ପର୍ଯ୍ୟଟନସ୍ଥଳ ଅପେକ୍ଷାରେ ବିଲ ମହାଦେବ ମନ୍ଦିର

ମହାକାଳପଡ଼ା, ୭ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଶେଷ ସୀମା କଳପଡ଼ା ମୌଜା ଓ ପଟ୍ଟାମୁଣ୍ଡାଇ ବ୍ଲକ ଦେଉଳି ମୌଜା ସନ୍ନିକଟରେ ଅବସ୍ଥିତି ଶୈବ ପୀଠ ବିଲ ମହାଦେବ ( ନୀଳକଣ୍ଠେଶ୍ୱର) ମନ୍ଦିର ।
କେଉଁ ଆବହମାନ କାଳରୁ ଏହି ଶୈବ ପୀଠ ବିଲ ମହାଦେବ ନୀଳକଣ୍ଠେଶ୍ୱର ଭାବେ ପୂଜା ପାଉଛନ୍ତି। ଏହି ଶୈବ ପୀଠ ପାଇଁ ତତ୍କାଳୀନ କୁଜଙ୍ଗ ରାଜା ମନ୍ଦିର ପରିଚାଳନା ପାଇଁ ଶହେ ଏକରରୁ ଅଧିକ ଦୋ ଫସଲି ଜମି ଖଞ୍ଜି ଦେଇଥିଲେ। ମନ୍ଦିରର ଦୈନିକ ନୀତିକାନ୍ତି ପୂଜାର୍ଚ୍ଚନା ପାଇଁ ସ୍ଥାନୀୟ କଳପଡ଼ା ମୌଜାର ବ୍ରାହ୍ମଣ ବା ସେବାୟତମାନଙ୍କୁ ରାଜା ନିୟୋଜିତ କରିଥିଲେ। ଏହି ପ୍ରାଚୀନ ପୀଠର ଉନ୍ନତିମୂଳକ କାର୍ଯ୍ୟ ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ। ବଳିପାଳ ପଞ୍ଚାୟତ ପକ୍ଷରୁ ୫ବର୍ଷ ପୂର୍ବେ ଏକ ପାର୍କ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ପ୍ରଦାନ କରିଥିଲେ ମଧ୍ୟ ତାହା ଅସମୂର୍ଣ୍ଣ ହୋଇପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଦେଉଳପଡ଼ାଠାରେ ପ୍ରଭୁ ଗଜେଶ୍ୱର ମହାଦେବ ମନ୍ଦିର ହଜାରେ ବର୍ଷ ପୂର୍ବେ ନିର୍ମାଣ କାର୍ଯ୍ୟ ହୋଇଥିବା କୁଜଙ୍ଗ ଦେବୋତ୍ତର ଇଷ୍ଟେଟରେ ଉଲ୍ଲେଖ ରହିଛି ବୋଲି ସେବାୟତ ନିରଞ୍ଜନ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି। ସେହିପରି କଳପଡ଼ା ମୌଜାର ବିଲ ମହାଦେବ ନୀଳକଣ୍ଠେଶ୍ୱର ମନ୍ଦିର, ବିଜୟନଗର ମୌଜାର ପ୍ରଭୁ ଗର୍ଭେଶ୍ୱର ମନ୍ଦିର, ପଟ୍ଟାମୁଣ୍ଡାଇ ଚନ୍ଦନନଗର ମୌଜାର ଚନ୍ଦ୍ରମୌଳି ଓ କାଠିଆପଡ଼ାଠାରେ ପ୍ରଭୁ ଦକ୍ଷିଣେଶ୍ୱର ଶୈବପୀଠ ଅନ୍ୟତମ। ଏହି ୫ ଶୈବପୀଠର ମହାଦେବ ୫ ଭାଇ ବୋଲି ଜନଶ୍ରୁତିରୁ ଶୁଣିବାକୁ ମିଳେ। ଏହି ପ୍ରାଚୀନ ଶୈବପୀଠରେ ବର୍ଷ ସାରା ପୂଜା ପାର୍ବଣ ପାଳିତ ହୋଇଥାଏ। ବିଶେଷକରି ମହାଶିବରାତ୍ରି, ପୂର୍ଣ୍ଣିମା, ସଂକ୍ରାନ୍ତି, କାର୍ତ୍ତିକ ମାସରେ ବଡ଼ଓଷା ଓ ଅନ୍ୟ ପର୍ବପର୍ବାଣିରେ ମାନସିକ ବ୍ରତଧାରୀମାନେ ପୀଠରେ ଦର୍ଶନ ନିମନ୍ତେ ଭିଡ଼ ଜମାଇଥାନ୍ତି। କିମ୍ବଦନ୍ତୀ ଅନୁସାରେ ବିଲ ମହାଦେବଙ୍କ ବହୁ ଅଲୌକିକ ଘଟଣା ରହିଛି। ଏହି ଶୈବପୀଠ ସମ୍ପର୍କରେ ଜନୈକ ରାଜ୍ୟ ପ୍ରତ୍ନତତ୍ତ୍ୱବିତ୍‌ ଅଧିକାରୀ ଏହି ୫ ମନ୍ଦିର ମଧ୍ୟରେ ସର୍ବ ପୁରାତନ ଗଜେଶ୍ୱର ମହଦେବଙ୍କ ମନ୍ଦିର ପରିଦର୍ଶନରେ ଆସିଥିବା ଅବସରରେ କହିଥିଲେ। ସେହିପରି ପ୍ରାଚୀନ କାଳର ବିଲ ମହାଦେବ ନୀଳକଣ୍ଠେଶ୍ୱର ଶୈବ ପୀଠକୁ ପର୍ଯ୍ୟଟନସ୍ଥଳ ଘୋଷଣା କରିବାକୁ ବୁଦ୍ଧିଜୀବୀ ତଥା ସାମାଜିକ କର୍ମୀ, ବିଭିନ୍ନ ସରକାରୀ ବେସରକାରୀ ଫୋରମରେ କାର୍ଯ୍ୟ କରୁଥିବା ଇଞ୍ଜିନିୟର ଗୌତମ କୁମାର ବେହେରା ୨ ସପ୍ତାହ ପୂର୍ବେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗକୁ ଏକ ପତ୍ର ଲେଖିଥିଲେ। ଏହି ପତ୍ରକୁ ବିଚାରକୁ ନେଇ ବିଭାଗୀୟ ଅତିରିକ୍ତ ସଚିବ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ନୂତନ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପ୍ରଦାନ ପାଇଁ ଜିଲାସ୍ତରୀୟ କମିଟିର ସୁପାରିସ ଆବଶ୍ୟକ। ଏହି ପ୍ରାଚୀନ କ୍ଷେତ୍ରର ପର୍ଯ୍ୟଟନସ୍ଥଳର ମାନ୍ୟତା ପ୍ରଦାନ ପାଇଁ ପ୍ରଚଳିତ ପରିବର୍ତ୍ତନ ନିୟମାବଳୀ ସଂଖ୍ୟା ୭୦୧୦/ପର୍ଯ୍ୟଟନ ୧୭ା୭ା୧୭ ଅନୁଯାୟୀ ସମ୍ପୃକ୍ତ ଜିଲାପାଳଙ୍କଠାରୁ ବିଧିବଦ୍ଧ ପ୍ରସ୍ତାବ ହସ୍ତଗତ ହେଲେ ସରକାର ବିଚାରକୁ ନେବେ ବୋଲି ଅତିରିକ୍ତ ସଚିବ ପ୍ରେରଣ କରିଥିବା ୩ା୯ା୨୪ ପତ୍ରରେ ଉଲ୍ଲେଖ ରହିଛି। ଏ ସଂକ୍ରାନ୍ତରେ ବୁଦ୍ଧିଜୀବୀ ଗୌତମ କୁମାର ବେହେରା କହିଛନ୍ତି, ଜିଲା ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ପ୍ରାଚୀନ ଶୈବ ପୀଠ ବିଲ ମହାଦେବ ନୀଳକଣ୍ଠେଶ୍ୱର ମନ୍ଦିର ରହିଛି। ଜିଲାର ଅନ୍ୟ ପୀଠକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେଉଥିବାବେଳେ ଏହି ପୀଠକୁ ଜିଲା ପ୍ରଶାସନ ଉପେକ୍ଷିତ କରୁଛନ୍ତି। ଏହି ପୀଠ ଉପରେ ଏକ ଡକ୍ୟୁମେଣ୍ଟାରି ଭିଜନ ପ୍ରସ୍ତୁତ କରି ଜିଲା ପ୍ରଶାସନ ପକ୍ଷରୁ ପ୍ରାଚୀନ ଶୈବ ପୀଠ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ ବିଧିବଦ୍ଧ ଭାବେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଇବା ପାଇଁ ସେ ଦାବି କରିଛନ୍ତି। ଏହି ଶୈବପୀଠକୁ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗରେ ସାମିଲ କରି ପର୍ଯ୍ୟଟନସ୍ଥଳ ମାନ୍ୟତା ମିଳିଲେ ବହୁ ପ୍ରାଚୀନ କାଳର ତଥ୍ୟ ଲୋକଲୋଚନକୁ ଆସିବ ବୋଲି ମତବ୍ୟକ୍ତ କରିଛନ୍ତି। ଏ ସଂକ୍ରାନ୍ତରେ ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କୁ ପଚାରିବାରେ ନିର୍ବାଚନମଣ୍ଡଳୀରେ ପ୍ରାଚୀନ କାଳର ଶୈବପୀଠ ବିଲ ମହାଦେବ ନୀଳକଣ୍ଠେଶ୍ୱର ମନ୍ଦିର ସମେତ ଅନ୍ୟ ସ୍ଥାନରେ ଥିବା ପୀଠର ଉନ୍ନତିମୂଳକ କାର୍ଯ୍ୟ ଓ ପର୍ଯ୍ୟଟନସ୍ଥଳ ମାନ୍ୟତା ପ୍ରଦାନ ପାଇଁ ଚଳିତ ମୌସୁମୀ ବିଧାନସଭା ଅଧିବେଶନରେ ଉତ୍‌ଥାପନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri