ବରଗଡ଼, ୧୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଟାଉନ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ୍ ଏକ ବାଇକ ଚୋରି ରାକେଟକୁ ଠାବ କରିଛି। ଏହି ରାକେଟର ୮ଜଣିଆ ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି। ସେମାନଙ୍କ ପାଖରୁ ୨୩ ବାଇକ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତ କିଛିମାସ ହେଲା ଏହି ଗ୍ୟାଙ୍ଗ ବରଗଡ଼ ଜିଲାରେ ସକ୍ରିୟ ହୋଇ ପଡିଥିଲେ। ଉକ୍ତ ଗ୍ୟାଙ୍ଗକୁ ଧରିବା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇ ପଡିଥିଲା। ତେବେ ଏହି ଗ୍ୟାଙ୍ଗ ଧରାପଡିବା ପରେ ଜିଲାରେ ବାଇକ୍ ଚୋରି କମିବ ନା ପୁଣି ବଢି ଚାଲିବ, ତାହା ଆଗାମୀ ଦିନ କହିବ।