ଭାଜପା ଯୋଗାଯୋଗରେ ବିଜେଡି କର୍ପୋରେଟର

ବ୍ରହ୍ମପୁର,୭ା୭(ନରସିଂହ ସାହୁ)ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର କେତେଜଣ ବିଜେଡି କର୍ପୋରେଟର ଭାଜପା ସହ ଯୋଗାଯୋଗରେ ଅଛନ୍ତି। ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ସଭାପତି ସୁବାସ ସାହୁ ଏହି ସୂଚନା ଦେଇଛନ୍ତି। ଖୁବଶୀଘ୍ର ନିଗମର ରାଜନୀତି ଓଲଟପାଲଟ ହେବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।
ଗତ ୨୮ ତାରିଖରେ ମେୟର ସଂଘମିତ୍ରା ଦଳେଇ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଜେଡି କର୍ପୋରେଟରଙ୍କ ସହ ଆଲୋଚନା ଓ ସେମାନଙ୍କୁ ବାନ୍ଧି ରଖିବାକୁ ପଦକ୍ଷେପ ନେଇଥିଲେ। ଧରିତ୍ରୀ ସହ ଆଲୋଚନା ପ୍ରସଙ୍ଗରେ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମଧ୍ୟ ଦଳର କର୍ପୋରେଟରଙ୍କ ଉପରେ ନଜର ରଖାଯାଇଥିବା କହିଛନ୍ତି। ବିଇଏମ୍‌ସିର ମୋଟ ୪୨ ଓ୍ବାର୍ଡରୁ ଗତ ପୌର ନିର୍ବାଚନରେ ବିଜେଡିରୁ ୩୦ କର୍ପୋରେଟର ନିର୍ବାଚିତ ହୋଇଥିଲେ। ତନ୍ମଧ୍ୟରୁ ୧୫ ଜଣ ମହିଳା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଇଏମ୍‌ସିର ୭ ଜଣ ଭାଜପା କର୍ପୋରେଟରଙ୍କ ମଧ୍ୟରୁ ୪ ଜଣ ବିଜେଡିରେ ଯୋଗ ଦେଇଥିଲେ ଏବଂ ୪ ସ୍ବାଧୀନଙ୍କ ମଧ୍ୟରୁ ୨ ଜଣ ବିଜେଡିରେ ମିଶିଥିଲେ। ୩୬ କର୍ପୋରେଟର ଦଳରେ ଥାଇ ମଧ୍ୟ ଗତ ନିର୍ବାଚନରେ ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ୧୮ ହଜାର ଭୋଟ ବ୍ୟବଧାନରେ ଭାଜପା ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଭୋଟ ଫଳାଫଳ ଘୋଷଣାର ମାସେ ବିତିଛି ଏବଂ ନୂଆ ଓ ପୁରୁଣା କର୍ପୋରେଟରମାନଙ୍କ କାର୍ଯ୍ୟ ସନ୍ଦେହଜନକ ହୋଇଥିବା ଚ୍ୟାଉ ପଟ୍ଟନାୟକ ଆଶଙ୍କା କରୁଛନ୍ତି। ବିଭିନ୍ନ ଉପାୟରେ ବିଜେଡିରେ ମିଶିଥିବା ୬ କର୍ପୋରେଟରଙ୍କ ମଧ୍ୟରୁ କେତେଜଣ ବର୍ତ୍ତମାନର ଭାଜପା ବିଧାୟକଙ୍କ ସାଥିରେ ବୁଲୁଥିବାରୁ ଚ୍ୟାଉ ପଟ୍ଟନାୟକଙ୍କ ସନ୍ଦେହ ଘନୀଭୂତ ହୋଇଛି। ଓଡ଼ିଶା ମ୍ୟୁନିସିପାଲ ଆକ୍ଟ ଅନୁଯାୟୀ ନିର୍ବାଚନର ଦୁଇ ବର୍ଷ ପରେ ମେୟର ଓ ପରିଷଦ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରିବ। ପୌର ନିର୍ବାଚନ ଦଳୀୟ ଚିହ୍ନରେ ହୋଇଥିବାରୁ ନିର୍ବାଚିତ କର୍ପୋରେଟରଙ୍କ ସମୁଦାୟ ସଂଖ୍ୟାରୁ ଦୁଇ ତୃତୀୟାଂଶ ଏକାଠି ଅନ୍ୟ ଦଳରେ ମିଶିଲେ ଅସୁବିଧା ନୁହେଁ। ନଚେତ୍‌ ଦଳବଦଳ ନିରୋଧ ଆଇନ ପ୍ରକାରେ ପଦ ହରାଇବେ। ତେଣୁ ଦଳ ଛାଡ଼ି ଅନ୍ୟ ଦଳକୁ ଗଲେ ସମସ୍ୟା ସୃଷ୍ଟି ହେବାର ନିଶ୍ଚିତ ଥିବାରୁ ବିଜେଡିରୁ ଭାଜପାରେ ମିଶିବା ସହଜ ନୁହେଁ ବୋଲି ରାଜନୀତି ସମୀକ୍ଷକ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?