ବିଜେଡି କର୍ପୋରେଟରଙ୍କୁ ଦଳୀୟ କଟକଣା

ଭୁବନେଶ୍ୱର, ୫।୭ (ବନ୍ଦନା ସେଠୀ):ଭୁବନେଶ୍ୱର ମହାନଗର ନିଗମ ବିଜେଡିରେ ଫାଟ ସୃଷ୍ଟିକୁ ନେଇ ଚର୍ଚ୍ଚା ଲାଗିରହିଛି। ଏପରିସ୍ଥିତିରେ ଏହାକୁ ନେଇ ବିଜେଡି କର୍ପୋରେଟରଙ୍କ ବୈଠକ ଏବଂ ପରସ୍ପରକୁ ଆରୋପ ପ୍ରତ୍ୟାରୋପ ପରେ ଦଳ ପକ୍ଷରୁ କଟକଣା ଜାରି ହୋଇଛି। ଏଣିକି ଦଳର ବିନା ଅନୁମତିରେ କୌଣସି କର୍ପୋରେଟର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିପାରିବେ ନାହିଁ। ଏନେଇ ଗୁରୁବାର ବିଜେଡିର ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ ତାଗିଦା କରିଛନ୍ତି। ବୁଧବାର ବିଧାୟକ ପ୍ରତାପ ଦେବଙ୍କ ଘରେ ବୈଠକ ବସିଥିବାବେଳେ ସେଠାରୁ ବାହାରି କର୍ପୋରେଟର ଅମରେଶ ଜେନା ବିଜେଡିରେ ବିଭୀଷଣ ଥିବା ମନ୍ତବ୍ୟ ଦେଇଥିଲେ। ଅନ୍ୟପଟେ ସ୍ଥାନୀୟ ଏକ ହୋଟେଲରେ ପ୍ରାୟ ୨୫ଜଣ କର୍ପୋରେଟର ଏକାଠି ହୋଇ ବିଜେଡିର ସମସ୍ତ କର୍ପୋରେଟର ଏକାଠି ଥିବା କଥା କହିଥିଲେ। ଏଥିସହ ଉଭୟ ଗୋଷ୍ଠୀ ପରସ୍ପରକୁ ଦୋଷାରୋପ କରିଥିଲେ। ଏହାକୁ ନେଇ ଦଳ ମଧ୍ୟରେ କନ୍ଦଳ ରହିଥିବା ଏବଂ ବିଜେଡି ଭାଙ୍ଗିଯିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଥିଲା। ତେଣୁ ଏହି ଅପ୍ରୀତିକର ସ୍ଥିତିକୁ ଏଡାଇବା ପାଇଁ ଦଳ ପକ୍ଷରୁ ଏଭଳି ଅଙ୍କୁଶ ଲଗାଯାଇଛି। ତେବେ ଦଳର ଜିଲା ସଭାପତିଙ୍କ ଏଭଳି କଟକଣା ଜାରିକୁ ନେଇ କେତେଜଣ ବିଜେଡି କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ୧୫ରୁ ଊର୍ଦ୍ଧ୍ୱ ଦିନ ହେବ ସମ୍ପୃକ୍ତ ଦୁଇଜଣ କର୍ପୋରେଟର ଦଳର ପୂର୍ବତନ ବିଧାୟକ ଏବଂ ବର୍ତ୍ତମାନର ବିଧାୟକଙ୍କ ନାମରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଆସୁଛନ୍ତି। ଏଥିସହ ଦଳର କେତେଜଣ କର୍ପୋରେଟର ଭାଜପାକୁ ଯିବାକୁ ଚାହୁଁଥିବା ଭଳି ଅଭିଯୋଗ ମଧ୍ୟ କରୁଛନ୍ତି। ସେତେବେଳେ ଦଳ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ମାତ୍ର ଦଳର ସମସ୍ତ କର୍ପୋରେଟର ଏକାଠି ଅଛନ୍ତି ଜଣାଇବା ପାଇଁ କରାଯାଇଥିବା ବୈଠକ ପରେ ଏଭଳି ନିର୍ଦ୍ଦେଶ ମିଳିବା ଅତ୍ୟନ୍ତ କଷ୍ଟଦାୟକ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?