡ଼, ବିଜେପୁର ଏବଂ ଭଟଲି ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ହେଲେ ପଦ୍ମପୁର ଆସନକୁ ବିଜେଡି ଏପର୍ଯ୍ୟନ୍ତ ଝୁଲାଇ ରଖିଛି। ଏହାକୁ ନେଇ ଆଶାୟୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଜିଲାର ଅନ୍ୟ ୪ ଆସନରେ ବିଜେଡି ପ୍ରାର୍ଥୀ ଦୋହରାଇ ଥିବାବେଳେ ପଦ୍ମପୁର ଆସନ କ୍ଷେତ୍ରରେ ଦଳ କାହିଁକି ଏପର୍ଯ୍ୟନ୍ତ ସେଭଳି ନିଷ୍ପତ୍ତି ନେଇ ନାହିଁ, ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହି ନିର୍ବାଚନ ମଣ୍ଡଳୀରେ ଭାଜପା ଆଦିବାସୀ କାର୍ଡ ଖେଳି ଆଦିବାସୀ ନେତାଭାବେ ଜଣାଶୁଣା ଗୋବର୍ଦ୍ଧନ ଭୋଏଙ୍କୁ ଦଳୀୟ ପ୍ରାର୍ଥୀ କରିଛି। ଫଳରେ ବିଜୟଧାରାକୁ ଅବ୍ୟାହତ ରଖିବା ପାଇଁ ବିଜେଡି ମଧ୍ୟ ଏଠାରେ ଆଦିବାସୀ କାର୍ଡ ଖେଳିପାରେ। ଏଭଳି ସ୍ଥିତିରେ ବିଜେଡି ବିଧାୟିକା ବର୍ଷା ସିଂ ବରିହାଙ୍କୁ ପୁଣି ସୁଯୋଗ ଦେଇପାରେ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ଏକାଧିକ ଆଶାୟୀ ଥିବା ଯୋଗୁ ଦଳର ବରଗଡ଼ ଲୋକସଭା ପ୍ରାର୍ଥୀ ଭଳି ନୂଆଁ ବେହେରାଙ୍କୁ ଦଳ ଏଠାରୁ ନିର୍ବାଚନ ମଇଦାନକୁ ଛାଡ଼ି ଚମକ ସୃଷ୍ଟି କରିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇ ହେଉ ନାହିଁ। ସେହିପରି ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଗତ ନିର୍ବାଚନରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ରେକର୍ଡ ସଂଖ୍ୟକ ଭୋଟ୍‌ ବ୍ୟବଧାନରେ ଜିତିଥିଲେ। ପଦ୍ମପୁର ଆସନରେ ମଧ୍ୟ ବିଜେଡି ସେଭଳି ଗୋଟିଚାଳନା କରିପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଭଳି ସ୍ଥିତିରେ ପଦ୍ମପୁର ଆସନରୁ ବିଜେଡି କାହାକୁ ପ୍ରାର୍ଥୀ କରୁଛି, ସେଥିପ୍ରତି ସମସ୍ତଙ୍କର ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୌତମ ଗମ୍ଭୀର ହାଏ ହାଏ ସ୍ଲୋଗାନ ଶୁଣି ଏମିତି ପ୍ରତିକ୍ରିୟା ଦେଲେ ବିରାଟ କୋହଲି: Video ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇନ୍ଦୋର,୨୦।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୧-୨ରେ ଜିତିଛି। ସିରିଜର ତୃତୀୟ...

ପୂଜାର୍ଚ୍ଚନା ପରେ ଦାୟିତ୍ୱ ସମ୍ଭାଳିବେ ନୀତିନ ନବୀନ

ନୂଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ଏବେ ଦଳର ଦ୍ୱାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। ଏହି ପଦ ଗ୍ରହଣ କରିବା ପୂର୍ବରୁ...

ହାଇକୋର୍ଟଙ୍କ ନିର୍ଦ୍ଦେଶ, ୧୫ ଦିନ ଭିତରେ ଅଙ୍ଗନବାଡ଼ି କର୍ମୀଙ୍କୁ ବକେୟା ଦରମା…

କଟକ,୨୦।୧: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅଙ୍ଗନବାଡିକର୍ମୀଙ୍କ ବକେୟା ଦରମା ୧୫ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନହେଲେ ସୁଧ ଦେବା...

ସମୁଦ୍ର କୁଳ ଲଙ୍ଗିବା ପ୍ରସଙ୍ଗ: ଏନଆଇଓଟି ଟିମର ସର୍ଭେ ଆରମ୍ଭ

ଛତ୍ରପୁର,୨୦।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ର କୂଳନିକଟରେ ରହିଥିବା ଯୋଗୁ ସମୁଦ୍ର ଧିରେ ଧିରେ କୂଳ ଲଙ୍ଘୁଛି ଯାହାଫଳରେ ଭୟଭୀତ...

ଅଶ୍ଳୀଳ ଭିଡିଓ ମାମଲାରେ କର୍ନାଟକ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ଡିଜିପି ରାମଚନ୍ଦ୍ର ରାଓ ନିଲମ୍ବିତ

ବେଙ୍ଗାଲୁରୁ,୨୦।୧: ସୁନା ଚୋରା ଚାଲାଣ ଅଭିଯୁକ୍ତ ରାଣା ରାଓଙ୍କ ପିତା ଏବଂ ଜଣେ ଡିଜିପି-ର଼୍ୟାଙ୍କର ଅଧିକାରୀ ରାମଚନ୍ଦ୍ର ରାଓଙ୍କ କାର୍ଯ୍ୟାଳୟରେ ଅନୁପଯୁକ୍ତ ଆଚରଣ ପ୍ରଦର୍ଶନ କରୁଥିବାର...

ସାଇବର ଠକେଇ ଅଭିଯୋଗରେ ପୋବଳ ଗାଁରେ ପୋଲିସର ଚଢ଼ାଉ, ଲକ୍ଷାଧିକ ଟଙ୍କା ଜବତ ସହ ୩…

ଧର୍ମଶାଳା, ୨୦|୧ (ଶିବ ପ୍ରସାଦ ମହାନ୍ତି):  ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ରାତି ଅଧିଆ ଚଢ଼ାଉ କଲା ପୋଲିସ । ସୋମବାର...

ଓଡିଶାରେ ବିଧାନ ପରିଷଦ ସୁନିଶ୍ଚିତ: ରାଜନୀତି ସରଗରମ, ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର, ୨୦।୧(ସୁନିତ୍‌ ମିଶ୍ର):ରାଜ୍ୟରେ ବିଧାନପରିଷଦ ଗଠନ ହେବ ଏହାଦ୍ୱାରା ଯୁବଗୋଷ୍ଠୀଙ୍କୁ ସୁଯୋଗ ମିଳିବ, ଏହି କଥା କହି ୨୦୧୪ ଏବଂ ୨୦୧୯ ନିର୍ବାଚନ ସମୟରେ ଏକାଧିକ...

କେମିତି ଛଡ଼ାଇବେ ପିଲାଙ୍କ ମୋବାଇଲ୍‌ ଅଭ୍ୟାସ: ଆପଣାନ୍ତୁ ଏହି ଉପାୟ

ମୋବାଇଲ ବ୍ୟବହାର ନେଇ ପିଲାଙ୍କର ଆକର୍ଷଣ ଦିନକୁ ଦିନ ବଢିଚାଲିଛି। ସମୟ ଏବେ ଏମିତି ହୋଇଛି ଯେ ଫୋନ୍‌କୁ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri