ମଦମୃତ୍ୟୁ ମାମଲାକୁ ଗୃହରେ ଉଠାଇବେ ବିଜେଡି, କଂଗ୍ରେସ

ଭୁବନେଶ୍ୱର, ୨୬ା୧୧(ସୁନିତ୍‌ ମିଶ୍ର):ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବାବେଳେ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ଧରି ଶାସକ ଦଳକୁ ଘେରିବା ଲାଗି ବିରୋଧୀ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଦଳର ସମସ୍ତ ବିଧାୟକଙ୍କୁ ସେମାନଙ୍କ ମତ ରଖିବାକୁ ନବୀନ ପ୍ରସ୍ତାବ ଦେଇଥିଲେ। କେଉଁସବୁ ପ୍ରସଙ୍ଗ ଗୃହରେ ଉପସ୍ଥାପିତ ହେବା ଦରକାର ବୋଲି ନବୀନ ସମସ୍ତଙ୍କୁ ପଚାରିଥିଲେ। ଏହାପରେ ବିଧାୟକମାନେ ନିଜ ନିଜର ମତ ଉପସ୍ଥାପିତ କରିଛନ୍ତି। ଏକାଧିକ ପ୍ରସଙ୍ଗ ଧରି ବିଜେଡି ଗୃହକୁ ଓହ୍ଲାଇବାକୁ ଯୋଜନା କରିଥିବା ବେଳେ ମୁଖ୍ୟତଃ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟିବା ବିଷୟ ଉପରେ ବିଶେଷ ଗୁରୁତ୍ୱ ଦେବ। ଏହାବାଦ୍‌ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି, ମଦ ମୃତ୍ୟୁ, ମହିଳାଙ୍କ ପ୍ରତି ରାଜ୍ୟରେ ବଢୁଥିବା ଅତ୍ୟାଚାର, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଆଦି ବିଷୟକୁ ନେଇ ବିଜେଡି ଶାସକ ଦଳକୁ ଘେରିବାକୁ ଯୋଜନା କରିଛି।
ଶାସକ ଭାଜପାକୁ ବିଭିନ୍ନ ପ୍ରସଙ୍ଗରେ ଗୃହରେ ଘେରିବ କଂଗ୍ରେସ। ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। କନ୍ଧମାଳରେ ଅନାହାର ଯୋଗୁ ମୃତ୍ୟୁ, ବଲାଙ୍ଗୀର ଓ ରାୟଗଡା ଜିଲାରେ ଶିଶୁ ବିକ୍ରି ଘଟଣା, ଗନ୍ଧମାର୍ଦ୍ଦନ ପର୍ବତକୁ ଆଦାନୀକୁ ହସ୍ତାନ୍ତର କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା, ଏନ୍‌ଇଇଟି ଓ ଆର୍‌ଆଇ ପରୀକ୍ଷାରେ ଅନିୟମିତତା, ବାତ୍ୟା ଦାନାର କ୍ଷୟକ୍ଷତି ଆକଳନରେ ଅନିୟମିତତା, ପେସା ଆଇନ ଓ ଆଦିବାସୀ ସମସ୍ୟା, ସର୍ବଶିକ୍ଷା ଅଭିଯାନରେ ବିଧେୟ ହୋଇଥିବା ନୂଆ ଆଇନ ବାଟବଣା, ଜମି ଅଧିଗ୍ରହଣରେ ଅନିୟମିତତା, ବେକାରି ସମସ୍ୟା, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି ଓ ଦରଦାମ୍‌ ବୃଦ୍ଧି ପ୍ରସଙ୍ଗ ନେଇ ଶାସକ ଭାଜପାକୁ ଘେରିବାକୁ କଂଗ୍ରେସ ଯୋଜନା ପ୍ରସ୍ତୁତ କରିଛି।
ଉଭୟ ବିଜେଡି ଏବଂ କଂଗ୍ରେସ ଉଠାଇବାକୁ ଥିବା ପ୍ରସଙ୍ଗର ମୁକାବିଲା ଲାଗି ଭାଜପା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଭାଜପା ବିଧାୟକ ବାବୁ ସିଂ କହିଛନ୍ତି। ସୋମବାର ଭାଜପାର ବିଧାୟକ ଦଳ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ଗତ ୨୪ ବର୍ଷରେ ବିଜେଡି ଦୁର୍ନୀତି ବିଷୟରେ ଦଳ ଉଠାଇବ ବୋଲି ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri