ଏକ୍‌ଜିଟ ପୋଲ୍‌ ରିପୋର୍ଟ ନେଇ ବିଜେଡି-ଭାଜପା ଯୁକ୍ତି

ଭୁବନେଶ୍ୱର,୩।୬(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ଲାଗି ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହୋଇଥିବା ଭୋଟ ଗ୍ରହଣ ଗତ ୧ ତାରିଖ ସୁଦ୍ଧା ଶେଷ ହୋଇସାରିଛି। ତେବେ ଆସନ୍ତା ୪ ତାରିଖରେ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି କରାଯିବ। ହେଲେ ଏହା ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ୍‌ଜିଟ ପୋଲ୍‌ ରିପୋର୍ଟ ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାଜପା ଓଡ଼ିଶାରେ ଲୋକ ସଭା ଆସନରେ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ଦର୍ଶାଯାଇଛି। ଏପରିକି ରାଜ୍ୟରେ ୨୧ ଲୋକ ସଭା ଆସନରୁ ଭାଜପା ପ୍ରାୟ ୧୮ ପର୍ଯ୍ୟନ୍ତ ଆସନ ନେଇପାରେ ବୋଲି ଜାତୀୟ ଗଣମାଧ୍ୟମ ସଂସ୍ଥା ଆକଳନ କରିବା ପରେ ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି। ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ୨୦୧୯ ନିର୍ବାଚନ ପରେ ପ୍ରକାଶ ପାଇଥିବା ଏକ ଏକ୍‌ଜିଟ ପୋଲ୍‌ ରିପୋର୍ଟ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ,  ୨୦୧୯ ନିର୍ବାଚନ ବେଳେ ଏସି(ଏୟାର କଣ୍ଡିଶନର) ରୁମ୍‌ରେ ବସି ଜାତୀୟ ସଂସ୍ଥା କରିଥିବା ଏକ୍‌ଜିଟ ପୋଲ୍‌ ଯେମିତି ହେଇଥିଲା ସମସ୍ତେ ତାହା ଦେଖିଛନ୍ତି। ୨୦୨୪ରେ ମଧ୍ୟ ଏହାର ପୁନରାବୃତ୍ତି ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।
  ଏକ ଭିଡିଓ ବାର୍ତ୍ତା ଜରିଆରେ ବିଜେଡି ରାଜ୍ୟ ସଭା ଏମ୍‌ପି ସସ୍ମିତ ପାତ୍ର କହିଛନ୍ତି ଯେ, ଓଡ଼ିଶା ବାବଦରେ ଆସିଥିବା ଏକ୍‌ଜିଟ ପୋଲ୍‌ ରିପୋର୍ଟ ସବୁବେଳେ ଭୁଲ୍‌ ପ୍ରମାଣିତ ହୋଇଛି। ୨୦୨୪ରେ ମଧ୍ୟ ଏକ୍‌ଜିଟ ପୋଲ୍‌ ରିପୋର୍ଟ ଭୁଲ୍‌ ପ୍ରମାଣିତ ହେବ। ବିଜେଡି କରିଥିବା ସର୍ଭେ ଏବଂ ନିରୀକ୍ଷଣ ଅନୁଯାୟୀ ଓଡ଼ିଶାରେ ଅତିକମ୍‌ରେ ଆମେ ୧୨ଟି ଲୋକ ସଭା ଆସନରେ ବିଜୟୀ ହେବୁ କିମ୍ବା ଏହାଠାରୁ ଅଧିକ ମଧ୍ୟ ଜିତିପାରୁ। ସେହିପରି ବିଧାନସଭାରେ ତିନି ଚତୁର୍ଥାଂଶ ଆସନରେ ବିଜୟୀ ହୋଇ ସରକାର କରିବୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସୁଦୃଢ଼ ଏବଂ ମଜଭୁତ ସରକାର ହେବ। ବିଜେଡି ବିଧାନସଭାରେ ପ୍ରାୟ ୧୧୦ ପାଖାପାଖି ଆସନରେ ବିଜୟୀ ହେବ ବୋଲି ସସ୍ମିତ କହିଛନ୍ତି।
  ମୁଖପାତ୍ର ଗୋଲକ ମହାପାତ୍ର ବିଜେଡି ମତ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଭାଜପା ଏବେ କିଛି ବିଜେଡି ନେତାଙ୍କୁ କହିବ ନାହିଁ। କାରଣ ଲୋକମାନେ ସେମାନଙ୍କ ମତ ସାବ୍ୟସ୍ତ କରିସାରିଛନ୍ତି, କେବଳ ଗଣତିକୁ ଅପେକ୍ଷା। ଆସନ୍ତା ୪ ତାରିଖରେ ସ୍ପଷ୍ଟ ହୋଇଯିବ ଏକ୍‌ଜିଟ ପୋଲ୍‌ କେତେ ଠିକ୍‌ ଆଉ କେତେ ଭୁଲ୍‌। ଏବେ କିଛି କହିଲେ ସେମାନେ ପ୍ରାୟୋଜିତ ନାଟକ କରି ଲୋକଙ୍କୁ କ’ଣସବୁ ଜଣାଇବାକୁ ଚେଷ୍ଟା କରୁଛନ୍ତି। ସେମାନେ ବର୍ତ୍ତମାନ ଯେଉଁ ଖୁସିରେ ଅଛନ୍ତି ସେମିତି ଥାଆନ୍ତୁ ବୋଲି ଗୋଲକ କହିଛନ୍ତି।
ଭାଜପାର ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ଯେ, ଏକ୍‌ଜିଟ ପୋଲ୍‌ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପ୍ରସ୍ତୁତ କରିଛନ୍ତି। ତେବେ ଗଣମାଧ୍ୟମ ଉପରେ ଓଡ଼ିଶା ସରକାରଙ୍କ ବିଶ୍ୱାସ ନାହିଁ। ଯଦି ସେମାନଙ୍କ ଗଣମାଧ୍ୟମ ସଂସ୍ଥା ଉପରେ ବିଶ୍ୱାସ ନାହିଁ ତେବେ ଭାଜପାର ଏହା ଉପରେ କୌଣସି ଯୁକ୍ତି କରିବାର ନାହିଁ। ବିଜେଡି ସବୁବେଳେ ଗଣମାଧ୍ୟମ ସଂସ୍ଥାକୁ କେବଳ ନିଜ ପ୍ରଚାର ପ୍ରସାର ପାଇଁ ବ୍ୟବହାର କରିଛି। ଲୋକଙ୍କ ପାଖକୁ ଯାଇ ଖରାରେ ବୁଲି ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଭାଜପାର ଏହା ଉପରେ ବିଶ୍ୱାସ ଅଛି, ରାଜ୍ୟରେ ଦୁଇ ତୃତୀୟାଂଶ ଆସନରେ ଭାଜପା ଏକ ସ୍ଥିର ସରକାର କରିବ ବୋଲି କନକ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri