Posted inଖେଳ

ଦ୍ୱିପାକ୍ଷିକ ସିରିଜ, ଆଇସିସି ଇଭେଣ୍ଟକୁ ଗୁରୁତ୍ୱ ଦିଆଯିବ, ‘ବିଗ୍‌ ଥ୍ରୀ’ ଧାରଣାର କୌଣସି ଅସ୍ତିତ୍ୱ ନାହିଁ:ବାର୍କଲେ

ଦୁବାଇ,୨୬।୧୧(ପି.ଟି.): ବିଶ୍ୱ କ୍ରିକେଟରେ ‘ବିଗ୍‌ ଥ୍ରୀ’ ଧାରଣର କୌଣସି ଅସ୍ତିତ୍ୱ ନାହିଁ ବୋଲି ନବ ନିର୍ବାଚିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଅଧ୍ୟକ୍ଷ ଗ୍ରେଗ୍‌ ବାର୍କଲେ ସ୍ପଷ୍ଟ କରିଛନ୍ତି। ଆଗକୁ ଦ୍ୱିପାକ୍ଷିକ ସିରିଜ ଓ ଆଇସିସି ଇଭେଣ୍ଟଗୁଡିକୁ ଅଧିକ ଗୁରୁତ୍ୱ ଦିଆଯିବ। ଏହା ହେଲେ ବିଶ୍ୱରେ କ୍ରିକେଟର ଉନ୍ନତି ହୋଇପାରିବ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଆଇସିସି ରାଜସ୍ବରେ ସିଂହଭାଗ ହାସଲ କରିଥାନ୍ତି। ତେଣୁ ଏହି ୩ଟି ଦେଶକୁ ବିଗ୍‌ ଥ୍ରୀ ବୋଲି ଅଭିହିତ କରାଯାଇଥାଏ। ବିଶ୍ୱ କ୍ରିକେଟରେ ଏହି ୩ଟି ଦେଶର ପ୍ରଭାବ ଅଧିକ ରହିଛି। ତେବେ ସେ ଏଭଳି ଧାରଣାରେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି। ବିଶ୍ୱ କ୍ରିକେଟରେ ସବୁ ମେମ୍ବର ସମାନ ଗୁରୁତ୍ୱ ବହନ କରିଥାନ୍ତି ଓ ସମସ୍ତଙ୍କୁ ସମାନ ଭାବେ ସମ୍ମାନ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଦୁଇ ଦେଶ ମଧ୍ୟରେ ନିୟମିତ ଭାବେ ଦ୍ୱିପାକ୍ଷିକ କ୍ରିକେଟ ଖେଳାଯିବା ନିହାତି ଆବଶ୍ୟକ। ଏହା ଦ୍ୱାରା କ୍ରିକେଟରେ ଲୋକପ୍ରିୟତା ବୃଦ୍ଧି ହେବା ସହ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ବଢ଼ିବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଆଇସିସି ଇଭେଣ୍ଟଗୁଡିକର କୌଣସି ଗୁରୁତ୍ୱ ନାହିଁ। ତେଣୁ ଦ୍ୱିପାକ୍ଷିକ ସିରିଜ ସହ ଓ୍ବାଲର୍‌ଡ ଇଭେଣ୍ଟଗୁଡିକ ମଧ୍ୟରେ ସନ୍ତୁଳନ ରକ୍ଷା କରି ସମାନ୍ତରାଳ ଭାବେ ଆୟୋଜନ ହେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ବାର୍କଲେଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଖୋଲାଖୋଲି ଭାବେ ସମର୍ଥନ କରିଛି। ଗତବର୍ଷ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ୍‌ ଓ ଦିନିକିଆ ପୁରୁଷ ବିଶ୍ୱକପ୍‌ ଲୋକପ୍ରିୟତାର ଶୀର୍ଷକୁ ଛୁଇଁ ଥିଲା ବୋଲି ସେ କହିଛନ୍ତି। ଅତ୍ୟଧିକ କ୍ରିକେଟ ଖେଳା ଯିବାକୁ ସେ ଅବଶ୍ୟ ବିରୋଧ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଓ ବିଗ୍‌ ବାସ ଭଳି ଲିଗ୍‌ ଖେଳାଯାଉଥିବାରୁ ଅତ୍ୟଧିକ କ୍ରିକେଟ ଖେଳାଯିବା ଉଚିତ ନୁହଁ। ପ୍ରଶଂସକଙ୍କୁ ମଧ୍ୟ ସମପରିମାଣରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଭିଙ୍କ ଦୃଷ୍ଟି ଆକର୍ଷଣ କଲା ମୋଦିଙ୍କ YouTube ଉପସ୍ଥିତି: ସବସ୍କ୍ରାଇବର ସଂଖ୍ୟା ୩୦ ନିୟୁତ, ଟ୍ରମ୍ପଙ୍କ ଅପେକ୍ଷା ସାତ ଗୁଣ ଅଧିକ ଫଲୋଅର୍ସ

ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆଉ ଏକ ସଫଳତା ହାସଲ କରିଛନ୍ତି। ସେ YouTube ରେ ୩୦ ନିୟୁତ ସବସ୍କ୍ରାଇବର ସଂଖ୍ୟା ଅତିକ୍ରମ କରି ଏପରି…

ଶ୍ରୀମନ୍ଦିର ଦୋଳବେଦୀ ନିକଟରେ ଠେଲାପେଲା: ଭକ୍ତ ଆହତ

ପୁରୀ,୩।୩: ଶ୍ରୀମନ୍ଦିର ଦୋଳବେଦୀ ନିକଟ ସମ୍ମୁଖ ଦ୍ବାରରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି। ଦୋଳବେଦୀକୁ ଚଳନ୍ତି ପ୍ରତିମା ବିଜେ ସମୟରେ ଏହି ଅଘଟଣ ଘଟିଛି। ଉତ୍ତର ପ୍ରଦେଶର…

ଗଞ୍ଜାମ ଐତିହାସିକ ଦୋଳ ଯାତ୍ରା: ଏନଏସି ବିଜେଡି ପକ୍ଷରୁ ପାନୀୟ ଜଳ ବଣ୍ଟନ

ଗଞ୍ଜାମ,୩।୩(ବିଦ୍ୟାଧର ସାହୁ ) : ଗଞ୍ଜାମ ସହରରେ ଚାଲିଥିବା ଐତିହାସିକ ଦୋଳ ଯାତ୍ରାର ଆଜି ଶେଷ ଦିବସ । ମଙ୍ଗଳବାର ବଜାର ଯାତ୍ରା ଅନୁଷ୍ଠିତ ହୋଇଛି। ଏହି…

ଯୁଦ୍ଧ ମଧ୍ୟରେ ମୋଦିଙ୍କୁ ନେଇ ଏମିତି କହିଦେଲେ ନେତାନ୍ୟାହୁ: ବିଶ୍ୱରେ ପଡ଼ିଗଲା ଚହଳ

ଜେରୁଜେଲମ,୩।୩: ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ପ୍ରକୃତ ବନ୍ଧୁ…

ପରଲୋକରେ ଏମ୍‌ପି ପ୍ରତିନିଧିଙ୍କ ମା’, ଶେଷ ଦର୍ଶନ କଲେ ଏମ୍‌ପି ଅନନ୍ତ ନାୟକ, ଅଞ୍ଚଳରେ ଶୋକର ଛାୟା

ପାଟଣା,୩।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତଣ୍ଡ ଗ୍ରାମର ଧର୍ମ ପରାୟଣ ତଥା ପରୋପକାରୀ ମହିଳା କୌଶଲ୍ୟା ପଲେଇଙ୍କ ସୋମବାର ବିଳମ୍ବିତ…

୨୦୨୬ ଟି-୨୦ ବିଶ୍ୱକପକୁ ସ୍ମରଣୀୟ କରିଦେଲା ସଞ୍ଜୁ ସାମସନଙ୍କ ଇନିଂସ

ନୂଆଦିଲ୍ଲୀ,୩।୩: ଟି-୨୦ ବିଶ୍ୱକପର ପ୍ରାରମ୍ଭିକ ମ୍ୟାଚରେ ପାନୀୟ ଗ୍ରହଣ କରିବା ପାଇଁ ଜଣାଶୁଣା ସଞ୍ଜୁ ସାମସନ ରବିବାର ରାତିରେ ଇଡେନ ଗାର୍ଡେନ୍ସରେ ଇତିହାସ ସୃଷ୍ଟି କରିଥିଲେ, ଯାହା…

ଫାଇନାଲକୁ ଯିବେ ଏହି ୨ ଦଳ: ଟି-୨୦ ବିଶ୍ୱକପ ଫାଇନାଲକୁ ନେଇ ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୩।୩: ପୂର୍ବତନ ଅଷ୍ଟ୍ରେଲିୟ ଦ୍ରୁତ ବୋଲର ଗ୍ଲେନ ମ୍ୟାକଗ୍ରା ଟି-୨୦ ବିଶ୍ୱକପ ସେମିଫାଇନାଲ ପୂର୍ବରୁ ଏକ ସାହସିକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ଭାରତ ଏବଂ…

ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଜିତିବ ୨୦୨୬ ଟି-୨୦ ବିଶ୍ୱକପ? ୨୦୦୭ ବିଶ୍ୱକପ ସହିତ ରହୁଛି ବିଶେଷ ସମ୍ପର୍କ

ନୂଆଦିଲ୍ଲୀ,୩।୩: ଭାରତୀୟ କ୍ରିକେଟ ଦଳ ୨୦୨୬ ଟି-୨୦ ବିଶ୍ୱକପ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଟିମ ଇଣ୍ଡିଆ ମାର୍ଚ୍ଚ ୫ ରେ ଇଂଲଣ୍ଡ ବିପକ୍ଷରେ ସେମାନଙ୍କର ସେମିଫାଇନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri