ବ୍ଲକ୍‌ ନଗର ସଭାପତି ବାଛିଲା ବିଜେଡି

ଭୁବନେଶ୍ୱର,୧୭ା୧(ସୁନିତ୍‌ ମିଶ୍ର): ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶୁକ୍ରବାର ୧୫ଟି ସାଙ୍ଗଠନିକ ଜିଲାର ନଗର ଏବଂ ଏହା ଅନ୍ତର୍ଗତ ବିଭିନ୍ନ ବ୍ଲକ୍‌ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଦଳର ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦେବୀପ୍ରସାଦ ମିଶ୍ରଙ୍କ ଦସ୍ତଖତରେ ଏଭଳି ୧୫ଟି ବିଜ୍ଞପ୍ତି ଜାରି କରାଯାଇଛି। ଗଜପତି, ଜଗତ୍‌ସିଂହପୁର, ଝାଡ଼ସୁଗୁଡ଼ା, କନ୍ଧମାଳ, କୋରାପୁଟ, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ରାଉରକେଲା, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ବରଗଡ଼, ବୌଦ୍ଧ, କଟକ, ଦେବଗଡ଼ ଜିଲା ଅଧୀନରେ ଆସୁଥିବା ବିଭିନ୍ନ ବ୍ଲକ୍‌ ଏବଂ ନଗର ଗୁଡ଼ିକ ପାଇଁ ଦଳ ସଭାପତି ଚୟନ କରିଛି।

Dharitri – The Largest & Most Trusted Odia Daily