ଗତ ୧୮ ତାରିଖରେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଘରେ ସବିଆଇର ୮ ଜଣିଆ ଟିମ୍ ଚଢ଼ାଉ କରିଥିଲା । ଟେଣ୍ଡର ଫିକ୍ସିଂ ମାମଲାରେ ବାରାମ୍ବାର ସମନ ପରେ ବି ହାଜର ବିଷ୍ଣୁପଦ ସେଠୀ ହେଉ ନ ଥିଲେ । ପରେ ତାଙ୍କ ବାସଭବନରେ ଚଢ଼ାଉ ହୋଇଥିଲା। ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଥିଲା ।
ବିଷ୍ଣୁପଦ ଏସବୁ ଅଭିଯୋଗକୁ ଗଣମାଧ୍ୟମ ସାମ୍ନାରେ ଖଣ୍ଡନ କରିଥିଲେ । ସେ କହିଥିଲେ, ମୁଁ ଗତ ୩୦ ବର୍ଷ ହେଲା ଓଡ଼ିଶା ସରକାରରେ ନିଷ୍ଠାର ସହ କାମ ମରିଛି । କେବେ କୌଣସି କାମରେ ଖିଲାପ କରିନାହିଁ । ଏବେ ସିବିଆଇ ମୋ ଉପରେ ଯେଉଁସବୁ ଅଭିଯୋଗ ଆଣୁଛି ସେସବୁ ଭିତ୍ତିହୀନ ବରଂ ତାଙ୍କୁ ଅଯଥା ସମସ୍ୟାରେ ପକାଇବାକୁ ଚେଷ୍ଟା କରାଯାଉଥିବା ବିଷ୍ଣୁପଦ କହିଥିଲେ ।