Posted inଫୁରସତ

ବାର୍ଥ ଡେ ୱିଶ୍‌: ଜେଲ ଗଲେ ୧୦୪ ବର୍ଷୀୟା

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କସ୍ଥିତ ଜେନେସିଓ ଠାରେ ଥିବା ଆଭୋନ୍‌ ନର୍ସିଂ ହୋମ୍‌ରେ ରହୁଥିବା ଜଣେ ୧୦୪ ବର୍ଷୀୟା ମହିଳା ଲୋରେଟା ଚାମ୍‌ୱରଲେନଙ୍କୁ ୨ ଦିନ ପାଇଁ ନିକଟସ୍ଥ ଲିଭିଙ୍ଗଷ୍ଟୋନ୍‌ କାଉଣ୍ଟି ଜେଲରେ ଜଣେ ବନ୍ଦୀ ଭାବେ ରଖା ଯାଇଥିଲା। ତେବେ ସେ କୌଣସି ଅପରାଧ କରି ନ ଥିଲେ। ଗତ ୧୦ ତାରିଖରେ ଲୋରେଟା ନିଜ ୧୦୪ତମ ଜନ୍ମ ଦିବସ ପାଳନ କରିଥିଲେ। ଜନ୍ମଦିନ ପାଳନ ବେଳେ ଲୋରେଟାଙ୍କୁ ତାଙ୍କ ବାର୍ଥ ଡେ ୱିଶ୍‌ ସମ୍ପର୍କରେ ପଚରାଯାଇଥିଲା। ଜବାବରେ ସେ ନିକଟସ୍ଥ ଲିଭିଙ୍ଗଷ୍ଟୋନ୍‌ କାଉଣ୍ଟି ଜେଲରେ ବନ୍ଦୀ ଭାବେ ରହିବା ପାଇଁ ନିଜ ଇଚ୍ଛା ଜାହିର କରିଥିଲେ। ଲୋରେଟାଙ୍କର ଏପରି ବାର୍ଥ ଡେ ୱିଶ୍‌ ଆଭୋନ ନର୍ସିଂହୋମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଲୋରେଟା କହିଥିଲେ, ସେ ତାଙ୍କ ଲମ୍ବା ଜୀବନରେ କେବେ ମଧ୍ୟ ଜେଲକୁ ଭିତରୁ ଦେଖିନାହାନ୍ତି। ତେଣୁ ସେ କିଛି ଦିନ ପାଇଁ କଏଦୀ ଭାବେ ରହି ଜେଲକୁ ଭିତରୁ ଦେଖିବାକୁ ଚାହାନ୍ତି। ବାର୍ଥ ଡେ ୱିଶ୍‌ ମୁତାବକ ଲୋରେଟାଙ୍କୁ ତାଙ୍କ ଜନ୍ମଦିନର ୨ ଦିନ ପରେ ଲିଭିଙ୍ଗଷ୍ଟୋନ୍‌ କାଉଣ୍ଟି ଜେଲକୁ ନିଆଯାଇଥିଲା। ସେଠାରେ ସେ ପ୍ରଥମେ ଫିଙ୍ଗର ପ୍ରିଣ୍ଟ ଦେଇଥିଲେ। ପରେ ସେଠାରେ ଉପସ୍ଥିତ ଅଧିକାରୀ ତାଙ୍କ ହାତରେ ହାତକଡ଼ି ପକାଇ ଏକ ସେଲ୍‌ ମଧ୍ୟକୁ ନେଇଯାଇଥିଲେ। ୨ ଦିନ ପର୍ଯ୍ୟନ୍ତ ଲୋରେଟାଙ୍କୁ ସେଠାରେ ଜଣେ କଏଦୀ ଭାବେ ରଖାଯାଇଥିଲା। ଠିକ୍‌ ୨ ଦିନ ପରେ ତାଙ୍କୁ ଜେଲରୁ ମୁକୁଳାଯାଇଥିଲା। ଏହି ଅବସରରେ ଲୋରେଟା ସେଠାରେ ଅବସ୍ଥାପିତ ଅନେକ ଅଧିକାରୀଙ୍କୁ ଜେଲର ସୁରକ୍ଷା ବ୍ୟବସ୍ଥା ଏବଂ ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ପଚାରି ବୁଝିଥିଲେ। ଏ ସମ୍ପର୍କରେ ରବିବାର ଲିଭିଙ୍ଗଷ୍ଟୋନ୍‌ କାଉଣ୍ଟି ଜେଲ ପକ୍ଷରୁ ଏକ୍ସ’ରେ ଏକ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି। ଜେଲରେ ୨ ଦିନର ରହଣିକୁ ଲୋରେଟା ନିଜର ଏକ ସୁନ୍ଦର ଅନୁଭବ ଭାବେ ବର୍ଣ୍ଣନା କରିଛନ୍ତି। ତାଙ୍କ ଜନ୍ମଦିନର ଇଚ୍ଛାକୁ ପୂରଣ କରିବାରେ ସକ୍ଷମ ହୋଇଥିବାରୁ ଜେଲ’ର ସମସ୍ତ ଅଧିକାରୀ ଖୁବ୍‌ ଖୁସି ଥିବା ଲିଭିଙ୍ଗଷ୍ଟୋନ୍‌ କାଉଣ୍ଟି ଜେଲ ପକ୍ଷରୁ କୁହାଯାଇଛି। ଲୋରେଟାଙ୍କୁ ଜେଲରୁ ବିଦାୟ ଦେବା ସମୟରେ ଜେଲର ଅଧିକାରୀମାନେ ଲୋରେଟାଙ୍କ ସହ ମିଶି ତାଙ୍କ ୧୦୪ତମ ଜନ୍ମଦିନକୁ ପାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ସୁନା ଦରରେ ବିକ୍ରି ହେଉଛି କଣ୍ଡୋମ, କିଣିବାକୁ ହେଲେ ସରିଯାଉଛି ଅଧା ଦରମା

ସାରା ବିଶ୍ୱରେ କଣ୍ଡୋମ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା କେବଳ ଅସୁରକ୍ଷିତ ଯୌନ ସମ୍ପର୍କରୁ ରକ୍ଷା କରେ ତାହା ନୁହେଁ ବରଂ ଅନାବଶ୍ୟକ...

Youtubeରୁ ପ୍ରତି ମାସକୁ କେତେ ରୋଜଗାର କରନ୍ତି ସୀମା ହାଇଦର: ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୮।୩: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ମଙ୍ଗଳବାର ସକାଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ଗ୍ରେଟର ନୋଏଡାର କ୍ରିଷ୍ଣା...

Phone Expiry Date: ଫୋନ୍‌ର ଥାଏ କି ଏକ୍ସପାରୀ ଡେଟ୍‌: ଜାଣନ୍ତୁ ରୋଚକ ତଥ୍ୟ

ରନ୍ଧନ ତେଲ ହେଉ କିମ୍ବା ଔଷଧ। ଅଧିକାଂଶ ଜିନିଷରେ ଏକ୍ସପାରୀ ଡେଟ୍‌ ଲେଖାଥାଏ। କିନ୍ତୁ କ’ଣ ଜାଣନ୍ତି କି ଆପଣ ବର୍ଷ ବର୍ଷ ଧରି ବ୍ୟବହାର...

କେଉଁ ଦେଶରେ ଅଛି ଅଧିକ ସୁନା: ଲିଷ୍ଟ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୁନା କେବଳ ଅଳଙ୍କାର ଏବଂ ଆଭୂଷଣ ପାଇଁ ନୁହେଁ ବରଂ ଏକ ଦୃଢ଼ ଅର୍ଥନୀତି ପାଇଁ ମଧ୍ୟ ଜଣାଶୁଣା। ଯାହାର ସୁନା ଭଣ୍ଡାର ଅଧିକ ଥାଏ,...

ନିଜକୁ ଭଲ କରିବା ପାଇଁ ଔଷଧ ଦୋକାନକୁ ପଶିଗଲା ଆହତ ମାଙ୍କଡ଼, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଆହତ ମାଙ୍କଡ଼ କିପରି ନିଜର ଚିକିତ୍ସା ପାଇଁ ଔଷଧ ଦୋକାନକୁ ପଶି ଆସି...

ରକ୍ତଦାନ କ’ଣ ମଧୁମେହ ବିପଦ ହ୍ରାସ କରିପାରିବ, ହାର୍ଟ ପାଇଁ ଲାଭଦାୟକ ହୋଇପାରେ ? ନୂତନ ଅଧ୍ୟୟନରୁ ହେଲା ଖୁଲାସା

ଆମ ମଧ୍ୟରୁ ଅଧିକାଂଶ ଜାଣନ୍ତି ଯେ ରକ୍ତଦାନ ଜୀବନ ରକ୍ଷା କରିପାରେ, ଦୁର୍ଘଟଣା ପୀଡିତ, ଶଲ୍ୟଚିକିତ୍ସା ରୋଗୀ ଏବଂ ଦୀର୍ଘକାଳୀନ ରୋଗ ସହିତ ଲଢ଼ୁଥିବା ଲୋକଙ୍କୁ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳୀ

ଓଡ଼ିଶାରେ ଅନେକ ସୁନ୍ଦର ଓ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରହିଛି, ଯାହା ପ୍ରକୃତି, ସଂସ୍କୃତି ଏବଂ ଇତିହାସର ଏକ ଅନନ୍ୟ ସମ୍ମିଶ୍ରଣ ପ୍ରଦାନ କରେ। ନିମ୍ନରେ ଓଡ଼ିଶାର...

ଏ ହେଉଛି Money tree, ଏକମାତ୍ର ଗଛ ଯେଉଁଠାରେ ଫଳୁଛି ଟଙ୍କା !

କିଛି ଲୋକ କଥା କଥାରେ କହିଦିଅନ୍ତି ‘ଟଙ୍କା କ’ଣ ଗଛରେ ଫଳୁଛି ନା କ’ଣ’। ଆଜି ଆମେ ଆପଣଙ୍କୁ ଦୁନିଆର ନିଆରା ଗଛ ବିଷୟରେ କହିବୁ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri