ଆଇଜି ଅଫିସରେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ସମ୍ବଲପୁର,୧୭।୧(ପ୍ରମୋଦ ବହିଦାର): ବରଗଡ଼଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଥିବା ଯୁବତୀଙ୍କୁ ଜଙ୍ଗଲରୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସମ୍ବଲପୁରରେ ଗୁରୁବାର ପହଞ୍ଚିଥିଲା। ରାଜ୍ୟ ବିଜୁ ମହିଳା ଜନତା ଦଳ ଅଧ୍ୟକ୍ଷା ସ୍ନେହାଙ୍ଗିନି ଛୁରିଆଙ୍କ ନେତୃତ୍ୱରେ ଏହି ଟିମ ଆଇଜିଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ଆଇଜିଙ୍କୁ ସାକ୍ଷାତ୍‌ ପାଇଁ ସକାଳୁ ଟିମ୍‌ ପକ୍ଷରୁ ଖବର ଦିଆଯାଇଥିଲା। ମାତ୍ର ସେ ଆସିଲେ ନାହିଁ କି ତାଙ୍କ ଫୋନ କଲ ଗ୍ରହଣ କଲେ ନାହିଁ ବୋଲି କହିଛନ୍ତି ଛୁରିଆ। ଏଥିପୂର୍ବରୁ ଗୁରୁବାର ସକାଳେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପରାମର୍ଶରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ବରଗଡ଼଼ରୁ ଭିମସାର ଯାଇ ଚିକିତ୍ସାଧୀନ ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ପୀଡ଼ିତାଙ୍କ ପରିବାର ଲୋକଙ୍କ ସୂଚନା ଅନୁସାରେ ଯୁବତୀଙ୍କୁ ଅପହରଣ ପରେ ବଳାତ୍କାର କରାଯାଇ ଶାରୀରିକ ନିର୍ଯାତନା ଦିଆଯାଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ପୋଲିସ ଆଦୌ ଗୁରୁତ୍ୱପୂର୍ଣ୍ଣ ଦେଉନାହିଁ ବୋଲି ଛୁରିଆ ଅଭିଯୋଗ କରିଛନ୍ତି। ତେଣୁ ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ। ଅନ୍ୟଥା ଆଗାମୀ ଦିନରେ ବିଜେଡି ପକ୍ଷରୁ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ମହିଳା ବିଜେଡି ଜିଲା ଅଧ୍ୟକ୍ଷା ବନ୍ଦିତା ମିଶ୍ର, ଜୋନାଲ ଅଧ୍ୟକ୍ଷା ସିପ୍ରା ମହାନ୍ତିଙ୍କ ତତ୍ତ୍ୱାବଧାନରେ ଯାଇଥିବା ଟିମ୍‌ରେ ଉଷା ପ୍ରଧାନ, ବରଗଡ଼଼ ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ଼଼ ଏନଏସି ଅଧ୍ୟକ୍ଷା କଳ୍ପନା ମାଝୀ, ପୁଷ୍ପା ଭୋଇ, କଳ୍ପନା ବେହେରା, ଶାନ୍ତିଲତା କର, ବୈଜନ୍ତି ପାଢୀ ପ୍ରମୁଖ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ, ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ଗତ ୧୨ ତାରିଖରେ ନିଖୋଜ ହୋଇଥିଲେ ଉକ୍ତ ଯୁବତୀ। ଦୀର୍ଘ ୪୮ ଘଣ୍ଟା ପରେ ବରଗଡ଼ ନିକଟସ୍ଥ କୁର୍ଲା ଜଙ୍ଗଲରୁ ତାଙ୍କୁ ମୂମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଅପରପକ୍ଷରେ ଭିମସାର ନିର୍ଦ୍ଦେଶକ ଡା. ଭାବଗ୍ରାହୀ ରଥ କହିଛନ୍ତି ଯେ, ପୀଡ଼ିତାଙ୍କ ଚିକିତ୍ସା ଠିକ୍‌ ଭାବେ ଚାଲିଛି। ତାଙ୍କ ଶରୀରରେ ଘଟିଥିବା କ୍ଷତ ଗୁଡ଼ିକର ପ୍ଲାଷ୍ଟିକ ସର୍ଜରୀ କରାଯାଇଛି। ମାତ୍ର ତାଙ୍କ ମୁଣ୍ଡ ଖପୁରି ହାଡ଼ ଭାଙ୍ଗିଛି। ମାନସିକ ଭାବେ ସେ ସ୍ଥିର ହୋଇନାହାନ୍ତି। ତେଣୁ ତାଙ୍କ ବୟାନ ନିଆ ଯାଇ ପାରିନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶକ ଡା. ରଥ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri