୧୮ରେ ହେବ ପକ୍ଷୀ ଗଣନା: ସାମିଲ ହେବେ କଲେଜ ଛାତ୍ରୀଛାତ୍ର, ଏହି ସମୟରେ ହେବ ଗଣନା

ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ): ପ୍ରତି ବର୍ଷ ରାଜ୍ୟରେ ପକ୍ଷୀ ଗଣନା ହେଉଛି। ବିଦେଶାଗତ ପକ୍ଷୀ ଏବଂ ଅଞ୍ଚଳ ପକ୍ଷୀ ଚିହ୍ନଟ କରିବା ସହ ସଂପୃକ୍ତ ଅଞ୍ଚଳର ଜଳବାୟୁ ,ମାଟି ଓ ପାଣି ଜାଣି ହେବ। ଏହାପରେ ତାକୁ ଦେଖି ପକ୍ଷୀମାନଙ୍କ ସୁରକ୍ଷା ସହ ସଂପୃକ୍ତ ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ନିଆଯାଇପାରିବ। ଏହିଭଳି ପରିସ୍ଥିତିରେ ଆସନ୍ତା ୧୮ ତାରିଖରୁ ରାଜ୍ୟରେ ପକ୍ଷୀ ଗଣନା ବିଭିନ୍ନ ବନଖଣ୍ଡରେ ହେବ। ଏହିଭଳି ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ରେ ୍ଯଯଯ ପକ୍ଷୀ ଗଣନା ହେବ। ତେଣୁ ଏନେଇ ସୋମବାର ଭଞ୍ଜନଗର ଲାଲ ସିଂ ନର୍ସରୀ ପରିସରରେ ଏକ ତାଲିମ ଶିବିର ହୋଇଥିଲା। ଏଥିରେ ବିଭାଗୀୟ କର୍ମଚାରୀ ସାଙ୍ଗକୁ ଗାଲେରୀ, କେନ୍ଦୁପଦର ପ୍ରମୁଖ କଲେଜ ଛାତ୍ରୀଛାତ୍ର ଭାଗ ନେଇଥିଲେ । କର୍ମଚାରୀ ଏବଂ ଅନ୍ୟମାନେ କିଭଳି ପକ୍ଷୀ ଗଣନା କରିବେ ସେନେଇ ତାଲିମ ପ୍ରଦାନ କରାଯାଇଥିଲା । ଉକ୍ତ ଦିନ ସକାଳ ୬ ଟାରୁ ୧୦ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ହେବ। ବନଖଣ୍ଡର ୩୪ଟି ସ୍ଥାନରେ ଗଣନା ହେବ। କଲେଜ ଛାତ୍ରୀଛାତ୍ର ପକ୍ଷୀ ଗଣନାରେ ସାମିଲ ହେବେ। ଏହାଦ୍ବାରା ଛାତ୍ରୀଛାତ୍ରମାନଙ୍କ ଜ୍ଞାନ ବୃଦ୍ଧି ହେବ। ଡିଏଫଓ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମ ଶିବିରକୁ ଉଦଘାଟନ କରିଥିଲେ। ଏଥିସହ ପକ୍ଷୀ ଗଣନା କିଭଳି ଶୃଙ୍ଖଳାର ସହ ହୋଇପାରିବ ସେନେଇ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ବିମଳ ପ୍ରଧାନ, ବିବେକ ଦାସ, ପକ୍ଷୀ ବିଶେଷଜ୍ଞ ଉମାକାନ୍ତ ଦାସ, ମୂଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା, ଗାଲେରୀ ରେଞ୍ଜର ଜ୍ଞାନେନ୍ଦ୍ର ଲିମା, ତାରସିଂ ରେଞ୍ଜର ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇ ପକ୍ଷୀ ଗଣନା କିଭଳି ହେବ ସେନେଇ କହିଛନ୍ତି।

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୧ ମାର୍ଚ୍ଚରୁ ବନ୍ଦ ହୋଇଯିବ ଏମାନଙ୍କର ହ୍ବାଟ୍ସଆପ! ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ ନୂଆ ନିୟମ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୭।୨: SIM-Binding ନିୟମ ସମ୍ପର୍କରେ ଚିତ୍ର ଏବେ ସ୍ପଷ୍ଟ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ମେସେଜିଂ ଆପ…

ବାପାଙ୍କ ମୃତ୍ୟୁ ପରେ ରିଙ୍କୁ ସିଂ ପରବର୍ତ୍ତୀ ମ୍ୟାଚ ଖେଳିବେ ନା ନାହିଁ? BCCI ଦେଲା ବଡ଼ ସୂଚନା

ନୂଆଦିଲ୍ଲୀ,୨୭।୨: ଟିମ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂଙ୍କ ପିତା ଖାନଚାନ୍ଦ ସିଂଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ।…

ଆକ୍ସନରେ ପ୍ରଶାସନ: ଇଟା ଭାଟିରେ ଚଢ଼ିଲା ବୁଲ୍‌ଡୋଜର

ଆସିକା,୨୭।୨: ଗଞ୍ଜାମ ଜିଲା ଋଷିପୁର ନିକଟରେ ଥିବା ବେଆଇନ ଇଟା ଭାଟିରେ ଶୁକ୍ରବାର ବୁଲ୍‌ଡୋଜର ଚଢିଛି। ତହସିଲଦାରଙ୍କ ସହ ସ୍ଥାନୀୟ ପୋଲିସ ଉପସ୍ଥିତରେ କଟାଯାଇଥିବା ହଜାର ହଜାର…

ଜିମ୍ବାଓ୍ବେ ବିପକ୍ଷର ବିଜୟ ପଡିଲା ଫିକା? ଟିମ ଇଣ୍ଡିଆର ଏହି ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ,୨୭।୨: ICC T20 ବିଶ୍ୱକପ ୨୦୨୬ର ସୁପର ୮ ମ୍ୟାଚରେ ଭାରତ ଜିମ୍ବାୱେକୁ ୭୨ ରନରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିବାର ଆଶାକୁ ପୁନର୍ଜୀବିତ କରିଛି। ଏହି…

ବିବାହ ପରେ ପ୍ରଥମଥର ଏକାଠି ନଜର ଆସିଲେ ରଶ୍ମିକା-ବିଜୟ, ବିମାନବନ୍ଦରରେ ଗ୍ରାଣ୍ଡ ଓ୍ବେଲକମ୍‌ କଲେ ପ୍ରଶଂସକ

ମୁମ୍ବାଇ: ଦକ୍ଷିଣ ସିନେମାର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଫେବୃଆରୀ ୨୬ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ…

କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କୋଠା ମରାମତିରେ ଖର୍ଚ୍ଚ ହେବ ୪୯ ଲକ୍ଷ ଟଙ୍କା, +୨ ଖୋଲିବା ପାଇଁ…

ଭଞ୍ଜନଗର,୨୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଚଳିତ ବର୍ଷର ତୃତୀୟ ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଉପଜିଲାପାଳ ତଥା…

ଚତୁର୍ଥୀ କରିବାକୁ ରାଜି ହେଲେନି ନବବଧୂ, ଶାଶୁ କଲେ ଏମିତି କାମ, ଭିଡିଓ ଦେଖିଲେ…

ଲକ୍ଷ୍ନୌ,୨୭।୨: ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ଭାଇରାଲ ହେଉଛି। କିଛି ଲୋକଙ୍କୁ ହସାଇଥାଏ, ଆଉ କିଛି ସେମାନଙ୍କୁ ଚକିତ କରିଦିଏ। କେତେବେଳେ ଏପରି ଭିଡିଓ ସାମ୍ନାକୁ…

ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବତନ ଏମପି କେ. କବିତା ନିର୍ଦ୍ଦୋଷରେ ଖଲାସ, କୋର୍ଟ ରାୟ ଉପରେ କହିଲେ…

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀର ଏକ କୋର୍ଟ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ. କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଦୋଷମୁକ୍ତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri