ବିଜେଡି ସମର୍ଥିତ ବ୍ଲକ୍‌ ଅଧ୍ୟକ୍ଷଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେଡି

ବନ୍ତ,୨୯ା୧୧(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗ ଆଣିଛି ବିଜେଡି। ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ନିଜ ନାମରେ ଭେଣ୍ଡର କୋଡ଼ ଖୋଲି ଟଙ୍କା ଆତ୍ମସାତ କରିଥିବା ଖବରଦାତା ସମ୍ମିଳନୀରେ ବ୍ଲକ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଭେଣ୍ଡର୍‌ କୋଡ ମାଧ୍ୟମରେ ଓ ଫଲ୍ସ ବିଲ ନେଇ ଅଭିଯୋଗ ଆଣିଛି ଖୋଦ ବିଜେଡି। ବନ୍ତ ବ୍ଲକ ବିଜେଡି ସଭାପତିଙ୍କ ସହ ଜିଲାପରିଷଦ ଅଧ୍ୟକ୍ଷଙ୍କ ଓ ଅନେକ ସରପଞ୍ଚ ଓ ସମିତି ସଭ୍ୟମାନେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଭଦ୍ରକସ୍ଥିତ ବାସଭବନରେ ଏହି ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅଧୀନ ବନ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କ ନିଜ ନାମରେ ଭେଣ୍ଡର୍‌ କୋଡ ଜରିଆରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ମିଳୁଥିବା ଟଙ୍କା ହଡ଼ପ କରିଥିବା ନେଇ ତଥ୍ୟ ଦେଇଛି ବିଜେଡି। ଏମିତି କି ଅନେକ ଫଲ୍ସ ବିଲ କରି କୋଟିଏରୁ ଅଧିକ ଟଙ୍କା ହଡପ କରିଥିବାର ପ୍ରମାଣ ସ୍ବରୂପ ଭେଣ୍ଡର କୋଡ ସର୍ବସାଧାରଣରେ ଉପସ୍ଥାପନ କରିଛି। ତେବେ ଦୁର୍ନୀତି ସମ୍ପର୍କରେ ବିଜେଡି ସୁପ୍ରିମୋଙ୍କ ସହ ବିଧାୟକ ଓ ବ୍ଲକ ବିଜେଡି ସଭାପତିଙ୍କୁ ଅବଗତ କରାଯାଇଛି। ୧୯୮୭ ଓଡ଼ିଶା ପଞ୍ଚାୟତ ସମିତି ଆକ୍ଟକୁ ବ୍ଲକ ସଭାପତି ଉଲଂଘନ କରିଥିବା ନେଇ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ଦୁର୍ନୀତିର ତଦନ୍ତ କରି ବ୍ଲକ ଅଧ୍ୟକ୍ଷଙ୍କ ସଭ୍ୟ ପଦ ରଦ୍ଦ କରିବା ସହ ପ୍ରଶାସନ ହାତକୁ ନେଉ ଓ ସେହି ଆକାଉଣ୍ଟକୁ ଫ୍ରିଜ କରାଯାଉ ବୋଲି ଦାବି କରିଛନ୍ତି। ତେବେ ଏହି ଘଟଣାକୁ ନେଇ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ସମ୍ମିଳନୀରେ
ଜିଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଜିଲା ଉପସଭାପତି ପ୍ରଶାନ୍ତ ଦାସ, ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି,ରାଜ୍ୟ ଯୁବ ସମ୍ପାଦକ ସ୍ମୃତିରଞ୍ଜନ ସ୍ବାଇଁ,ବ୍ଲକ ଯୁବ ସଭାପତି ସତ୍ୟସାଧନ ବେଜ, ସରପଞ୍ଚ ଗଜେନ୍ଦ୍ର ସେଠୀ,ଧୀରେନ୍ଦ୍ର ଖିଲାର, ଚିତ୍ତରଞ୍ଜନ ଦାସ, ଭବେନ୍ଦ୍ର ସାହୁ, ଅକ୍ଷୟ ଦାସ ରାଜୀବଲୋଚନ ଜେନା, ଦୀପକ ମହାନ୍ତି, ବନମାଳୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

‘ଇତିହାସରେ ଲିପିବଦ୍ଧ ହେବ ତାଙ୍କ ନାମ’: ଗ୍ରୀନଲାଣ୍ଡ ପ୍ରତି ଟ୍ରମ୍ପଙ୍କ ଧମକ ଉପରେ ପ୍ରତିକ୍ରିୟା ରଖିଲା ରୁଷିଆ, ରାଗୁଛି ଚାଇନା

ଓ୍ବାଶିଂଟନ,୨୦।୧: ଗ୍ରୀନଲାଣ୍ଡର ମିଶ୍ରଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ ଏବେ ରୁଷିଆ ଏବଂ ଚାଇନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରୁଷିଆ କହିଛି...

ଗୌତମ ଗମ୍ଭୀର ହାଏ ହାଏ ସ୍ଲୋଗାନ ଶୁଣି ଏମିତି ପ୍ରତିକ୍ରିୟା ଦେଲେ ବିରାଟ କୋହଲି: Video ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇନ୍ଦୋର,୨୦।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୧-୨ରେ ଜିତିଛି। ସିରିଜର ତୃତୀୟ...

ପୂଜାର୍ଚ୍ଚନା ପରେ ଦାୟିତ୍ୱ ସମ୍ଭାଳିବେ ନୀତିନ ନବୀନ

ନୂଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ଏବେ ଦଳର ଦ୍ୱାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। ଏହି ପଦ ଗ୍ରହଣ କରିବା ପୂର୍ବରୁ...

ହାଇକୋର୍ଟଙ୍କ ନିର୍ଦ୍ଦେଶ, ୧୫ ଦିନ ଭିତରେ ଅଙ୍ଗନବାଡ଼ି କର୍ମୀଙ୍କୁ ବକେୟା ଦରମା…

କଟକ,୨୦।୧: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅଙ୍ଗନବାଡିକର୍ମୀଙ୍କ ବକେୟା ଦରମା ୧୫ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନହେଲେ ସୁଧ ଦେବା...

ସମୁଦ୍ର କୁଳ ଲଙ୍ଗିବା ପ୍ରସଙ୍ଗ: ଏନଆଇଓଟି ଟିମର ସର୍ଭେ ଆରମ୍ଭ

ଛତ୍ରପୁର,୨୦।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ର କୂଳନିକଟରେ ରହିଥିବା ଯୋଗୁ ସମୁଦ୍ର ଧିରେ ଧିରେ କୂଳ ଲଙ୍ଘୁଛି ଯାହାଫଳରେ ଭୟଭୀତ...

ଅଶ୍ଳୀଳ ଭିଡିଓ ମାମଲାରେ କର୍ନାଟକ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ଡିଜିପି ରାମଚନ୍ଦ୍ର ରାଓ ନିଲମ୍ବିତ

ବେଙ୍ଗାଲୁରୁ,୨୦।୧: ସୁନା ଚୋରା ଚାଲାଣ ଅଭିଯୁକ୍ତ ରାଣା ରାଓଙ୍କ ପିତା ଏବଂ ଜଣେ ଡିଜିପି-ର଼୍ୟାଙ୍କର ଅଧିକାରୀ ରାମଚନ୍ଦ୍ର ରାଓଙ୍କ କାର୍ଯ୍ୟାଳୟରେ ଅନୁପଯୁକ୍ତ ଆଚରଣ ପ୍ରଦର୍ଶନ କରୁଥିବାର...

ସାଇବର ଠକେଇ ଅଭିଯୋଗରେ ପୋବଳ ଗାଁରେ ପୋଲିସର ଚଢ଼ାଉ, ଲକ୍ଷାଧିକ ଟଙ୍କା ଜବତ ସହ ୩…

ଧର୍ମଶାଳା, ୨୦|୧ (ଶିବ ପ୍ରସାଦ ମହାନ୍ତି):  ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ରାତି ଅଧିଆ ଚଢ଼ାଉ କଲା ପୋଲିସ । ସୋମବାର...

ଓଡିଶାରେ ବିଧାନ ପରିଷଦ ସୁନିଶ୍ଚିତ: ରାଜନୀତି ସରଗରମ, ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର, ୨୦।୧(ସୁନିତ୍‌ ମିଶ୍ର):ରାଜ୍ୟରେ ବିଧାନପରିଷଦ ଗଠନ ହେବ ଏହାଦ୍ୱାରା ଯୁବଗୋଷ୍ଠୀଙ୍କୁ ସୁଯୋଗ ମିଳିବ, ଏହି କଥା କହି ୨୦୧୪ ଏବଂ ୨୦୧୯ ନିର୍ବାଚନ ସମୟରେ ଏକାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri