ସତ୍ୟବାଦୀ ପଞ୍ଚାୟତ ସମିତି ବୈଠକରେ ବିଜେଡି-ଭାଜପା ମୁହାଁମୁହିଁ

ସାକ୍ଷୀଗୋପାଳ,୩।୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ପଞ୍ଚାୟତ ସମିତିର ସପ୍ତମ ଅଧିବେଶନ ସୋମବାର ଅନୁଷ୍ଠିତ ହୋଇଥିଲା। ଆରମ୍ଭରୁ ସମିତି ଅଧ୍ୟକ୍ଷ ସୁନିଲ ପଣ୍ଡା ବୈଠକ ସଭାପତିତ୍ୱ କରିଥିଲେ। ପୂର୍ବ ବିବରଣୀ ପଠନରେ ଅନାଲୋଚିତ ପ୍ରସ୍ତାବ ସ୍ଥାନିତ କରାଯିବାକୁ ବିରୋଧ କରି ଭାଜପା ସମର୍ଥିତ ସଦସ୍ୟମାନେ ହୋହାଲ୍ଲା କରିଥିଲେ।

ଏପରିକି ପୂର୍ବ ବୈଠକରେ ବିବରଣୀ ନକଲ ସଦସ୍ୟ ମାନଙ୍କୁ ଦିଆ ଯାଇନଥିବା ଅଭିଯୋଗ କରାଯାଇଥିଲା। କ୍ରମେ ବିବାଦ ଜୋର ଧରିବାରୁ ବୈଠକରେ ପ୍ରତିପକ୍ଷଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସହ ଅଶାଳୀନ ଭାଷାରେ ଗାଳିଗୁଲଜ ଓ ଧସ୍ତାଧସ୍ତି ଚାଲିଥିଲା। ଏହାକୁ ନେଇ ସୁନିଲ ପଣ୍ଡା ଓ ବିଜେଡ଼ି ସମର୍ଥିତ ସଦସ୍ୟମାନେ ସଭାଛାଡି ବାହାରକୁ ଚାଲିଯାଇଥିଲେ। ଏହାପରେ ଉପାଧକ୍ଷା ନିବେଦିତା ପାତ୍ର ଙ୍କ ଅଧ୍ୟକ୍ଷତାରେ ସଭା ଆରମ୍ଭ ହୋଇଥଲା। ଫଳରେ ସଭା ତ୍ୟାଗ କରିଥିବା ସଦସ୍ୟ ମାନେ ସଭାଗୃହ ମଧ୍ୟକୁ ଯାଇ ବୈଠକ ଅଗଣତାନ୍ତ୍ରିକ ଭାବେ କରାଯାଉଛି ବୋଲି କହିବା ସହ ଉପାଧ୍ୟକ୍ଷାଙ୍କୁ ସଭା ଛିଡିବାକୁ କହିଥିଲେ। ମାତ୍ର ଉପାଧ୍ୟକ୍ଷା ସଭା ଛାଡିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ।

ଏହାପରେ ସଭା ଚାଲିଥିଲା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରଯାଇଥିଲା। ବୈଠକ ଛାଡି ଆସିଥିବା ସଦସ୍ୟମାନେ ଗୃହ ଭିତରକୁ ପଶିବା ପାଇଁ ଉଦ୍ୟମ କରିବାରୁ ପୋଲିସ ଗଣ୍ଡଗୋଳ ଏଡାଇବା ନିମନ୍ତେ ହସ୍ତକ୍ଷେପ କରିଥିଲେ। ଭିତରୁ କବାଟ ବନ୍ଦକରି ବେଆଇନ ଭାବେ ବୈଠକ କରିଥିବା ପ୍ରତିବାଦରେ ଅଧ୍ୟକ୍ଷଙ୍କ ସହ ଅନ୍ୟ ସଦସ୍ୟ ମାନେ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଧାରଣା ଦେଇ ବସିବା ସହ ବିଡ଼ିଓଙ୍କ ଗାଡ଼ି ଅଟକାଇ ଥିଲେ।

ସେପଟେ ବୈଠକରେ ଯୋଗଦେଇ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଅଞ୍ଚଳ ବାସୀଙ୍କ ଉନ୍ନୟନମୂଳକ କାମରେ ବିରୋଧ କରୁଥିବା ଜନ ପ୍ରତିନିଧିଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ବୈଠକରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଜିଲା ପରିଷଦ ସଭ୍ୟା ବିଷ୍ଣୁ ପ୍ରିୟା ବରାଳ, ସଭ୍ୟ ରତିକାନ୍ତ ମିଶ୍ର, ବିଡ଼ିଓ ଦେବାଶିଷ ନାୟକ, ପିପିଲି ଏସଡିପିଓ ଦେବାଶିସ ମିଶ୍ର, ସତ୍ୟବାଦୀ ଆଇଆଇସି ବିଜୟ କେତନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri