ମାଗଣା ଚାଉଳ ନେଇ ବିଜେଡି-ଭାଜପା ମୁହାଁମୁହିଁ

ଭୁବନେଶ୍ବର,୭ା୧(ବ୍ୟୁରୋ): ମାଗଣା ଚାଉଳକୁ ନେଇ ବିଜେଡି, ଭାଜପା ଭିତରେ ମୁହଁାମୁହିଁ ପରିସ୍ଥିତି ଜାରି ରହିଛି। କରୋନା ସମୟରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ)ବନ୍ଦ ହୋଇଯାଇଛି। ଫଳରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକ ୧୦ କେଜି ଲେଖାଏ ଚାଉଳ ପାଉଥିବା ବେଳେ ଏବେ ସେଥିରୁ ବଞ୍ଚିତ ହେବେ ବୋଲି ବିଜେଡି କହିଛି। ଏଥିସହ ରାଜ୍ୟ ସରକାରଙ୍କ ବିନା ସହଭାଗିତାରେ କେନ୍ଦ୍ର ସରକାର ମାଗଣା ଚାଉଳ ଦେବାକୁ ଘୋଷଣା କରିବା ପରେ ବିଜେଡି ପକ୍ଷରୁ ଏହାକୁ ଟାର୍ଗେଟ କରାଯାଇଛି। ଅପରପକ୍ଷେ କେନ୍ଦ୍ର ସରକାରଙ୍କ ନୂଆ ଘୋଷଣା ଅନୁଯାୟୀ ହିତାଧିକାରୀ ବର୍ଷକ ପର୍ଯ୍ୟନ୍ତ ମାସିକ ମୁଣ୍ଡ ପିଛା ୫ କେଜି ଲେଖାଏଁ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ପାଇବେ।
ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଖବରଦାତା ସମ୍ମିଳନୀ କରି କହିଛି, ରାଜ୍ୟରେ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗୁହେବା ପରଠୁ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ୧୦ କେଜି ଲେଖାଏଁ ଚାଉଳ ମିଳୁଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କେଜି ଓ କୋଭିଡ୍‌ ସମୟରେ ୨୮ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ମିଶି ସମୁଦାୟ ୧୦ କେଜି ଚାଉଳ ପ୍ରତ୍ୟେକ ହିତାଧିକାରୀ ପାଉଥିଲେ। ହେଲେ ଏହି ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବା ପରେ ୫ କେଜି ଲେଖାଏଁ ଚାଉଳ ପାଇବାରୁ ଓଡ଼ିଶାର ଲୋକେ ବଞ୍ଚିତ ହେବେ। ଫଳରେ ଅନେକ ଗରିବ ପରିବାର ହନ୍ତସନ୍ତ ହେବେ ବୋଲି ସେ କହିଛନ୍ତି। ତେଣୁ ଚଳିତ ମାସରୁ ପୁଣିଥରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆରମ୍ଭ କରିବାକୁ ସେ ଦାବି କରିଛନ୍ତି। କେନ୍ଦ୍ର ଦ୍ୱାରା ପିଏମ୍‌ଜିକେଏୱାଇ ବନ୍ଦ ହେବା ଯୋଗୁ ପରିବାରଗୁଡ଼ିକ ଚାଉଳ ପାଇବାରୁ ବଞ୍ଚିତ ହେବା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଦୁର୍ଭାଗ୍ୟଜନକ। କେନ୍ଦ୍ର ଆମ ଦାବିରେ ରାଜି ନ ହେବା ପର୍ଯ୍ୟନ୍ତ ବିଜେଡି ଏମ୍‌ପି ଏବଂ ଅନ୍ୟାନ୍ୟ ଫୋରମରେ ପିଏମ୍‌ଜିକେଏୱାଇର ପୁନଃ ଆରମ୍ଭ ଲାଗି ଜୋର୍‌ଦାର ଦାବି କରିବ ବୋଲି ସସ୍ମିତ କହିଛନ୍ତି।
ଅନ୍ୟପଟେ ଭାଜପା ସାଧାରଣ ସମ୍ପାଦକ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡ ପିଛା ୫ କେଜି ଲେଖାଏ ଚାଉଳ ମାଗଣାରେ ବଣ୍ଟନ ବାବଦରେ କେନ୍ଦ୍ର ସରକାର ବର୍ଷକୁ ୮,୪୦୦ କୋଟି ଟଙ୍କା ଓଡ଼ିଶାରେ ଖର୍ଚ୍ଚ କରିବେ। ହନୁ ମଲା ବେଳେ ସତ କହିଛି। ସସ୍ମିତବାବୁ ଆଜି ସତ ସ୍ବୀକାର କରିଛନ୍ତି। ପୂର୍ବରୁ ଚାଉଳକୁ ନେଇ ରାଜ୍ୟ ସରକାର ଯେଉଁସବୁ ମିଛ କହୁଥିଲେ ସେସବୁ ବର୍ତ୍ତମାନ ଧରାପଡ଼ି ଯାଇଛି। ଏଣିକି କେନ୍ଦ୍ର ସରକାର ରାଜ୍ୟର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦେବେ। ଏହି ଚାଉଳ କେଜି ପ୍ରତି ୩୭.୨୮ ପଇସା ହୋଇଥିବା ବେଳେ ପୂର୍ବରୁ ରାଜ୍ୟ ସରକାର କେଜି ପିଛା ୨ ଟଙ୍କା ଦେଇ ବାହାବା ନେଉଥିଲେ। ଏହି ଯୋଜନା ନିଜର ବୋଲି ଡିଣ୍ଡିମ ପିଟୁଥିଲେ। ହେଲେ ଏଣିକି ଚାଉଳ ଦେବା ନିମନ୍ତେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ଦେବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କ ପ୍ରାୟ ୧୨୦୦ କୋଟି ଟଙ୍କା ବଞ୍ଚିଯିବ ବୋଲି ଗୋଲକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri