ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ: ଜୀବଜନ୍ତୁ ବଞ୍ଚିଲେ ଆମେ ବଞ୍ଚିବା

 ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ ): ଜୈବ୍ୟ ବିବିଧତା ବୋର୍ଡ ଭୁବନେଶ୍ୱର ନିର୍ଦ୍ଦେଶକ୍ରମେ  ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ବ୍ଲକ କନଫରେନ୍ସ ହଲଠାରେ ଅନୁଷ୍ଠିତ ହୋଇଥିଲା।ବିଡିିଓ ଅଚ୍ୟୁତାନନ୍ଦ ଯାନୀ ଏହାର ଶୁଭାରମ୍ଭ କରିଥିଲେ। ଶକ୍ତିଶିଖା ନାମକ ଏକ ସଂସ୍ଥା ଏହାର ପରିଚାଳନା କରିଥିବା ବେଳେ ବନଖଣ୍ଡ ଅଧିକାରୀ ଶିଶିର କୁମାର ମିଶ୍ର ଉଦ୍ଭିଦ ବିଜ୍ଞାନି ଡ ପ୍ରସନ ନାୟକ, ପ୍ରାଣୀ ବିଜ୍ଞାନୀ ଡ. ଶିବ ପ୍ରସାଦ ପରିଡା, ଡ. ସତ୍ୟ ରଞ୍ଜନ ବେହେରା ପ୍ରମୁଖ ମଞ୍ଚାସିନ  ଥିଲେ।
ବର୍ତ୍ତମାନ ପରିବେଶ ଯାହା ହେଲାଣି ଆଗାମୀ ପିଢ଼ି ପାଇଁ ବିପଦପୁର୍ଣ୍ଣ। ଏଥିପାଇଁ ଜୀବଜଗତ, ପ୍ରାଣୀ ଜଗତ ବଞ୍ଚି ରହିବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା l ତତ୍‌ ସଙ୍ଗେସଙ୍ଗେ ବିଭିନ୍ନ ଜୀବଜନ୍ତୁ ସହ ବସ୍ଥିତା କରିବାର ସମୟ ଆସିଛି ବୋଲି ବିଡିଓ ଯାନୀ ମତବ୍ୟକ୍ତ କରିଥିଲେ। ଏହି ବ୍ଲକ ଅଞ୍ଚଳ ତଥା ପୁରୁଣା ବନ୍ଧ ଓ ଗୋଖର କୁଦା ନିକଟସ୍ତ ଋଷୁକୂଲ୍ୟା ବେଳାଭୂମି ସନ୍ତୁଳନ ରହିଲେ ଅଲିଭ ରିଡେଲ କଇଁଛ ଅଣ୍ଡା ଦାନ କରିବାକୁ ଆସିବେ। ଏଥିପାଇଁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି ଘଟିବା ଆବଶ୍ୟକ ବୋଲି ଆଲୋଚନା ହୋଇଥିଲା । ସମ୍ପାଦକ ଚୈତନ୍ୟ ବିଶ୍ୱାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ଏଚ୍‌ଆର ଏବଂ ଏଡମିନ ଶୁଭଶ୍ରୀ ନାୟକ ପରିଚାଳନା କରିଥିଲେ । ବିଶିଷ୍ଟ ପରିବେଶବିତ ରବୀନ୍ଦ୍ର କୁମାର ସାହୁ, ମାଗତା ବେହେରା, ଜନ ପ୍ରତିନିଧି,ସ୍ଥାନୀୟ ଅଞ୍ଚଳ ମସ୍ୟଜୀବୀ ମାନେ ଉପସ୍ଥିତଥିଲେ ।
Dharitri – Odisha’s No.1 Odia Daily

Share