ବିନୋଦ କୁମାରଙ୍କୁ ପୁଣି ୩ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ ନିଗମ (ଓଆର୍‌ଏଚ୍‌ଡିସି) ଗୃହ ଋଣ ଦୁର୍ନୀତି ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଏମ୍‌/ଏସ୍‌ ରଶ୍ମି ମାସ୍‌ କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ୍‌ ଲିଃକୁ ଅନୁଚିତ ଅନୁଗ୍ରହ ଦେଖାଇ ଜାଲ୍‌ କାଗଜପତ୍ରରେ ୨୧.୩୫ ଲକ୍ଷ ଟଙ୍କାର ଗୃହ ଋଣ ଦେବା ଅଭିଯୋଗରେ ବହିଷ୍କୃତ ଆଇଏଏସ୍‌ ଅଫିସର ତଥା ନିଗମର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ବିନୋଦ କୁମାରଙ୍କୁ ପୁଣି ୩ବର୍ଷ ଜେଲଦଣ୍ଡ ହୋଇଛି। ଏହି ମାମଲାରେ ସମ୍ପୃକ୍ତି ଥିବା ଅନ୍ୟ ୫ ଅଭିଯୁକ୍ତଙ୍କୁ ମଧ୍ୟ ସମାନ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେମାନେ ହେଲେ ଓଆର୍‌ଏଚ୍‌ଡିସିର ତତ୍କାଳୀନ କମ୍ପାନୀ ସେକ୍ରେଟେରି ସ୍ବସ୍ତି ରଞ୍ଜନ ମହାପାତ୍ର, ଆକାଉଣ୍ଟ ଅଫିସର ପ୍ରଦୀପ କୁମାର ରାଉତ, ଜୁନିୟର ଲୋନ୍‌ ଅଫିସର ସତ୍ୟପ୍ରକାଶ ବେହେରା, ଆସିଷ୍ଟାଣ୍ଟ୍‌ ସିଷ୍ଟମ୍‌ ଆନାଲିଷ୍ଟ୍‌ ଜ୍ଞାନେନ୍ଦ୍ର ସ୍ବାଇଁ ଓ ରଶ୍ମି ମାସ୍‌ କନ୍‌ଷ୍ଟ୍ରକ୍ସନର ଏମ୍‌ଡି ମନୋରଞ୍ଜନ ନାୟକ। ଏଥିସହ ସମସ୍ତ ଅଭିଯୁକ୍ତଙ୍କୁ ପ୍ରତି ଦଫା ପାଇଁ ୫୦ହଜାର ଲେଖାଏ ଆର୍ଥିକ ଦଣ୍ଡାଦେଶ ହୋଇଛି। ଜରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ସତ୍ୟ ନାରାୟଣ ଷଡ଼ଙ୍ଗୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲା ଅନୁଯାୟୀ, ବିନୋଦ କୁମାର ୨୦୦୦ ଜାନୁୟାରୀ ୪ରୁ ୨୦୦୧ ଏପ୍ରିଲ ୧୫ ପର୍ଯ୍ୟନ୍ତ ଓଆର୍‌ଏଚ୍‌ଡିସିର ଏମ୍‌ଡି ଥିଲେ। ସେହି ସମୟରେ ସ୍ବସ୍ତି ରଞ୍ଜନ, ପ୍ରଦୀପ, ସତ୍ୟ ପ୍ରକାଶ ଓ ଜ୍ଞାନେନ୍ଦ୍ର ତାଙ୍କ ସହକର୍ମୀ ଥିଲେ। ରଶ୍ମି ମାସ୍‌ କନ୍‌ଷ୍ଟ୍ରକ୍ସନ ପକ୍ଷରୁ ଜାଲ୍‌ ଦସ୍ତାବିଜ୍‌ ମାଧ୍ୟମରେ ୬ଜଣଙ୍କୁ ୨୧.୩୫ ଲକ୍ଷ ଟଙ୍କାର ଗୃହ ଋଣ ଦେବାକୁ ଆବେଦନ କରାଯାଇଥିଲା। ହେଲେ ବିନୋଦ କୁମାର ଓ ଅନ୍ୟମାନେ ନିୟମ ଉଲ୍ଲଂଘନ କରି ୨୦୦୦ ଅଗଷ୍ଟ ଓ ଡିସେମ୍ବରରେ ଦୁଇଟି ପର୍ଯ୍ୟାୟରେ ୨୧.୩୫ ଲକ୍ଷ ଟଙ୍କାର ଗୃହ ଋଣ ଦେଇଥିଲେ। ୬ଜଣଙ୍କ ନାମରେ ହୋଇଥିବା ଉକ୍ତ ଗୃହ ଋଣରେ ନୟାପଲ୍ଲୀସ୍ଥିତ ରଶ୍ମୀ ଭିଲ୍ଲା ଆପାର୍ଟମେଣ୍ଟରେ ଫ୍ଲାଟ୍‌ ଦିଆଯିବା ବଦଳରେ ରଶ୍ମି ମାସ୍‌ କନ୍‌ଷ୍ଟ୍ରକ୍ସନର ଏମ୍‌ଡି ମନୋରଞ୍ଜନ ନିଜେ ରହିବା ସହ ବ୍ୟବସାୟ ପାଇଁ ୩ ମହଲା ଘର ତିଆରି କରିଥିଲେ। ଏହା ଜଣାପଡ଼ିବା ପରେ ରାଜ୍ୟ ସରକାର ୨୦୦୯ରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା(ନଂ.୫୭/୦୬) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ୧୮ଜଣଙ୍କ ସାକ୍ଷ୍ୟ ଓ ଅନ୍ୟ ଦସ୍ତାବିଜ ଆଧାରରେ ଦୁର୍ନୀତି ସଂକ୍ରାନ୍ତ ପ୍ରମାଣ ପାଇବା ପରେ କୋର୍ଟ ରାୟ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ହେମନ୍ତ କୁମାର ସ୍ବାଇଁ ମାମଲା ପରିଚାଳନା କରୁଥିଲେ। ଉଲ୍ଲେଖଯୋଗ୍ୟ, ଦୋଷୀ ସାବ୍ୟସ୍ତ ହୋଇଥିବା ବିନୋଦଙ୍କ ବିରୋଧରେ ରାଜ୍ୟ ସରକାର ମୋଟ ୨୭ଟି ଭିଜିଲାନ୍ସ ମାମଲା କରିଥିବାବେଳେ ଏହାକୁ ମିଶାଇ ୬ଟିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ଅନ୍ୟ ମାମଲାରେ ତାଙ୍କୁ ଜେଲ ଦଣ୍ଡାଦେଶ ହୋଇଥିଲେ ମଧ୍ୟ ସେ ଉପରକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri