ପୁରୀରେ ବାର୍ଡଫ୍ଲୁ ଆତଙ୍କ: ୩ ହଜାର କୁକୁଡ଼ା ମୃତ୍ୟୁ ଅଭିଯୋଗ, ତଦନ୍ତରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍

ପିପିଲି,୯।୭: ପୁରୀ ଜିଲାର ଡେଲାଙ୍ଗ ଅଞ୍ଚଳରେ ବାର୍ଡଫ୍ଲୁ ସନ୍ଦେହ ଯୋଗୁ ଆତଙ୍କ ଖେଳିଯାଇଛି। ଏହି ଘଟଣାର ଗୁରୁତ୍ୱ ଦେଖି ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଡେଲାଙ୍ଗରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଏଯାଏ ଏହି ଅଞ୍ଚଳରେ ପ୍ରାୟ ୩ ହଜାର କୁକୁଡ଼ାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସ୍ବତନ୍ତ୍ର ଡାକ୍ତରୀ ଟିମ୍ ବିଭିନ୍ନ କୁକୁଡ଼ା ଫାର୍ମରୁ ମଳ ଓ ଲାଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ଏହା ସହିତ, ପ୍ରଶାସନ ତରଫରୁ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ୩ ଜଣିଆ ରାପିଡ୍ ରେସ୍‌ପନ୍ସ ଟିମ୍‌ (ଆରଆରଟି) ଗଠନ କରାଯାଇଛି।

ସ୍ଥାନୀୟ ଜନସାଧାରଣ ଓ କୁକୁଡ଼ା ଫାର୍ମ ମାଲିକମାନଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଉଦ୍‌ବେଗ ଦେଖାଦେଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ବାର୍ଡଫ୍ଲୁର ସତ୍ୟତା ସ୍ପଷ୍ଟ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ପାଇଁ ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

Share
Tags: bird fluPuri