ଦୀପାବଳିରେ କୋଟିପତିଙ୍କୁ ଲାଗିଲା କୋଟି କୋଟି ଟଙ୍କାର ଝଟ୍‌କା, ଆଦାନୀ-ଅମ୍ବାନୀଙ୍କ ସହ କମିଲା ମସ୍କଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତରେ ଲୋକେ ଯେବେ ଗୁରୁବାର ରାତିରେ ଦୀପାବଳି ପାଳନ କରୁଥିଲେ ସେତେବେଳେ ଆମେରିକା ସେୟାର ମାର୍କେଟରେ ହ୍ରାସର ଝଡ଼ ସୃଷ୍ଟି ହୋଇଛି। ଫଳରେ ଡାଉଜୋନ୍ସ ଇଣ୍ଡଷ୍ଟ୍ରିଆଲ ଏଭରେଜ ୦.୯୦ ପ୍ରତିଶତ ହ୍ରାସ ହୋଇ ୪୧୭୬୩ ସ୍ତରରେ ବନ୍ଦ ହୋଇଛି। ସେହିପରି ଏସ ଆଣ୍ଡ ପି ୨.୭୬ ପ୍ରତିଶତ ହ୍ରାସ ସହ ୫୭୦୫ରେ ବନ୍ଦ ହୋଇଥିବା ବେଳେ ନାସଦାକରେ ୨.୭୬ ପ୍ରତିଶତର ବଡ଼ ହ୍ରାସ ଦେଖାଯାଇଛି। ଏହି ହ୍ରାସର ପ୍ରଭାବ ଆମେରିକୀୟ ଧନୀକଙ୍କ ଉପରେ ମଧ୍ୟ ପଡିଛି।

ଏଥିରେ ଷ୍ଟିଭ ବାଲମୋରଙ୍କୁ ୮.୩୫ ବିଲିୟନ ଡଲାରର ଝଟକା ଲାଗିଛି। ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସର ୧୦ମ ସ୍ଥାନରେ ଥିବା ଏହି ଆମେରିକୀୟ ଧନୀକଙ୍କ ସମ୍ପତ୍ତି ହ୍ରାସ ପରେ ୧୪୨ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। ସେହିପରି ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ନେଟୱର୍ଥ ୮.୩୪ ବିଲିୟନ ଡଲାର ହ୍ରାସ ହୋଇ ୨୦୧ ବିଲିୟନ ଡଲାର ହୋଇଯାଇଛି। ତେବେ ଏହି ହ୍ରାସ ଯୋଗୁ ଜୁକରବର୍ଗଙ୍କ ର଼୍ୟାଙ୍କିଙ୍ଗ ଉପରେ ପ୍ରଭାବ ପଡି ନାହିଁ। ଜୁକର ବର୍ଗ ଏବେବି ବିଶ୍ୱର ତୃତୀୟ ଧନଶାଳୀ ବ୍ୟକ୍ତି ଅଛନ୍ତି।

ଟେକ ସେୟାରରେ ହ୍ରାସର ପ୍ରଭାବ ଆମାଜନ ମାଲିକ ଜେଫ ବେଜୋସଙ୍କ ଉପରେ ପଡିଛି। ତାଙ୍କ ମୋଟ ସମ୍ପତ୍ତିରେ ୬.୧୨ବିଲିୟନ ଡଲାର ହ୍ରାସ ହୋଇ ୨୦୯ ବିଲିୟନ ଡଲାର ହୋଇଯାଇଛି। ବେଜୋସ ବିଶ୍ୱର ଦ୍ୱିତୀୟ ଧନିକ ଭାବେ ପରିଚିତ। ଗୁରୁବର ଟପ ଲୁଜର୍ସଙ୍କ ସୂଚୀର ଚତୁର୍ଥ ସ୍ଥାନରେ ଲ୍ୟାରୀ ଏଲିସନ ଅଛନ୍ତି। ତାଙ୍କ ମୋଟ ସମ୍ପତ୍ତିରେ ୬.୧୧ ବିଲିୟନ ଡଲାର ହ୍ରାସ ହୋଇଛି। ଫଳରେ ତାଙ୍କର ମୋଟ ନେଟୱର୍ଥ ୧୮୧ ବିଲିୟନ ଡଲାର ହୋଇଯାଇଛି।

ଏଥିରେ ବିଶ୍ୱର ଏକ ନମ୍ବର ଧନୀକ ଟେସଲା ସିଇଓଙ୍କ ସମ୍ପତ୍ତିରେ ୫.୬୧ ବିଲିୟନ ଡଲାର ହ୍ରାସ ହୋଇଥିବା ବେଳେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଆମେରିକୀୟ ଷ୍ଟକ ଏକ୍ସଚେଞ୍ଜରେ ହୋଇଥିବା ହ୍ରାସର ପ୍ରଭାବରୁ ଭାରତୀୟ ଧନୀକମାନେ ମଧ୍ୟ ବାଦ ପଡି ନାହାନ୍ତି। ଯଦି ଏଥିରେ ଭାରତର କଥା କୁହାଯାଏ ଦୀପାବଳି ଦିନ ଭାରତୀୟ ସେୟାର ବଜାରରେ ମଧ୍ୟ ହ୍ରାସ ଦେଖାଯାଇଛି। ଫଳରେ ଗୌତମ ଆଦାନୀଙ୍କ ସମ୍ପତ୍ତିରେ ୬୦୦ ମିଲିୟନ ଡଲାରର ହ୍ରାସ ହୋଇଛି। ଏବେ ଆଦାନୀ ଧନିକଙ୍କ ସୂଚୀରେ ୯୩.୫ ବିଲିୟନ ଡଲାର ନେଟୱର୍ଥ ସହିତ ଅଷ୍ଟାଦଶ ସ୍ଥାନରେ ଅଛନ୍ତି। ଏଥିରେ ମୁକେଶ ଅମ୍ବାନୀ ୭୨୫ ମିଲିୟନ ଡଲାର ହରାଇ ୧୦୧ ବିଲିୟନ ଡଲାର ସହିତ ଧନୀକଙ୍କ ସୂଚୀର ୧୭ତମ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri