ପାଟଣା ରେଞ୍ଜରେ ପକ୍ଷୀ ଗଣନା, ୬ଶହ ପକ୍ଷୀ…

ପାଟଣା,୧୮ା୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେ଼ଇ ଟାଙ୍ଗିରି ସେକ୍ସନରେ ରବିବାର ପକ୍ଷୀ ଗଣନା ଆରମ୍ଭ ହୋଇଛି । ପାଟଣା ବନାଞ୍ଚଳର ଖିରେଇତାନଗିରି ବନକ୍ଷେତ୍ରର ଖିରେଇତାନଗିରି ବଡ ବନ୍ଧ ଏବଂ ରାଜନଗର ବୈତରଣୀ ନଦୀର ଚଡ଼େଇ କୁଦରରେ ଗଣନା କରାଯାଉଛି ।

ଏହି କାର୍ଯ୍ୟରେ ଖିରେଇଟାଙ୍ଗୀରି ବନପାଳ ପୂର୍ଣ୍ଣ ଚନ୍ଦ୍ର ମହାନ୍ତ ,ବନରଖୀ ଦେବଯାନୀ ମହାନ୍ତ, ସୁଜାତା ସାହୁ, ଅନନ୍ୟା ପ୍ରିୟଦର୍ଶିନୀ ନାୟକ, ପାରା ଷ୍ଟାଫ ସିରାପାଣି ମହାନ୍ତ, ଭରତ ମହାନ୍ତ, ପୂର୍ଣଚନ୍ଦ୍ର ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ । ଗଣନା ସମୟରେ ସମୁଦାୟ ପାଖାପାଖି ୬ଶହ ପକ୍ଷୀ ଦେଖା ଯାଇଥିଲେ । ପକ୍ଷୀ ଗୁଡ଼ିକ ମଧ୍ୟରେ ମାଛରଙ୍କା, ପାଣିକୁଆ, ବଗ, ଡାହୁକ ଆଦି ପ୍ରଜାତିର ପକ୍ଷୀ ରହିଛନ୍ତି । ବହୁ ସଂଖ୍ୟକ ପକ୍ଷୀ ସୁରକ୍ଷିତ ସହବସ୍ଥାନ ପରିବେଶ ପାଇଁ ଶୁଭ ସଂକେତ ବୋଲି ପକ୍ଷୀ ପ୍ରେମୀମାନେ ମତ ବ୍ୟକ୍ତ କରିଛନ୍ତି ।

 

Dharitri – Odisha’s No.1 Odia Daily