ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ/କୈଳାଶ ଚନ୍ଦ୍ର ପଟ୍ଟନାୟକ): ସମଗ୍ର ଚିଲିକାରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚିଲିକାକୁ ଆଗମନ କରିଥିବା ବିଦେଶାଗତ ଏବଂ ଦେଶୀୟ ପକ୍ଷୀଙ୍କ ଗଣନା ଚାଲିଛି। ଏଥିରେ ଅବସରପ୍ରାପ୍ତ ଜଙ୍ଗଲ ବିଭାଗ ଅଧିକାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କର୍ମଚାରୀ, ଓୟୁଏଟିର ଅଧାପକ, ପ୍ରଫେସର, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଛାତ୍ରୀଛାତ୍ର, ଶିକ୍ଷାବିତ ଏବଂ ଛାତ୍ରୀଛାତ୍ର ଓ ଅଣ ସରକାରୀ ସଂସ୍ଥା, ବମ୍ବେ ନାଚ୍ୟୁରାଲ ହିଷ୍ଟ୍ରି ଅଫ ସୋସାଇଟି ର ବରିଷ୍ଠ ଗବେଷକ, ବିଶେଷଜ୍ଞ ଗଣନାକାରୀ ଯୋଗଦେଇଛନ୍ତି।
ଚଳିତ ବର୍ଷ ପକ୍ଷୀ ଗଣନା ପାଇଁ ସମଗ୍ର ଚିଲିକାକୁ ୨୧ଟି ଭାଗରେ ବିଭକ୍ତ କରାଯାଇ ୨୧ଟି ଦଳ ଗଠନ କରାଯାଇଛି। ପ୍ରତି ଦଳରେ ଜଣେ ପକ୍ଷୀ ବିଶାରଦଙ୍କ ସମେତ ୩ ରୁ ୫ ଜଣ ଲେଖାଏ ପକ୍ଷୀ ବିଶେଷଜ୍ଞ ରହିଛନ୍ତି। ଏଥିରେ ମୋଟ ୧୩୦ ଜଣ ଏହି ଗଣନାରେ ଭାଗ ନେଇଛନ୍ତି।
ପ୍ରତି ଦଳରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ କାର୍ଯ୍ୟରତ ଜଣେ ସରକାରୀ କର୍ମଚାରୀ ଗାଇଡ଼ ଭାବେ ରହିଛନ୍ତି। ସେମାନଙ୍କୁ ଗଣନା ପାଇଁ ଆବଶ୍ୟକ ମାନଚିତ୍ର ଓ ତାର ଗନ୍ତବ୍ୟସ୍ଥଳ ଚିତ୍ର ଓ ଅନ୍ୟାନ୍ୟ ଜରୁରୀ ଉପକରଣ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଆମେ ଭାରତ ବିପକ୍ଷରେ ବିଶ୍ବକପ୍ ଖେଳିବୁ ନାହିଁ..ବୟକଟ ନିଷ୍ପତ୍ତିକୁ ଦୋହରାଇଲେ ଶେହବାଜ ଶରିଫ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବର୍ଜନ କରିବାର ଦେଶର ନିଷ୍ପତ୍ତିକୁ ଦୋହରାଇଛନ୍ତି । ସେ କହିଛନ୍ତି…

ମୁଣ୍ଡ ଟେକିଲା ବିତର୍କ: ଆମେରିକୀୟ କୃଷି ଉତ୍ପାଦ ଉପରେ ଭାରତ କଷିବନି ଟାରିଫ୍‌

ନ୍ୟୁୟର୍କ/ ଓ୍ବାଶିଂଟନ୍‌/ ନୂଆଦିଲ୍ଲୀ, ୫ା୨:ନୂଆଦିଲ୍ଲୀ ଏବଂ ଓ୍ବାଶିଂଟନ୍‌ ମଧ୍ୟରେ କିଛି ମାସର ବାଣିଜି୍ୟକ ଅନିଶ୍ଚିତତା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃଆରୀ ୨ରେ ଐତିହାସିକ ଟ୍ରେଡ୍‌…

ଆଜି WPL ଫାଇନାଲ୍, ପ୍ରଥମ ଟାଇଟଲ ଲକ୍ଷ୍ୟରେ ଦିଲ୍ଲୀ

ଭଦୋଦରା,୫।୨(ପି.ଟି.): ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣରେ ଗୁରୁବାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଟାଇଟଲ ମୁକାବିଲାରେ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri