Posted inଫୁରସତ

ଏହି ବ୍ୟକ୍ତିଙ୍କଠାରୁ ଚା’ ପିଇଲେ ବିଲ୍‌ ଗେଟ୍‌ସ, ନିଆରା ଶୈଳୀକୁ କଲେ ପ୍ରଶଂସା

ଭାରତକୁ ବିବିଧତାରେ ପରିପୂର୍ଣ୍ଣ ଦେଶ କୁହାଯାଏ। ଏଠାରେ ଥିବା ଲୋକଙ୍କ ଜୀବନଶୈଳୀରେ ଯେତିକି ପାର୍ଥକ୍ୟ ଅଛି, ସେମାନଙ୍କ କାର୍ଯ୍ୟ ଏବଂ କାର୍ଯ୍ୟ ଶୈଳୀରେ ମଧ୍ୟ ସେତିକି ପାର୍ଥକ୍ୟ ଅଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଲୋକଙ୍କ ସ୍ବତନ୍ତ୍ରତା ଖୋଜିବା ଏବଂ ସେମାନଙ୍କଠାରେ କିଛିଦିନ ମଧ୍ୟରେ ସାରା ବିଶ୍ୱରେ ପ୍ରସିଦ୍ଧ କରିବାର ଶକ୍ତି ବି ଅଛି। ଆଜି ଆମେ ଆପଣଙ୍କୁ ଏପରି ଜଣେ ଚା’ ବିକାଳିଙ୍କ ବିଷୟରେ କହିବୁ, ଯିଏ ସୋସିଆଲ ମିଡିଆରେ କିଛିଦିନ ମଧ୍ୟରେ ଏତେ ପ୍ରସିଦ୍ଧ ହୋଇଯାଇଛନ୍ତି ଯେ, ଚା’ ପିଇବା ବଦଳରେ ଲୋକମାନେ ତାଙ୍କ ସହ ସେଲ୍‌ଫି ନେବାରେ ଲାଗିଛନ୍ତି।

ଆମେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଚା’ ତିଆରି ଷ୍ଟାଇଲ୍‌ କଥା କହୁଛୁ। ଠିକ୍‌ ସେମିତି ଜଣେ ଚା’ ବିକାଳି ରଜନୀକାନ୍ତଙ୍କ ଷ୍ଟାଇଲ୍‌ରେ ଚା’ ତିଆରି କରି ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି।  ଚା’ ତିଆରି କରିବା ଏବଂ ପରିବେଷଣ କରିବାରେ  ଅନନ୍ୟ ଶୈଳୀର ଏହି ଭିଡିଓ ଭାଇରାଲ ହେଉଛି। ଭିଡିଓରେ ନଜର ଆସିଥିବା ବ୍ୟକ୍ତି ଜଣକ ନାଗପୁରର ବାସିନ୍ଦା। ତାଙ୍କ ନା ଡଲି। ତାଙ୍କର ‘ଡଲି କି ଟପ୍‌ରି ବହୁତ ପ୍ରସିଦ୍ଧ। ଏପରିକି ନିକଟରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ତାଙ୍କ ଦୋକାନରେ ଚା’ ପିଇଥିଲେ।

ଏହି ଚା’ ମାଲିକ କେବଳ ଏକ ନିଆରା ଶୈଳୀରେ ଚା’ ପରିବେଷଣ କରନ୍ତି ନାହିଁ ବରଂ ଲୋକଙ୍କୁ ଏପରି ଭାବରେ ସ୍ବାଗତ କରନ୍ତି ଯେ,  କେହି ତାଙ୍କ ପ୍ରଶଂସକ ପାଲଟିଯିବେ। ଏବେ ତାଙ୍କ ଚା’ ପରିବେଷଣ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ସେ ଏକ ନିଆରା ଶୈଳୀରେ ଚା’ରେ କ୍ଷୀର ଢାଳୁଥିବା ମଧ୍ୟ ଦେଖିବାକୁ ମିଳିଛି। ଗ୍ରାହକଙ୍କଠାରୁ ଟଙ୍କା ନେବା ତାଙ୍କର ଶୈଳୀ ମଧ୍ୟ ଆଶ୍ଚର୍ଯ୍ୟଜନକ। ଏହି ଚା’ ବିକ୍ରେତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ୧୮ କୋଟିରୁ ଅଧିକ ଭ୍ୟୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ପ୍ରଥମ ଥର BJP ମୁଖ୍ୟମନ୍ତ୍ରୀ! ନୀତୀଶଙ୍କ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ…

ପାଟନା,୫।୩: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାରେ ପ୍ରବେଶ କରିଛନ୍ତି। ଏବେ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାରତୀୟ…

ଯୁଦ୍ଧ ଭିତରେ ରୁଷିଆ-ଭାରତ ମଧ୍ୟରେ ବଡ଼ ଡିଲ୍‌, ଆମେରିକାକୁ ଶକ୍ତ ଝଟ୍‌କା!

ନୂଆଦିଲ୍‌ଲୀ,୫।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ବିଶ୍ୱ ଶକ୍ତି ବଜାରରେ ତୀବ୍ର ପରିବର୍ତ୍ତନ ଘଟୁଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ଯୋଗାଣ ପଥ…

ବୈଶାଖ ନପଶୁଣୁ ଉତ୍କଟ ଜଳ ସମସ୍ୟା, ବ୍ଲକ ଅଫିସ୍ ସମ୍ମୁଖରେ ଗରା ବାଲିଟି ଧରି ମହିଳାଙ୍କ ପ୍ରତିବାଦ

ପାଟଣା,୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଡୁମୁରିଆ ପଂଚାୟତ ତଣ୍ଡ ବାଙ୍କ ଘାଟ ସାହିରେ ପାଣି ସମସ୍ୟା ଦେଖାଦେଇଛି । ସେଠାରେ ଏକ ମାତ୍ର…

ଅଭିଷେକ ଶର୍ମା OUT, ରିଙ୍କୁ ସିଂ IN! ସେମିଫାଇନାଲ ମ୍ୟାଚରେ ଭାରତର ସାମ୍ଭାବ୍ୟ ପ୍ଲେ-୧୧, ଜାଣନ୍ତୁ କାହାକୁ ମିଳିବ ସ୍ଥାନ

ନୂଆଦିଲ୍ଲୀ,୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲ ମାର୍ଚ୍ଚ ୫ରେ ଖେଳାଯିବ। ଏହି କର ବା ମର ମ୍ୟାଚରେ ଉଭୟ ଦଳ…

ପ୍ରଥମ ଥର ପାଇଁ କାହିଁକି ଆତଙ୍କବାଦ ତଦନ୍ତରେ ଚାଇନାର ସାହାଯ୍ୟ ଲୋଡ଼ିବ ଭାରତ? ଗୁପ୍ତ ସୂଚନା ଲୋଡ଼ିବ NIA, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୩: ପହଲଗାମ ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତ ସଂସ୍ଥା (NIA) ଏବେ ଚାଇନାରେ ପହଞ୍ଚିଛି। ତଦନ୍ତ ସମୟରେ ଉଦ୍ଧାର ହୋଇଥିବା GoPro Hero-12 କଳା କ୍ୟାମେରା…

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ ଅଫିସ ଆଗରେ ଧାନ ଗଦାକଲେ ଚାଷୀ

ବରଗଡ,୫।୩(ପ୍ରେମାନନ୍ଦ ଖମାରୀ): ଆଉ ସପ୍ତାହକ ପରେ ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ସାଢେ ୩ମାସ ବିତିଯିବ। ତଥାପି ଜିଲାରେ ଧାନବିକ୍ରି ଅବ୍ୟବସ୍ଥା ଲାଗି ରହିଛି।…

ସେମିଫାଇନାଲ ମ୍ୟାଚରେ ଜସପ୍ରିତ ବୁମ୍‌ରାଙ୍କ ପାଇଁ ବଡ଼ ସୁଯୋଗ, ମାତ୍ର ଗୋଟିଏ ଉଇକେଟ୍‌ ନେଲେ…

ନୂଆଦିଲ୍ଲୀ,୫।୩: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ୨ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ…

ବୁଗୁଡ଼ାରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳିତ, ପୂର୍ବତନ ଶ୍ରମ ମନ୍ତ୍ରୀ….

ବୁଗୁଡା,୫।୩(କାଳିଚରଣଦାଶ): ବୁଗୁଡ଼ା ବଳଦେବସ୍ବାମୀ  ବସଷ୍ଟାଣ୍ଡ ପରିସରରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri