ଅରାଚଣ୍ଡୀରେ କମିଲେ ପକ୍ଷୀ

ଭୁବନେଶ୍ୱର,୮।୧(ଅସମାପିକା ସାହୁ): କଟକ ଜିଲା ବାଙ୍କୀ ଅରାଚଣ୍ଡୀ ପାଟରେ ଦେଶୀ, ବିଦେଶୀ ପକ୍ଷୀଙ୍କ କୋଳାହଳ ଦେଖିବାକୁ ମିଳୁଛି। ଏବର୍ଷ ୮୧ ପ୍ରଜାତିର ୧୧,୭୦୦ଟି ପକ୍ଷୀ ଚିହ୍ନଟ ହୋଇଥିବା ସେଣ୍ଟର ଫର୍‌ ରୁରାଲ ଟୁରିଜମ ଡେଭଲପ୍‌ମେଣ୍ଟ(ସିଆର୍‌ଟିଡି)ର ସମ୍ପାଦକ ଲଳିତ ମୋହନ ପଣ୍ଡା ସୂଚନା ଦେଇଛନ୍ତି। ଗତବର୍ଷ ୧୧୧ ପ୍ରଜାତିର ୧୬,୧୦୭ ହଜାର ପକ୍ଷୀଙ୍କ ସମାଗମ ହୋଇଥିଲା। ତେବେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା କମିବା ନେଇ ଲଳିତ କହିଛନ୍ତି, ଶୀତ ଋତୁ ଆରମ୍ଭରୁ ବଙ୍ଗୋପସାଗରରେ ଆସିଥିବା ମିଗ୍‌ଜମ ବାତ୍ୟା ଏବଂ ଜଳାଶୟରେ ପାଣିର ସ୍ତର ଅଧିକ ରଥିବାରୁ ବିଦେଶାଗତ ପକ୍ଷୀ ପାଖା ପାଖି ଚାଷ ଜମିରେ ବସି ଥିବା ଦେଖା ଯାଉଛନ୍ତି। ସେହିଭଳି ପିକ୍‌ନିକ ପାଇଁ ଆସୁଥିବା ପର୍ଯ୍ୟଟକମାନେ ଉଚ୍ଚ ସ୍ବରରେ ସାଉଣ୍ଡ୍‌ ବକ୍ସ ବଜାଇବା ମଧ୍ୟ ପକ୍ଷୀଙ୍କୁ ବିରକ୍ତ କରୁଛି। ରବିବାର ପକ୍ଷୀ ଗଣନା ବେଳେ ଦେଖା ଯାଇଥିବା ପକ୍ଷୀଙ୍କ ମଧ୍ୟରେ ନର୍ଦ୍ଦନ ପିନ୍‌ ଟେଲ, ରୁଡି ସେଲ୍‌ ଡକ, ନର୍ଦ୍ଦନ ଶୋଭଲର, କଟନ ଟିଲ, ଇରେଷିଆନ ଉଇଜନ୍‌, ରେଡ୍‌ କ୍ରେଷ୍ଟେଡ ପୋଚାର୍ଡ, ସ୍ପଟ୍‌ ବିଲ ଡକ, ଗାର୍ଗାନି, ପେଣ୍ଟେଡ ଷ୍ଟର୍କ, ଗ୍ରେ ହେରୋନ୍‌, ପର୍ପଲ ହେରୋନ୍‌, କମନ ସ୍ନାଇପ୍‌, ବ୍ଲାକ ଟେଲ୍‌ ଗଡ଼ଉଇଟ, କମନ କୁଟ, ଲିଟିଲ ଗ୍ରିବ୍‌, ଗ୍ରେ ହେଡେଡ ଲାପ୍‌ଉଇଙ୍ଗ, ଇଣ୍ଡିଆନ ସ୍ପଟେଡ ବିଲ୍‌ ଡକ, ବ୍ଲାକ ହେଡେଡ୍‌ ଆଇବିସ ଆଦି ରହିଛି।
ସୂଚନାଯୋଗ୍ୟ, ରାଜ୍ୟର ଅନ୍ୟ ଆର୍ଦ୍ରଭୂମିଗୁଡ଼ିକରେ ବନ ବିଭାଗ ତରଫରୁ ପରିବ୍ରାଜକ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଚାଲିଛି। ତେବେ ଜାତମୁଣ୍ଡିଆ ନିକଟ ଅରାଚଣ୍ଡୀ ପାଟରେ ପ୍ରତିବର୍ଷ ୧୦ ହଜାରରୁ ଅଧିକ ପକ୍ଷୀଙ୍କ ସମାବେଶ ହେଉଥିଲେ ମଧ୍ୟ ବନ ବିଭାଗ ତରଫରୁ ନା ପକ୍ଷୀଙ୍କ ସୁରକ୍ଷା ପାଇଁ ଅସ୍ଥାୟୀ ସୁରକ୍ଷା ଶିବିର ସ୍ଥାପନ କରାଯାଏ ନା ବିଧିବଦ୍ଧ ପକ୍ଷୀ ଗଣନା କରାଯାଇଥାଏ। ତେବେ ଶୀତ ଋତୁରେ ଅରାଚଣ୍ଡୀ ଆର୍ଦ୍ରଭୂମି ପର୍ଯ୍ୟଟକଙ୍କ ମନରେ ଚିଲିକାର ଭ୍ରମ ସୃଷ୍ଟି କରୁଥିବାବେଳେ ଏଠାରେ ପକ୍ଷୀ ଗଣନା ଦାୟିତ୍ୱ ନେଇଛନ୍ତି ସ୍ଥାନୀୟ ସ୍ବେଚ୍ଛାସେବୀ ସଂସ୍ଥା ସିଆର୍‌ଟିଡିର ସଦସ୍ୟ ଏବଂ ଅରାଚଣ୍ଡୀ ପକ୍ଷୀ ସୁରକ୍ଷା ସମିତିର ମହିଳାମାନେ। ଅରାଚଣ୍ଡୀ ପାଟରେ ପ୍ରଥମ କରି ୨୦୧୭ରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରବିବାର ଖୋର୍ଦ୍ଧା ଜିଲାର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ନେତୃତ୍ୱରେ ୪ଟି ଟିମ୍‌ ଗଠନ କରାଯାଇ ପକ୍ଷୀ ଗଣନା କରାଯାଇଥିଲା। ଏହି ଗଣନା କାର୍ଯ୍ୟକ୍ରମରେ ଭୁବନେଶ୍ୱର ଓୟୁଏଟିସ୍ଥିତ ଫରେଷ୍ଟ୍ରି କଲେଜର ଛାତ୍ର, ଟୁରିଷ୍ଟ ଗାଇଡ୍‌ କ୍ଲବ୍‌ର ସଦସ୍ୟ, ଅରାଚଣ୍ଡୀ ପକ୍ଷୀ ସୁରକ୍ଷା ସମିତିର ସଦସ୍ୟଙ୍କ ସହ ସିଆର୍‌ଟିଡିର ସଭାପତି ମିନତୀ ସାହୁ, ସଂଯୋଜକ ଅମିତ ସାହୁ, ସଦସ୍ୟ ଦୁର୍ଗା ମାଧବ ମହାପାତ୍ର, ଇକୋ ୱାଇଲ୍ଡ ଲାଇଫ ଟୁର୍‌ର ଅଧ୍ୟକ୍ଷା ବିଷ୍ଣୁପ୍ରିୟା କର ପ୍ରମୁଖ ସାମିଲଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri