ଚିଲିକାରେ ଚାଲିଛି ପକ୍ଷୀ ଗଣନା

କୃଷ୍ଣପ୍ରସାଦ,୧୮।୧(କୈଳାଶ ଚନ୍ଦ୍ର ପଟନାୟକ): ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ସକାଳ ୬ ଟା ରୁ ୧୨ ଟା ଯାଏ ଗଣନା କରାଯିବ। ଏଥିପାଇଁ ୫ଟି ରେଞ୍ଜରେ ୨୨ ଟିମ୍‌ ଗଠନ କରାଯାଇଛି। ରାତିରେ ପକ୍ଷୀ ଗଣନାର ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ନଳବଣ, ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଜିଲାରେ ଥିବା ସମସ୍ତ ଅଞ୍ଚଳରେ ଏବଂ ଚିଲିକା ବାହାରେ, ବିଭିନ୍ନ ପୋଖରୀ ଗଡିଆ ଆଦିରେ ଥିବା ପକ୍ଷୀଙ୍କ ଗଣନା ମଧ୍ୟ କରାଯାଉଛି। କୃଷ୍ଣପ୍ରସାଦରେ ପ୍ରାଣୀ ବୈଜ୍ଞାନିକ ଡାକ୍ତର ସତ୍ୟ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ୬ଜଣ ବିଶେଷଜ୍ଞ ଗଣନାରେ ସାମିଲ ଅଛନ୍ତି। ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଅନୁମାନ ହେଉଛି। ତେବେ ଗଣନାରେ ଘନ କୁହୁଡି ବାଧକ ସାଜିଛି।

Dharitri – Odisha’s No.1 Odia Daily