ଦିଗପହଣ୍ଡି,୨୬ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପଳାଶପୁର-ଡେଙ୍ଗାଓସ୍ତା ରାସ୍ତାର ଲୁଣିଲାଠି ଗ୍ରାମ ନିକଟରେ ବୁଧବାର ଅପରାହ୍ନରେ ପିକ୍ଅପ୍ ଭ୍ୟାନ୍ (ନଂ.ଓଡି ୦୫ ବିଜି-୨୨୦୬) ଏକ ବାଇକ୍ (ନଂ.ଓଡି୦୫ ଡବ୍ଲ୍ୟୁ – ୮୮୯୬)କୁ ଧକ୍କା ଦେବାରୁ ବାଇକ୍ ଚାଳକ ପାଟପୁର ଲକ୍ଷ୍ମୀମନ୍ଦିର ସାହିର ଆଙ୍ଗୁଲି ସ୍ବାଇଁ। ଆଙ୍ଗୁଲି ସୁମନ୍ତପୁର ଗାଁରୁ କାମସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପାଟପୁର ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ବାଇକ୍ ଚାଳକଙ୍କୁ ନିକଟସ୍ଥ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ପୋଲିସ ଦୁର୍ଘଟଣାଗସ୍ତ ବାଇକ ଓ ପିକ୍ଅପ୍ ଭ୍ୟାନକୁ ଜବତ କରି ଥାନାକୁ ନେଇଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily


