ଟିପିସିଓଡିଏଲ୍‌ର ବିଲ୍‌ ପେ ଆଣ୍ଡ ୱିନ୍‌ ସ୍କିମ୍‌

ଭୁବନେଶ୍ୱର ,୧।୧୦: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ସଫଳ ଯୋଜନା ‘ବିଲ୍‌ ପେ ଆଣ୍ଡ୍‌ ୱିନ୍‌’ ସ୍କିମ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଟିପିସିଓଡିଏଲ୍‌ର ଏହି ଅଭିନବ ଅଭିଯାନ ଗ୍ରାହକମାନଙ୍କୁ ବେଶ୍‌ ଆକର୍ଷଣ କରିଛି। ଫଳରେ ସେମାନଙ୍କ ବକେୟା ତୁରନ୍ତ ପ୍ରଦାନ କରିବା ଏବଂ ଏକ ଶୂନ-ବକେୟା ଗ୍ରାହକରେ ପରିଣତ ହେବା ଲାଗି ଉକ୍ତ ଯୋଜନା ଗ୍ରାହକଙ୍କୁ ଉତ୍ସାହିତ କରୁଛି ଏବଂ ଏଥିରେ ଗ୍ରାହକଙ୍କ ଉଲ୍ଲେଖନୀୟ ଅଂଶଗ୍ରହଣ ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଟିପିସିଓଡିଏଲ୍‌ର ବିସିଡିଡି-୧, ବିସିଡିଡି-୨, ବିଇଡି (ଭୁବନେଶ୍ୱର), ସିଡିଡି-୧, ସିଡିଡି-୨, ସିଇଡି (କଟକ), ଏସ୍‌ଇଡି (ସାଲେପୁର), ଜେଇଡି (ଜଗତ୍‌ସିଂହପୁର), କେଇଡି (କେନ୍ଦ୍ରାପଡ଼ା), ଏମ୍‌ଇଡି (ମାର୍ଶାଘାଇ), ବିଏଇଡି (ବାଲୁଗାଁ), ଏନ୍‌ୱାଇପି (ନିମାପଡ଼ା), ପିଇଡି (ପୁରୀ) ଓ ଟିଇଡି (ତାଳଚେର) ସମେତ ଟିପିସିଓଡିଏଲ୍‌ର ଏକାଧିକ ଡିଭିଜନକୁ ଉକ୍ତ ସ୍କିମ୍‌ରେ ସାମିଲ କରାଯାଇଛି, ଯାହା ଦ୍ୱାରା ବ୍ୟାପକ ବର୍ଗର ଗ୍ରାହକ ଉପକୃତ ହୋଇପାରିବେ। ସେହିଭଳି ଡିଜିଟାଲ୍‌ ପେମେଣ୍ଟ ଜରିଆରେ ବିଦ୍ୟୁତ୍‌ ବିଲ୍‌ର ପାରଦର୍ଶୀ ପରିଚାଳନା କରୁଥିବା ଗ୍ରାହକଙ୍କୁ ଟିପିସିଓଡିଏଲ୍‌ ପକ୍ଷରୁ ବିଭିନ୍ନ ଡିଭିଜନରେ ଷ୍ଟିମ୍‌ ଆଇରନ୍‌, ମୋବାଇଲ୍‌ ଫୋନ୍‌ ଓ କୁକ୍‌ଓୟାର ସେଟ୍‌ ଭଳି ୨୨୪ମୂଲ୍ୟବାନ୍‌ ପୁରସ୍କାର ବଣ୍ଟନ କରାଯାଇସାରିଲାଣି। ଉକ୍ତ ସ୍କିମ୍‌ର ପ୍ରାଥମିକ ଲକ୍ଷ୍ୟ ହେଉଛି ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ ବିଲ୍‌ର ପ୍ରଭାବୀ ପରିଚାଳନା କରି ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ରିୱାର୍ଡ ଜିତିବାର ସୁଯୋଗ ଦେବା। ସେହିପରି ‘ବିଲ୍‌ ପେ ଆଣ୍ଡ୍‌ ୱିନ୍‌’ ସ୍କିମ୍‌ ବିଷୟରେ ଅନୁସନ୍ଧାନ କରିବା ଲାଗି ଗ୍ରାହକମାନେ ୧୯୧୨ କିମ୍ବା ୧୮୦୦-୩୪୫-୭୧୨୨ରେ କଲ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri