୧୩ରୁ ବିମ୍ସଟେକ୍‌ ବ୍ୟବସାୟ କନ୍‌କ୍ଲେଭ

ଭୁବନେଶ୍ୱର,୧୧।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିମ୍ସଟେକ୍‌ ବ୍ୟବସାୟ କନ୍‌କ୍ଲେଭ-୨୦୨୩ର ଆୟୋଜନ କରାଯାଉଛି। ଏହି କନ୍‌କ୍ଲେଭ ଚଳିତ ବର୍ଷ ଜୁନ୍‌ ୧୩ରୁ ୧୫ ପର୍ଯ୍ୟନ୍ତ କୋଲକାତା ଠାରେ ଅନୁଷ୍ଠିତ ହେବ। ଏ ନେଇ ଆଇଏନ୍‌ଡବ୍ଲ୍ୟୁଇସି ବିଆଇଏମ୍‌ଏସ୍‌ଟିଇସି ନେତୃତ୍ୱ ଫୋରମ୍‌ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ଆୟୋଜନ କରାଯାଇଥିଲା। ବିଶେଷକରି ଆଇସିସି, ଏଲ୍‌ଏସ୍‌ଜି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଯୋଗରେ ଉଦ୍ୟୋଗୀମାନଙ୍କ ପାଇଁ ଏଭଳି ଏକ କନ୍‌କ୍ଲେଭ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ଏପରିକି ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାର ୧୨ ଜଣ ମହିଳା ଉଦ୍ୟୋଗୀଙ୍କ ଏକ ପ୍ରତିନିଧି ଦଳ ଏହାକୁ ପ୍ରତିନିଧିତ୍ୱ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଆଇଏନ୍‌ଡବ୍ଲ୍ୟୁଇସିର ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାବେ ସୁକୀର୍ତ୍ତି ପଟ୍ଟନାୟକ ନିକଟରେ ନୟନ ତାରା ପାଲ ଚୌଧୁରୀଙ୍କଠୁ ଉକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ନେତୃତ୍ୱରେ ଆଇଏନ୍‌ଡବ୍ଲ୍ୟୁଇସି ବିଆଇଏମ୍‌ଏସ୍‌ଟିଇସି ନେତୃତ୍ୱ ଫୋରମ୍‌ ଆୟୋଜନ କରୁଛି। ନୂତନ ଦାୟିତ୍ୱ ଗ୍ରହଣ ପରେ ସୁକୀର୍ତ୍ତି ଅନେକ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛନ୍ତି, ଯାହା ଜାତୀୟସ୍ତରରେ ଉଦ୍ୟୋଗିତା ଦୃଶ୍ୟପଟର ବିକାଶ ତଥା ଆମ ରାଜ୍ୟର ମହିଳା ଉଦ୍ୟୋଗୀମାନଙ୍କ ଉପକୃତ କରିବ।
ସୂଚନାଯୋଗ୍ୟ, ଓଡ଼ିଶା ପ୍ରତିନିଧି ଦଳରେ ସୁକୀର୍ତ୍ତି ପଟ୍ଟନାୟକ, ପ୍ରୀତି ପଲ୍ଲବୀ ପଟ୍ଟନାୟକ, ମିନୁ ପଟ୍ଟନାୟକ, ସ୍ବାତି କେଜ୍‌ରିୱାଲ, ସୋଫିଆ ଫିରର୍ଦୋସ୍‌, ସୋନୀ ସାମଲ, ଜୁବିନା ଅଲ୍ଲୀ, ଅନୁରାଧା ମହାନ୍ତି, ଶ୍ୱେତା ଶର୍ମା ଏବଂ ଡା. ସ୍ଥିତିପ୍ରଜ୍ଞା ରହିଛନ୍ତି। ଉକ୍ତ ସମ୍ମିଳନୀରେ ଶିକ୍ଷା, ପର୍ଯ୍ୟଟନ ବାଣିଜ୍ୟ, ରତ୍ନ ଏବଂ ଅଳଙ୍କାର, ସ୍ବାସ୍ଥ୍ୟସେବା ସଂଯୋଗୀକରଣ, କୃଷି, ଆର୍ଥତ୍କ ସେବା, ହସ୍ତତନ୍ତ୍ର, ଷ୍ଟାର୍ଟଅପ୍‌, ଜଳବାୟୁ ପରିବର୍ତ୍ତନ, ମହିଳା ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ଇତ୍ୟାଦି ବିଷୟ ଉପରେ ଆଲୋଚନା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?