ଥମୁନି ବିଜେଡି କର୍ପୋରେଟର ବିବାଦ

ଭୁବନେଶ୍ୱର, ୪।୭(ଅନିଲ ଦାସ/ବନ୍ଦନା ସେଠୀ)ଗତ ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମର ୨ ବିଜେଡି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ କରୁଥିଲେ। ଉଭୟଙ୍କୁ ଟିକେଟ ନ ଦେବା ପାଇଁ ଦାବି କରୁଥିଲେ। ପରବର୍ତ୍ତୀ ସମୟରେ ଦଳ ପକ୍ଷରୁ ସେମାନଙ୍କୁ ବୁଝାଇ ଦିଆଯାଇଥିଲା। ନିର୍ବାଚନ ଶେଷ ହୋଇଯାଇଥିଲେ ମଧ୍ୟ କର୍ପୋରେଟର ଏବଂ ବିଧାୟକଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଥମି ନାହିଁ। ବୁଧବାର ବିଏମ୍‌ସି କର୍ପୋରେଟରମାନେ ଅଲଗାଅଲଗା ବୈଠକରେ ଯୋଗଦେଇ ପରସ୍ପରକୁ ପରୋକ୍ଷ ସମାଲୋଚନା କରିବା ଦଳୀୟ କନ୍ଦଳକୁ ପଦାରେ ପକାଇଥିବା ନେଇ ଚର୍ଚ୍ଚା ହେଉଛି।
ବିଜେଡି ବିଧାୟକ ପ୍ରତାପ ଦେବଙ୍କ ସରକାରୀ ବାସଭବନରେ କର୍ପୋରେଟର ଅମରେଶ ଓ ବିରଞ୍ଚି ପହଞ୍ଚିଥିଲେ। ଏହାପୂର୍ବରୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ। ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଅନ୍ୟପକ୍ଷରେ ସ୍ଥାନୀୟ ଏକ ହୋଟେଲରେ ଏକାମ୍ର ଓ ମଧ୍ୟ ନିର୍ବାଚନମଣ୍ଡଳୀର ପ୍ରାୟ ୨୫ଜଣ କର୍ପୋରେଟର ଏକାଠି ହୋଇଥିଲେ। ସମାନ୍ତରାଳ ଭାବେ ଦୁଇଟି ବୈଠକକୁ ନେଇ ବିଜେଡି ରାଜନୀତି ସରଗରମ ହୋଇଛି।
ଓ୍ବାର୍ଡ ନଂ. ୫୫ର କର୍ପୋରେଟର ନୃପେଶ ନାୟକ କହିଛନ୍ତି, ବିଜେଡ଼ିର ୫୭ଜଣ କର୍ପୋରେଟର ଏକାଠି ଅଛନ୍ତି, ଆଗକୁ ମଧ୍ୟ ରହିବେ। ବିଏମ୍‌ସିରେ ସର୍ବାଧିକ ସଂଖ୍ୟା ବିଜେଡି କର୍ପୋରେଟରଙ୍କର ରହିଛି, ତେଣୁ ଚିନ୍ତାର କୌଣସି କାରଣ ନାହିଁ। ଜାହାଜ କଣାହେଲେ ମୂଷାମାନେ ଆଗ ଡେଇଁ ପଳାନ୍ତି। ସେହିପରି କିଛି ବ୍ୟକ୍ତି ଭୀତତସ୍ତ୍ର ହୋଇ ପଳାୟନ ପାଇଁ ବାଟ ଖୋଜୁଛନ୍ତ ବୋଲି ସେ କହିଛନ୍ତି। ସେହିପରି ଓ୍ବାର୍ଡ ନଂ. ୫୩ର କର୍ପୋରେଟର ମହାମାୟା ସ୍ବାଇଁ କହିଛନ୍ତି, ଅନ୍ତଃକନ୍ଦଳ ବା ଦଳ ଭାଙ୍ଗିଯିବା ଭଳି କଥା ଆମ ଭିତରୁ କାହା ମନରେ ନାହିଁ। ଯେଉଁମାନେ ଏଭଳି କଥା କହୁଛନ୍ତି, ସେମାନେ ଭାଜପାକୁ ଯିବାକୁ ବାଟ ଖୋଜୁଛନ୍ତି। ଆମେ ପ୍ରଥମରୁ ବିଜେଡି ସହିତ ରହିଛୁ ଏବଂ ଆଗକୁ ମଧ୍ୟ ରହିବୁ। ଆମ ଦଳର ସଙ୍ଗଠନ ଗୋଟିଏ ଏବଂ ଆମ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ।
ଅମରେଶ ଜେନା କହିଛନ୍ତି, କେତେଜଣ ଦଳୀୟ ନେତା ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଦଳ ଭିତରେ ବିଭୀଷଣ। ଅନେକ ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି। ସେହିପରି ବିଏମ୍‌ସିକୁ ଠିକ୍‌ ଭାବେ ଚଲାଇ ନ ଦେବା ପାଇଁ ଗୁପ୍ତରେ ହୋଟେଲରେ ବୈଠକ ଚାଲିଥିଲା। ହଠାତ୍‌ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚତ୍ୟିବାରୁ ସେମାନେ ଭୟଭୀତ ହୋଇ ‘ଏକାଠି ଥିବା’ କଥା କହୁଛନ୍ତି। ଅମରେଶଙ୍କ ଏହି ଉକ୍ତିକୁ ନୃପେଶ କଡ଼ା ସମାଲୋଚନା କରିଛନ୍ତି। ଗଣମାଧ୍ୟମଙ୍କୁ ଡାକି ଆମେ ଖବରଦାତା ସମ୍ମିଳନୀ କରିଥିଲୁ। ଏଥିରେ ପ୍ରାୟ ପ୍ରାୟ ୪୦ଜଣ କର୍ପୋରେଟରଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବର୍ଷା ପାଇଁ କିଛି କର୍ପୋରେଟର ଆସି ପାରି ନ ଥିଲେ। ଗତ ୧୫ଦିନ ମଧ୍ୟରେ ସମ୍ପୃକ୍ତ ଦୁଇଜଣ କର୍ପୋରେଟର ଗଣମାଧ୍ୟମରେ ଯେପରି ବକ୍ତବ୍ୟ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଅବାନ୍ତର। ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଦଳ ଭାଙ୍ଗିବାର ପ୍ରଶ୍ନ ଉଠୁନାହିଁ। ନିର୍ବାଚନ ହାରିବା ପରେ ଦଳକୁ କିଭଳି ସୁସଙ୍ଗଠିତ କରାଯିବ ସେ ନେଇ ଆମେ ଚେଷ୍ଟା କରୁଛୁ। ଏଭଳି ସ୍ଥିତିରେ ଦଳ ମଧ୍ୟରେ ଅଶାନ୍ତି କରିବାକୁ ସମ୍ପୃକ୍ତ କର୍ପୋରେଟର ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?