ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ଅସଙ୍ଗତି

ନାଗରିକଙ୍କ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଏକ ଆବଶ୍ୟକତା। ଆମ ଗଣତାନ୍ତ୍ରିକ ସରକାର ୧୯୬୯ ମସିହାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଇନ ତିଆରି କରିଛନ୍ତି। ଯେଉଁଠି ସନ୍ତାନଟିଏ ଜନ୍ମଗ୍ରହଣ କରୁଛି ୨୧ ଦିନ ଭିତରେ ରିପୋର୍ଟ ଦିଆଯିବ ଆଉ ସମ୍ପୃକ୍ତ ଅଧିକାରୀ ତିରିଶ ଦିନ ମଧ୍ୟରେ ପଞ୍ଜୀକୃତ କରି ପ୍ରମାଣପତ୍ର ଦେବେ। ଏହାଦ୍ୱାରା ଠିକ୍‌ ଜନଗଣନା ହୋଇପାରିବ। ବହିରାଗତ ସବୁ ଅଲଗା ବାରି ହୋଇପଡ଼ିବେ। ଧାରା ୧୩ ଅନୁସାରେ ଯଦି କେହି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଜନ୍ମମୃତ୍ୟୁ ପଞ୍ଜୀକୃତ କାର୍ଯ୍ୟାଳୟରେ ଜଣାଇ ନ ପାରିଲେ ତେବେ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଶପଥପାଠ ମାଧ୍ୟମରେ ପଞ୍ଜୀକୃତ ପାଇଁ ଆବେଦନ କରିପାରିବେ। ସ୍ପଷ୍ଟ ଓ ପ୍ରାଞ୍ଜଳ ନିୟମ ଜନଗଣଙ୍କ ପାଇଁ ରହିଛି। କିନ୍ତୁ ଖଳପ୍ରବୃତ୍ତିର ଲୋକେ ମନ୍ଦ ଉଦ୍ଦେଶ୍ୟରେ ଏହାର ଅସଦ୍‌ ବ୍ୟବହାର କରିବାକୁ ପଛାଉ ନ ଥିବାର ପ୍ରମାଣ ରହିଛି। ଏଥିପାଇଁ ଧାରା ୧୫ ଅନୁସାରେ ସଂଶୋଧନ ବା ନାକଚ କରିବାର ବ୍ୟବସ୍ଥା ରଖାଯାଇଛି। ଯଦି ଭୁଲ୍‌ବଶତଃ କିଛି ତ୍ରୁଟି ରହିଯାଇଛି ତେବେ ସଂଶୋଧନ କରାଯାଇ ପାରିବ। ଯଦି ଠକାମି କରି ଜନ୍ମଗତ ପ୍ରମାଣପତ୍ର ନିଆଯାଇଛି ତେବେ ତାହାକୁ ନାକଚ ବା କ୍ୟାନସେଲ୍‌ କରାଯାଇ ପାରିବ। ଆମ ଆଇନରେ ଦଣ୍ଡ ବିଧାନ ରହିଛି। ଛୁଆଟିଏ କଲିକତାରେ ଜନ୍ମ ହୋଇଥିଲେ ବି, ସେଠାକାର ଜନ୍ମଗତ ପ୍ରମାଣପତ୍ର ଥିଲେ ମଧ୍ୟ, ଟିଟିଲାଗଡରୁ ଆଉ ଏକ ମିଛ ଜନ୍ମ ପ୍ରମାଣପତ୍ର ପ୍ରଦାନ କରାଯାଇଛି। କ୍ୟାନସେଲ କରାଇବାକୁ ନାକେଦମ୍‌ ହେବାକୁ ପଡ଼ିଛି ବର୍ଷେକାଳ। ଦୋଷୀ ଦଣ୍ଡ ପାଇନି ଏ ଯାଏ। ଆମର ବିଚାର ବ୍ୟବସ୍ଥା!
ବେଳେବେଳେ ଦେଖାଯାଉଛି ନିଜ ବ୍ୟକ୍ତିଗତ ସ୍ବାର୍ଥ ହାସଲ ସକାଶେ ମିଛଖଚ ମିଶାଇ ଛୁଆର ମୂଳ ଜନ୍ମସ୍ଥାନର ପ୍ରମାଣପତ୍ର ଥାଇ ବି, ଜନ୍ମଗ୍ରହଣ କରି ନ ଥିବା ସ୍ଥାନରୁ ପ୍ରମାଣପତ୍ର ହାସଲ କରାଯାଉଛି ବହୁତ କିଛି ତଥ୍ୟ ବଦଳାଇ, ଆଉ ଅସଦ୍‌ ଉପାୟରେ ନାନାଦି ସରକାରୀ ବେସରକାରୀ ଫାଇଦା ଉଠାଯାଉଛି। ଏହା ଦ୍ବାରା ଆଇନର ମୂଳ ଉଦ୍ଦେଶ୍ୟ ବ୍ୟାହତ ହେବା ସହିତ ଫୌଜଦାରି ମାମଲାକୁ ଆକର୍ଷଣ କରୁଛି। ମିଛ ଶପଥପାଠ, ମିଛ ତଥ୍ୟ, ମିଛ ପ୍ରୟୋଗ ପାଇଁ ଜେଲ ଜରିମାନା ହେବା ନିଶ୍ଚିତ ହୋଇପଡୁଛି। ମିଛ ଜନ୍ମ ପ୍ରମାଣପତ୍ରକୁ ଜାତୀୟ ଅପରାଧ ଭାବରେ ଗଣନା କରାଯାଇ କଠୋର ଦଣ୍ଡ ଦିଆଯିବା ବ୍ୟବସ୍ଥା ରଖାଯିବା ନିହାତି ଆବଶ୍ୟକ। କେଉଁ କେଉଁ ପଞ୍ଜୀକରଣ କାର୍ଯ୍ୟାଳୟରେ କେତେଜଣଙ୍କୁ ଏମିତି ମିଛ ପ୍ରମାଣପତ୍ର ଦିଆଯାଇଛି, କେତେଜଣଙ୍କର ପ୍ରମାଣପତ୍ର ନାକଚ କରାଯାଇଛି ଓ ଅନୈତିକ ବେଆଇନ କାର୍ଯ୍ୟ ପାଇଁ କେତେଜଣ ଦଣ୍ଡ ପାଇଛନ୍ତି ସର୍ବ ସମକ୍ଷରେ ପ୍ରକାଶିତ ହେବା ଜରୁରୀ। ଠୋସ୍‌ ପ୍ରମାଣ ସହିତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ କିମ୍ବା ଥାନାରେ ଏତଲା ଦେଲେ ମଧ୍ୟ ସୁଫଳ ମିଳୁ ନାହିଁ। ଉପଯୁକ୍ତ ନ୍ୟାୟାଳୟରେ ମାମଲା ଦାଏର କରାଗଲେ ମଧ୍ୟ ଲାଭ ହେଉ ନାହିଁ। ଲାଗୁଛି ଯେମିତି ଛୁଆଜନ୍ମ ପ୍ରମାଣପତ୍ର ବା ମୃତ୍ୟୁ ପ୍ରମାଣପତ୍ରର କିଛି ଅର୍ଥ ହିଁ ନାହିଁ। ଏମିତି ଚାଲିଲେ ଭବିଷ୍ୟତରେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିବ। ନ୍ୟାୟର ସମ୍ମାନହାନି ହେବ। ଲୋକେ ନ୍ୟାୟିକ ପ୍ରକ୍ରିୟାକୁ ଖାତିର କରିବେ ନାହିଁ।
ନ୍ୟାୟର ଅଭାବରେ ନିରାଶଭାବ ଦେଖାଯିବ ଲୋକଙ୍କ ମନରେ। କେଉଁଠି ନା କେଉଁଠି ବିଦ୍ରୋହାତ୍ମକ ହୋଇଉଠିବେ, ଠକାମିର ଶିକାର ହୋଇ, ସଦ୍ୟ ଆବିଷ୍କାର କରି ମଧ୍ୟ ଦୋଷୀ ଦଣ୍ଡ ନ ପାଇବା କାରଣରୁ। ଭାବନା ଆସିବ ଯେମିତି କୌଣସି ନ୍ୟାୟାଳୟର ଆଉ ଆବଶ୍ୟକତା ନାହିଁ। ନ୍ୟାୟାଳୟ ଅନ୍ୟାୟାଳୟରେ ପରିଣତ ହେଉନି ତ! କୁରୁସଭାର ନୀରବଦ୍ରଷ୍ଟାଙ୍କ ପରି ସମସ୍ତେ ଚୁପ୍‌ଚାପ। ଅଯଥାରେ ଲୋକଙ୍କ ବା ଟିକସଦାତାମାନଙ୍କ କୋଟି କୋଟି ଟଙ୍କା ବରବାଦ କରାହେଉଛି! ଏହା ଦେଶ ପାଇଁ ଶୁଭଙ୍କର ନୁହେଁ । ଲୋକେ ଜିଇ ଥାଇ ବି ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରାଯାଉଛି ଆଉ ଅନେକାନେକ ଲାଭରୁ ବଞ୍ଚିତ ହେଉଛନ୍ତି। ଅନୈତିକ ଲାଭ ଉଠାଯାଉଛି। ନିରପେକ୍ଷ ତଦନ୍ତ ମାଧ୍ୟମରେ ପ୍ରମାଣପତ୍ର ପ୍ରଦାନ କରାହେବା ନିହାତି ଆବଶ୍ୟକ। ଅର୍ଥଲୋଭରେ ପଡି ଭୁଲ୍‌ ତଦନ୍ତ ପ୍ରଦାନ ପାଇଁ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କୁ ବହିଷ୍କୃତ କରାଯିବା ଉଚିତ। ଖାଲି ନିଜସ୍ବ ଫାଇଦା ରଖି କ୍ଷମତା ଉପଭୋଗ କରି ଗାଦିରେ ବସି ଆମେ ଆଇନର ଶାସନକୁ ସମ୍ମାନ ଦେଉଛ କହିବାରେ କିଛି ଲାଭ ନାହିଁ। ସତ୍ୟ ପ୍ରତିଷ୍ଠା ପାଇଁ ନ୍ୟାୟର ମର୍ଯ୍ୟାଦା ବୃଦ୍ଧି ନ ହେଲେ ଅଦାଲତ ଲୋକଙ୍କ ଆସ୍ଥା ବିଶ୍ବାସ ହରାଇ ବସିବ।

ଗଜାନନ ମିଶ୍ର

ତପୋବନ, ଟିଟିଲାଗଡ଼, ବଲାଙ୍ଗୀର
ମୋ:୯୪୩୭୩୬୬୬୪୪

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା, ଦଳ ଛାଡିଲେ ବଡ଼ ନେତା

ଭୁବନେଶ୍ୱର,୧୦।୩: ବିଜେଡିକୁ ଶକ୍ତ ଝଟ୍‌କା। ଦଳରୁ ଇସ୍ତଫା ଦେଲେ ବାଲେଶ୍ୱରର ପୂର୍ୱତନ ଏମପି ରବୀନ୍ଦ୍ର ଜେନା । ବାଲେଶ୍ୱରର ପୂର୍ୱତନ ଏମପି ରବୀନ୍ଦ୍ର ଜେନା ବିଜୁ ଜନତା…

ମାଥ୍ୟୁ ହେଡେନଙ୍କୁ ମିଳିଲା ଗୁରୁଦାୟିତ୍ୱ

ଅହମଦାବାଦ,୧୦ା୩: ଅଷ୍ଟ୍ରେଲିଆର ପୂର୍ବତନ ଓପନର ମାଥ୍ୟୁ ହେଡେନଙ୍କୁ ମଙ୍ଗଳବାର ଆଗାମୀ ଆଇପିଏଲ୍‌ ସିଜନ ଲାଗି ଗୁଜରାଟ ଟାଇଟନ୍ସ ପକ୍ଷରୁ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଦୁଇ…

ଯୁଦ୍ଧ ଭିତରେ ଚାଇନାର ଭୟଙ୍କର ପ୍ଲାନ! ବିଶ୍ୱରେ ପଡିଲା ଚହଳ

ବେଜିଂ,୧୦।୩: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର, ଯୁକ୍ତରାଷ୍ଟ୍ର, ଇରାନ ସହିତ ଚାଲିଥିବା ସଂଘର୍ଷ ପାଇଁ ତାର ସମସ୍ତ ଶକ୍ତି ଲଗାଇ ଦେଇଥିବା ବେଳେ, ଚାଇନା ଏକ ଭୟଙ୍କର…

ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଚମକାଇଲେ ରିଙ୍କୁ ସିଂ, କହିଦେଲେ…

ଅହମଦାବାଦ,୧୦ା୩: ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ ହେବା ପରେ ଭାରତୀୟ ଦଳର ଷ୍ଟାର ରିଙ୍କୁ ସିଂ ତାଙ୍କ ସ୍ବର୍ଗତ ବାପା ଖାନଚାନ୍ଦ ସିଂଙ୍କ ଲାଗି ଏକ…

ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ତଥ୍ୟରେ ତାଳମେଳ ନ ଥିବାରୁ ବଢୁଛି ଉତ୍ତେଜନା, ବାହୁନି କାନ୍ଦୁଛନ୍ତି ମା’  

ପଟ୍ଟାଙ୍ଗି/ସୁନାବେଡା, ୧୦।୩ (ଶରତ କୁମାର ଧଳ/କୃତ୍ତିବାସ ପ୍ରଧାନ): ଜବାହାର ନବୋଦୟ ବିଦ୍ୟାଳୟର ତିନି ଛାତ୍ରଙ୍କ ମୃତ୍ୟୁ ଘଟଣାର ମାତ୍ର ତିନି ଦିନ ପରେ ପୁଣି ଜଣେ ଆଶ୍ରମ…

ଅର୍ଶଦୀପଙ୍କୁ ଜରିମାନା, ଜାଣନ୍ତୁ କାହିଁକି…

ଦୁବାଇ, ୧୦ା୩: ଅହମଦାବାଦରେ ଅନୁଷ୍ଠିତ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଫାଇନାଲ ସମୟରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେରିଲ ମିଚେଲଙ୍କୁ ଲକ୍ଷ୍ୟ କରି ଅକ୍ରମଣାତ୍ମକ ଢଙ୍ଗରେ ବଲ୍‌ ଫିଙ୍ଗିଥିବାରୁ…

ଯୁଦ୍ଧବେଳେ ଫସିଗଲା ଚାଇନା! ଆମେରିକା କଲା ବଡ଼ ଗେମ୍‌…

ବେଜିଂ,୧୦।୩: ଇରାନ-ଆମେରିକା ଯୁଦ୍ଧରେ ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ହର୍ମୁଜ, ଯାହା ବିଷୟରେ ଇରାନ ପୂର୍ୱରୁ ଆମେରିକାକୁ ଚେତାବନୀ ଦେଇ ଆସୁଥିଲା। ବିବାଦ ବଢ଼ିବା ସହିତ ଆମେରିକାର…

ରାଉରକେଲା IGHରେ ଅଭାବନୀୟ ଘଟଣା: ଟଏଲେଟ୍‌ ପ୍ୟାନ୍‌ ଭିତରୁ ନବଜାତକର ମୃତଦେହ ଉଦ୍ଧାର, ବଢ଼ିଲା ଚର୍ଚ୍ଚା

ରାଉରକେଲା, ୧୦।୩ (ସଂଗୀତା ଜେନା): ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (IGH) ପରିସରରେ ଏକ ହୃଦୟ ବିଦାରକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲର ଜରୁରୀକାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri