ଭୁବନେଶ୍ୱରରେ ବିର୍ଲା ଓପସର ଇଣ୍ଟରାକ୍ଟିଭ ଏକ୍ସପୋ

ଭୁବନେଶ୍ୱର, ୧୬।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବିର୍ଲା ଗ୍ରୁପର ସହଭାଗୀ କମ୍ପାନୀ ‘ବିର୍ଲା ଓପସ’ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଇଣ୍ଟରାକ୍ଟିଭ ଏକ୍ସପୋ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଦେଶର ପ୍ରମୁଖ ବଜାରଗୁଡ଼ିକରେ ଏହି ଏକ୍ସପୋର ସଫଳତା ପରେ କମ୍ପାନୀ ଚଳିତ ମାସ ଓଡ଼ିଶା ବଜାର(ଭୁବନେଶ୍ୱର)ରେ ମଧ୍ୟ ଏହି ଏକ୍ସପୋର ଆୟୋଜନ କରିବାକୁ ଯାଉଛି। ଏପରିକି ୨୦୨୪ ଜୁଲାଇ ୧୬ରେ ଏହି ଏକ୍ସପୋ ଭୁବନେଶ୍ୱରର ପୁରୀ ବାଇପାସରୋଡସ୍ଥିତ ସାଇମନ୍ଦିର ଛକଠାରେ ଆୟୋଜିତ ହେବାକୁ ଯାଉଛି।
ଏ ସମ୍ପର୍କରେ ବିର୍ଲା ଓପସ୍‌ର ସିଇଓ ରକ୍ଷିତ ହାର୍‌ଗଭେ କହିଛନ୍ତି, ଭୁବନେଶ୍ୱରରେ ଏହି ଏକ୍ସପୋର ଆୟୋଜନ ସମ୍ପର୍କରେ ଘୋଷଣା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହା ପୂର୍ବରୁ ଆମେ ୧୭୫ ରୁ ଅଧିକ ସ୍ଥାନରେ ଏହିଭଳି ଏକ୍ସପୋ ଆୟୋଜନ କରିସାରିଛୁ। ଏହା ଜରିଆରେ ଆମେ ଭାରତର ପ୍ରତ୍ୟେକ କୋଣରେ ପହଞ୍ଚତ୍ବା ସହିତ ସମ୍ପୃକ୍ତ ସ୍ଥାନ ଓ ଏକ୍ସପୋରେ ଯୋଗ ଦେବା ଏବଂ ବିର୍ଲା ଓପସ୍‌ ପେଣ୍ଟସ ଉପତ୍ାଦଗୁଡିକର ସମସ୍ତ ଶୃଙ୍ଖଳ ଅନୁଭୂତି ପାଇବା ପାଇଁ ଡିଲର, ପେଣ୍ଟର, କଣ୍ଟ୍ରାକ୍ଟର, ଆର୍କିଟେକ୍ଟ ଓ ଇଣ୍ଟେରିୟର ଡିଜାଇନରଙ୍କ ସମେତ ଟ୍ରେଡ୍‌ ପାର୍ଟନରମାନଙ୍କୁ ସ୍ବାଗତ କରିବା ପାଇଁ ପ୍ରତିବଦ୍ଧ ରହିଛୁ। ଏହି ଏକ୍ସପୋଗୁଡିକ ଆମକୁ ଆମର ଟ୍ରେଡ୍‌ ପାର୍ଟନରଙ୍କ ସହିତ ଦୀର୍ଘସ୍ଥାୟୀ ସମ୍ପର୍କ ସ୍ଥାପନ କରିବାରେ ବେଶ୍‌ ସହାୟକ ହେଉଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଫେବୃଆରୀରେ‘ବିର୍ଲା ଓପସ୍‌’ର ଆନୁଷ୍ଠାନିକ ଶୁଭାରମ୍ଭ ସହ ପେଣ୍ଟ ଶିଳ୍ପରେ ମଧ୍ୟ ପ୍ରବେଶ କରିଥିଲା। ଏପରିକି ବିର୍ଲା ଓପସ୍‌ ଭାରତର ଅନ୍ୟତମ ପ୍ରମୁଖ ପେଣ୍ଟ ବ୍ରାଣ୍ଡ୍‌ରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?