ବିନୋଦ କୁମାରଙ୍କୁ ପୁଣି ୩ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ ନିଗମ (ଓଆର୍‌ଏଚ୍‌ଡିସି) ଗୃହ ଋଣ ଦୁର୍ନୀତି ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଏମ୍‌/ଏସ୍‌ ରଶ୍ମି ମାସ୍‌ କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ୍‌ ଲିଃକୁ ଅନୁଚିତ ଅନୁଗ୍ରହ ଦେଖାଇ ଜାଲ୍‌ କାଗଜପତ୍ରରେ ୨୧.୩୫ ଲକ୍ଷ ଟଙ୍କାର ଗୃହ ଋଣ ଦେବା ଅଭିଯୋଗରେ ବହିଷ୍କୃତ ଆଇଏଏସ୍‌ ଅଫିସର ତଥା ନିଗମର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ବିନୋଦ କୁମାରଙ୍କୁ ପୁଣି ୩ବର୍ଷ ଜେଲଦଣ୍ଡ ହୋଇଛି। ଏହି ମାମଲାରେ ସମ୍ପୃକ୍ତି ଥିବା ଅନ୍ୟ ୫ ଅଭିଯୁକ୍ତଙ୍କୁ ମଧ୍ୟ ସମାନ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେମାନେ ହେଲେ ଓଆର୍‌ଏଚ୍‌ଡିସିର ତତ୍କାଳୀନ କମ୍ପାନୀ ସେକ୍ରେଟେରି ସ୍ବସ୍ତି ରଞ୍ଜନ ମହାପାତ୍ର, ଆକାଉଣ୍ଟ ଅଫିସର ପ୍ରଦୀପ କୁମାର ରାଉତ, ଜୁନିୟର ଲୋନ୍‌ ଅଫିସର ସତ୍ୟପ୍ରକାଶ ବେହେରା, ଆସିଷ୍ଟାଣ୍ଟ୍‌ ସିଷ୍ଟମ୍‌ ଆନାଲିଷ୍ଟ୍‌ ଜ୍ଞାନେନ୍ଦ୍ର ସ୍ବାଇଁ ଓ ରଶ୍ମି ମାସ୍‌ କନ୍‌ଷ୍ଟ୍ରକ୍ସନର ଏମ୍‌ଡି ମନୋରଞ୍ଜନ ନାୟକ। ଏଥିସହ ସମସ୍ତ ଅଭିଯୁକ୍ତଙ୍କୁ ପ୍ରତି ଦଫା ପାଇଁ ୫୦ହଜାର ଲେଖାଏ ଆର୍ଥିକ ଦଣ୍ଡାଦେଶ ହୋଇଛି। ଜରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ସତ୍ୟ ନାରାୟଣ ଷଡ଼ଙ୍ଗୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲା ଅନୁଯାୟୀ, ବିନୋଦ କୁମାର ୨୦୦୦ ଜାନୁୟାରୀ ୪ରୁ ୨୦୦୧ ଏପ୍ରିଲ ୧୫ ପର୍ଯ୍ୟନ୍ତ ଓଆର୍‌ଏଚ୍‌ଡିସିର ଏମ୍‌ଡି ଥିଲେ। ସେହି ସମୟରେ ସ୍ବସ୍ତି ରଞ୍ଜନ, ପ୍ରଦୀପ, ସତ୍ୟ ପ୍ରକାଶ ଓ ଜ୍ଞାନେନ୍ଦ୍ର ତାଙ୍କ ସହକର୍ମୀ ଥିଲେ। ରଶ୍ମି ମାସ୍‌ କନ୍‌ଷ୍ଟ୍ରକ୍ସନ ପକ୍ଷରୁ ଜାଲ୍‌ ଦସ୍ତାବିଜ୍‌ ମାଧ୍ୟମରେ ୬ଜଣଙ୍କୁ ୨୧.୩୫ ଲକ୍ଷ ଟଙ୍କାର ଗୃହ ଋଣ ଦେବାକୁ ଆବେଦନ କରାଯାଇଥିଲା। ହେଲେ ବିନୋଦ କୁମାର ଓ ଅନ୍ୟମାନେ ନିୟମ ଉଲ୍ଲଂଘନ କରି ୨୦୦୦ ଅଗଷ୍ଟ ଓ ଡିସେମ୍ବରରେ ଦୁଇଟି ପର୍ଯ୍ୟାୟରେ ୨୧.୩୫ ଲକ୍ଷ ଟଙ୍କାର ଗୃହ ଋଣ ଦେଇଥିଲେ। ୬ଜଣଙ୍କ ନାମରେ ହୋଇଥିବା ଉକ୍ତ ଗୃହ ଋଣରେ ନୟାପଲ୍ଲୀସ୍ଥିତ ରଶ୍ମୀ ଭିଲ୍ଲା ଆପାର୍ଟମେଣ୍ଟରେ ଫ୍ଲାଟ୍‌ ଦିଆଯିବା ବଦଳରେ ରଶ୍ମି ମାସ୍‌ କନ୍‌ଷ୍ଟ୍ରକ୍ସନର ଏମ୍‌ଡି ମନୋରଞ୍ଜନ ନିଜେ ରହିବା ସହ ବ୍ୟବସାୟ ପାଇଁ ୩ ମହଲା ଘର ତିଆରି କରିଥିଲେ। ଏହା ଜଣାପଡ଼ିବା ପରେ ରାଜ୍ୟ ସରକାର ୨୦୦୯ରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା(ନଂ.୫୭/୦୬) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ୧୮ଜଣଙ୍କ ସାକ୍ଷ୍ୟ ଓ ଅନ୍ୟ ଦସ୍ତାବିଜ ଆଧାରରେ ଦୁର୍ନୀତି ସଂକ୍ରାନ୍ତ ପ୍ରମାଣ ପାଇବା ପରେ କୋର୍ଟ ରାୟ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ହେମନ୍ତ କୁମାର ସ୍ବାଇଁ ମାମଲା ପରିଚାଳନା କରୁଥିଲେ। ଉଲ୍ଲେଖଯୋଗ୍ୟ, ଦୋଷୀ ସାବ୍ୟସ୍ତ ହୋଇଥିବା ବିନୋଦଙ୍କ ବିରୋଧରେ ରାଜ୍ୟ ସରକାର ମୋଟ ୨୭ଟି ଭିଜିଲାନ୍ସ ମାମଲା କରିଥିବାବେଳେ ଏହାକୁ ମିଶାଇ ୬ଟିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ଅନ୍ୟ ମାମଲାରେ ତାଙ୍କୁ ଜେଲ ଦଣ୍ଡାଦେଶ ହୋଇଥିଲେ ମଧ୍ୟ ସେ ଉପରକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri