ଅରାଚଣ୍ଡୀରେ କମିଲେ ପକ୍ଷୀ

ଭୁବନେଶ୍ୱର,୮।୧(ଅସମାପିକା ସାହୁ): କଟକ ଜିଲା ବାଙ୍କୀ ଅରାଚଣ୍ଡୀ ପାଟରେ ଦେଶୀ, ବିଦେଶୀ ପକ୍ଷୀଙ୍କ କୋଳାହଳ ଦେଖିବାକୁ ମିଳୁଛି। ଏବର୍ଷ ୮୧ ପ୍ରଜାତିର ୧୧,୭୦୦ଟି ପକ୍ଷୀ ଚିହ୍ନଟ ହୋଇଥିବା ସେଣ୍ଟର ଫର୍‌ ରୁରାଲ ଟୁରିଜମ ଡେଭଲପ୍‌ମେଣ୍ଟ(ସିଆର୍‌ଟିଡି)ର ସମ୍ପାଦକ ଲଳିତ ମୋହନ ପଣ୍ଡା ସୂଚନା ଦେଇଛନ୍ତି। ଗତବର୍ଷ ୧୧୧ ପ୍ରଜାତିର ୧୬,୧୦୭ ହଜାର ପକ୍ଷୀଙ୍କ ସମାଗମ ହୋଇଥିଲା। ତେବେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା କମିବା ନେଇ ଲଳିତ କହିଛନ୍ତି, ଶୀତ ଋତୁ ଆରମ୍ଭରୁ ବଙ୍ଗୋପସାଗରରେ ଆସିଥିବା ମିଗ୍‌ଜମ ବାତ୍ୟା ଏବଂ ଜଳାଶୟରେ ପାଣିର ସ୍ତର ଅଧିକ ରଥିବାରୁ ବିଦେଶାଗତ ପକ୍ଷୀ ପାଖା ପାଖି ଚାଷ ଜମିରେ ବସି ଥିବା ଦେଖା ଯାଉଛନ୍ତି। ସେହିଭଳି ପିକ୍‌ନିକ ପାଇଁ ଆସୁଥିବା ପର୍ଯ୍ୟଟକମାନେ ଉଚ୍ଚ ସ୍ବରରେ ସାଉଣ୍ଡ୍‌ ବକ୍ସ ବଜାଇବା ମଧ୍ୟ ପକ୍ଷୀଙ୍କୁ ବିରକ୍ତ କରୁଛି। ରବିବାର ପକ୍ଷୀ ଗଣନା ବେଳେ ଦେଖା ଯାଇଥିବା ପକ୍ଷୀଙ୍କ ମଧ୍ୟରେ ନର୍ଦ୍ଦନ ପିନ୍‌ ଟେଲ, ରୁଡି ସେଲ୍‌ ଡକ, ନର୍ଦ୍ଦନ ଶୋଭଲର, କଟନ ଟିଲ, ଇରେଷିଆନ ଉଇଜନ୍‌, ରେଡ୍‌ କ୍ରେଷ୍ଟେଡ ପୋଚାର୍ଡ, ସ୍ପଟ୍‌ ବିଲ ଡକ, ଗାର୍ଗାନି, ପେଣ୍ଟେଡ ଷ୍ଟର୍କ, ଗ୍ରେ ହେରୋନ୍‌, ପର୍ପଲ ହେରୋନ୍‌, କମନ ସ୍ନାଇପ୍‌, ବ୍ଲାକ ଟେଲ୍‌ ଗଡ଼ଉଇଟ, କମନ କୁଟ, ଲିଟିଲ ଗ୍ରିବ୍‌, ଗ୍ରେ ହେଡେଡ ଲାପ୍‌ଉଇଙ୍ଗ, ଇଣ୍ଡିଆନ ସ୍ପଟେଡ ବିଲ୍‌ ଡକ, ବ୍ଲାକ ହେଡେଡ୍‌ ଆଇବିସ ଆଦି ରହିଛି।
ସୂଚନାଯୋଗ୍ୟ, ରାଜ୍ୟର ଅନ୍ୟ ଆର୍ଦ୍ରଭୂମିଗୁଡ଼ିକରେ ବନ ବିଭାଗ ତରଫରୁ ପରିବ୍ରାଜକ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଚାଲିଛି। ତେବେ ଜାତମୁଣ୍ଡିଆ ନିକଟ ଅରାଚଣ୍ଡୀ ପାଟରେ ପ୍ରତିବର୍ଷ ୧୦ ହଜାରରୁ ଅଧିକ ପକ୍ଷୀଙ୍କ ସମାବେଶ ହେଉଥିଲେ ମଧ୍ୟ ବନ ବିଭାଗ ତରଫରୁ ନା ପକ୍ଷୀଙ୍କ ସୁରକ୍ଷା ପାଇଁ ଅସ୍ଥାୟୀ ସୁରକ୍ଷା ଶିବିର ସ୍ଥାପନ କରାଯାଏ ନା ବିଧିବଦ୍ଧ ପକ୍ଷୀ ଗଣନା କରାଯାଇଥାଏ। ତେବେ ଶୀତ ଋତୁରେ ଅରାଚଣ୍ଡୀ ଆର୍ଦ୍ରଭୂମି ପର୍ଯ୍ୟଟକଙ୍କ ମନରେ ଚିଲିକାର ଭ୍ରମ ସୃଷ୍ଟି କରୁଥିବାବେଳେ ଏଠାରେ ପକ୍ଷୀ ଗଣନା ଦାୟିତ୍ୱ ନେଇଛନ୍ତି ସ୍ଥାନୀୟ ସ୍ବେଚ୍ଛାସେବୀ ସଂସ୍ଥା ସିଆର୍‌ଟିଡିର ସଦସ୍ୟ ଏବଂ ଅରାଚଣ୍ଡୀ ପକ୍ଷୀ ସୁରକ୍ଷା ସମିତିର ମହିଳାମାନେ। ଅରାଚଣ୍ଡୀ ପାଟରେ ପ୍ରଥମ କରି ୨୦୧୭ରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରବିବାର ଖୋର୍ଦ୍ଧା ଜିଲାର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ନେତୃତ୍ୱରେ ୪ଟି ଟିମ୍‌ ଗଠନ କରାଯାଇ ପକ୍ଷୀ ଗଣନା କରାଯାଇଥିଲା। ଏହି ଗଣନା କାର୍ଯ୍ୟକ୍ରମରେ ଭୁବନେଶ୍ୱର ଓୟୁଏଟିସ୍ଥିତ ଫରେଷ୍ଟ୍ରି କଲେଜର ଛାତ୍ର, ଟୁରିଷ୍ଟ ଗାଇଡ୍‌ କ୍ଲବ୍‌ର ସଦସ୍ୟ, ଅରାଚଣ୍ଡୀ ପକ୍ଷୀ ସୁରକ୍ଷା ସମିତିର ସଦସ୍ୟଙ୍କ ସହ ସିଆର୍‌ଟିଡିର ସଭାପତି ମିନତୀ ସାହୁ, ସଂଯୋଜକ ଅମିତ ସାହୁ, ସଦସ୍ୟ ଦୁର୍ଗା ମାଧବ ମହାପାତ୍ର, ଇକୋ ୱାଇଲ୍ଡ ଲାଇଫ ଟୁର୍‌ର ଅଧ୍ୟକ୍ଷା ବିଷ୍ଣୁପ୍ରିୟା କର ପ୍ରମୁଖ ସାମିଲଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri