ରାଜନୀତିରେ ହଇଚଇ: ଭାଜପା ବିଧାୟକଙ୍କ ନିକଟରେ ବିଜେଡିର ଆଗଧାଡ଼ିର ନେତା, ଫଟୋ ଭାଇରାଲ ପରେ…

ଗଞ୍ଜାମ,୧୬।୯ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସ୍କୁଲଠାରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ,ଆଦିତ୍ୟ ବିର୍ଲାର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର ଶୁଭାରମ୍ଭ କରିଥିଲେ । ବିଧାୟକଙ୍କ କାର୍ଯ୍ୟକ୍ରମ ଶୁଭାରମ୍ଭ ବେଳେ ବିଜେଡିର ଆଗଧାଡ଼ିର ନେତା ପୂର୍ବତନ ଏନଏସି ଉପନଗର ପାଳ ନୀଳାଞ୍ଚଳ ବାରିକ, ଯୁବ ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ, ଯୁବନେତା ଶିବରାମ ଜେନା, ପ୍ରଭାତ ସାହୁଙ୍କ ସମେତ ଅନ୍ୟାନ୍ୟ ବିଜେଡି କର୍ମୀ ଉପସ୍ଥିତ ଥିବା ବେଳେ ଭାଜପାର ଜଣେ ବି ନେତା କର୍ମୀ ଉପସ୍ଥିତ ନଥିଲେ। ଏମିତିକି ଉକ୍ତ ରକ୍ତଦାନ ଶିବିରରେ ବିଧାୟକ ପ୍ରତିନିଧି କିମ୍ବା ବିଧାୟକଙ୍କ ଅତି ନିକଟତର କୁହାଯାଉଥିବା ଯୁବନେତା ଓ କର୍ମୀମାନଙ୍କର ଦେଖା ନ ମିଳିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ବିଧାୟକଙ୍କ ନିକଟରେ ବିଜେଡି ନେତାଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ଗଞ୍ଜାମ ସହର ଆଗ ଧାଡିର ଭାଜପା ନେତା ଓ କର୍ମୀ ସହଜରେ ଗ୍ରହଣ କରିପାରୁନାଁହାନ୍ତି ବୋଲି ଆଲୋଚନା ହେଉଛି । ଅନ୍ୟପଟେ ବିଧାୟକଙ୍କ ପାଖରେ ବସିଥିବା ବିଜେଡି ନେତାମାନେ ଭାଜପାରେ ମିଶିବା ଚର୍ଚ୍ଚାକୁ ମଧ୍ୟ ଏଡାଇ ହେବ ନାହିଁ । ଯଦି ଭାଜପା ଉପରୋକ୍ତ ବିଜେଡି ନେତାଙ୍କୁ କୋଳାଇନିଏ ତା’ ହୋଲେ ଗଞ୍ଜାମ ସହରରେ ବିଜେଡି ମୂଳ ପୋଛ ହେବ ଏଥିରେ ସନ୍ଦେହ ନାହିଁ କିନ୍ତୁ ସହର ଭାଜପା ନେତା ଓ କର୍ମୀଙ୍କ ଅବସ୍ଥା କ’ଣ ହେବ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ବିଧାୟକ କାର୍ଯ୍ୟକ୍ରମକୁ ଆସୁଥିବା ଜାଣି ମଧ୍ୟ ଭାଜପା ନେତା ମାନେ କାର୍ଯ୍ୟକ୍ରମକୁ ନ ଯିବା ସ୍ଥାନୀୟ ଅଞ୍ଚଳ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।

Share
Tags: odisha