୯୯% ସମ୍ପତ୍ତି ଦାନ କରିବାକୁ ଘୋଷଣା କଲେ ବିଲ ଗେଟ୍ସ: ଜାଣନ୍ତୁ ବାକି ୧% କରିବେ କ’ଣ

ଓ୍ବାଶିଂଟନ୍‌,୧୨।୪: ଦୀର୍ଘ ସମୟ ଧରି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଥିବା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଲ ଗେଟ୍ସ ତାଙ୍କ ସମ୍ପତ୍ତିର ୯୯ ପ୍ରତିଶତ ଦାନ କରିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଗେଟ୍ସଙ୍କ ଘୋଷଣା ଅନୁଯାୟୀ, ସେ ତାଙ୍କ ସନ୍ତାନମାନଙ୍କ ପାଇଁ କେବଳ ୧ ପ୍ରତିଶତ ସମ୍ପତ୍ତି ଛାଡିବେ ଏବଂ ବାକି ସମ୍ପତ୍ତି ଦାନ କରାଯିବ। ଏବେ ବଡ଼ ପ୍ରଶ୍ନ ହେଉଛି, ବିଲ ଗେଟ୍ସ ତାଙ୍କ ପିଲାମାନଙ୍କ ପାଇଁ ଯେଉଁ ୧ ପ୍ରତିଶତ ସମ୍ପତ୍ତି ଛାଡିଯିବେ ତାହାର ପ୍ରକୃତ ମୂଲ୍ୟ କ’ଣ ହେବ? ବିଲ ଗେଟ୍ସ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ, ତେଣୁ ତାଙ୍କର ୧ ପ୍ରତିଶତ ସମ୍ପତ୍ତି ତାଙ୍କ ପିଲାମାନଙ୍କୁ କୋଟିପତି କରିପାରିବ।

ବିଲ ଗେଟ୍ସ ଏବଂ ମେଲିଣ୍ଡା ଗେଟ୍ସ ୨୭ ବର୍ଷ ଧରି ଏକାଠି ରହିବା ପରେ ୨୦୨୧ ମସିହାରେ ଛାଡପତ୍ର ନେଇଥିଲେ ଏବଂ ଉଭୟ ଅଲଗା ହୋଇଯାଇଥିଲେ। ଏହି ଦମ୍ପତିଙ୍କ ଔରସରୁ ତିନୋଟି ସନ୍ତାନ ଅଛନ୍ତି; ଝିଅ ଜେନିଫର କ୍ୟାଥରିନ ଗେଟ୍ସ (୨୮), ପୁଅ ରୋରି ଜନ ଗେଟ୍ସ (୨୭) ଏବଂ ଫୋବି ଆଡେଲ ଗେଟ୍ସ (୨୨)। ବିଲ ଗେଟ୍ସ କହିଛନ୍ତି, ସେ ଚାହାଁନ୍ତି ଯେ ତାଙ୍କ ପିଲାମାନେ ତାଙ୍କ ସମ୍ପତ୍ତି ମୋହରେ ନ ରୁହନ୍ତୁ। ନିଜେ କିଛି କରନ୍ତୁ ଏବଂ ନିଜର ପରିଚୟ ତିଆରି କରନ୍ତୁ। ସେଥିପାଇଁ ସେ ତାଙ୍କର ୯୯ ପ୍ରତିଶତ ସମ୍ପତ୍ତି ଦାନ କରିବେ ଏବଂ ତାଙ୍କ ସମ୍ପତ୍ତିର କେବଳ ୧ ପ୍ରତିଶତ ତାଙ୍କ ପିଲାମାନଙ୍କ ପାଖକୁ ଯିବ।

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଦୀର୍ଘ ସମୟ ଧରି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ରାଜତ୍ୱ କରିଆସୁଥିଲେ। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତି ୧୬୨ ବିଲିୟନ ଡଲାର, ଯାହା ଭାରତୀୟ ଟଙ୍କାରେ ପ୍ରାୟ ୧୩,୯୦୦ ବିଲିୟନ ଟଙ୍କା। ବିଲ ଗେଟ୍ସ ପୂର୍ବରୁ ହିଁ ତାଙ୍କ ଫାଉଣ୍ଡେସନ ମାଧ୍ୟମରେ ତାଙ୍କ ସମ୍ପତ୍ତିର ଏକ ବଡ଼ ଅଂଶ ଦାନ କରିଆସୁଛନ୍ତି, ଯାହା ମାନବ କଲ୍ୟାଣ କାର୍ଯ୍ୟରେ ବ୍ୟବହୃତ ହୁଏ।

ଯଦି ସେ ତାଙ୍କ ସମ୍ପତ୍ତିର ୯୯ ପ୍ରତିଶତ ଦାନ କରନ୍ତି, ତେବେ ଏହାର ୧ ପ୍ରତିଶତ, ଅର୍ଥାତ୍‌ ୧.୬୨ ବିଲିୟନ ଡଲାର, ତାଙ୍କ ପିଲାମାନଙ୍କୁ ଯିବ। ଯଦି ଭାରତୀୟ ଟଙ୍କାରେ ଗଣନା କରାଯାଏ, ତେବେ ଏହି ସମ୍ପତ୍ତିର ମୂଲ୍ୟ କୋଟି କୋଟି ହେବ। ଏହିପରି, ମାତ୍ର ୧ ପ୍ରତିଶତ ସମ୍ପତ୍ତି ପାଇବା ପରେ ମଧ୍ୟ, ତାଙ୍କର ତିନିଜଣ ପିଲା ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ରହିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri